ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ଅନ୍ତର୍ଗତ ବେଦାନ୍ତ ଡ଼ିଏଭି ଆନ୍ତର୍ଜାତୀୟ ବିଦ୍ୟାଳୟରେ “ରନ ଫୋର ଡ଼ିଏଭି” କାର୍ଯ୍ୟକ୍ରମ ବେଦାନ୍ତ ଟାଉନସିପ୍ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ଅଧ୍ୟକ୍ଷା ଡକ୍ଟର ମାନବୀନ କୌରଙ୍କ ତତ୍ତ୍ବାବଧାନରେ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଅଭିଭାବକ, ଶିକ୍ଷୟିତ୍ରୀ ଦୁଇ ଶହରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଯୋଗ ଦେଇ ବେନର, ପ୍ଲାଏକାର୍ଡ ଓ ପତାକା ଧରି ନାରା ଦେଇ ଟାଉନସିପ ଚାରି ପଟେ ଦୌଡ଼ ଲଗାଇ ଥିଲେ। ଉତ୍ସବଟିର ଆରମ୍ଭରେ ଅଧ୍ୟକ୍ଷା ଡକ୍ଟର ମାନବୀନ କୌର ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇ ‘ରନ ଫୋର ଡ଼ିଏଭି’ର ଉଦ୍ଦେଶ୍ୟ ଉପସ୍ଥାପନ କରି କହିଥିଲେ ଯେ ଏହା ଦ୍ୱାରା ବିଦ୍ୟାର୍ଥୀଙ୍କ ମାନସିକ ଓ ଶାରୀରିକ ସୁସ୍ଥତା ଆଣିବା ସହ ସବୁଜ ପୃଥିବୀ ପାଇଁ ଜନସଚେତନତା ସୃଷ୍ଟି କରିବ। ଶେଷରେ ଧନ୍ୟବାଦ ଅର୍ପଣ ସହ କାର୍ଯ୍ୟକ୍ରମ ଶେଷ ହୋଇଥିଲା।