ମାତା ରମା ବାଇ ଟେଲରିଙ୍ଗ ଟ୍ରେନିଂ ସେଣ୍ଟର ଉଦଘାଟିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ମଦନପୁର ରାମପୁର ସ୍ଥିତ ରାମକୃଷ୍ଣ ଲଜ ପରିସରରେ ସୋମବାର ଦିନ ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡରେସନର ଜିଲ୍ଲା ସଭାପତି ବୃନ୍ଦାବନ ନାଗଙ୍କ କରକମଳରେ ମାତା ରମାବାଇ ଟେଲରିଙ୍ଗ ଟ୍ରେନିଂ କେନ୍ଦ୍ର ଉଦଘାଟିତ ହୋଇଯାଇଛି। ଏହି କେନ୍ଦ୍ରର ଆୟୋଜକ ବେଣୁଧର ସୁନାଙ୍କ ତତ୍ତ୍ଵାବଧାନରେ ତାଙ୍କ ଶାଶୁ କଳାବତି ଛତ୍ରିଆଙ୍କ ଉଦ୍ଦେଶ୍ୟରେ ବେକାରୀ ଆଦିବାସୀ, ଦଳିତ ଯୁବକ ଯୁବତୀଙ୍କୁ ମାଗଣାରେ ସିଲେଇ ଶିକ୍ଷା ଦେବାପାଇଁ ଏହି କେନ୍ଦ୍ର ସ୍ଥାପନ କରାଯାଇଥିବା ସୂଚନା ମିଳିଛି। ମଦନପୁର ରାମପୁର ବ୍ଲକର ୧୯ ଗୋଟି ପଞ୍ଚାୟତ ମଧ୍ୟରୁ ୯ ଗୋଟି ଏଓଏସସିଏଫର ସଭାପତି ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ। ସେମାନଙ୍କ ମଧ୍ୟରେ ଡୁଡୁକାରଞ୍ଜା ଗ୍ରାମପଞ୍ଚାୟତର ସଭାପତି ଅନିଲ ନାଏକ,‌ ବାରବନ୍ଧା ଗ୍ରାମପଞ୍ଚାୟତର ସଭାପତି ଭୂବନେ ଛତ୍ରିଆ, ବମକ ଗ୍ରାମ ପଞ୍ଚାୟତର ସଭାପତି ମନ୍ଦିର ନାଗ, ସାଲେପାଲି ଗ୍ରାମପଞ୍ଚାୟତର ସଭାପତି ଇନ୍ଦ୍ରମଣି ବାଗ, ଡମ୍ୱ କର୍ଲାଖୁଣ୍ଟାର ରାଜେନ୍ ଛତ୍ରିଆ, ଆଲତରାର ଟୁକୁ ମହାନନ୍ଦ, ଗୁଚ୍ଛାଡେଙ୍ଗେନର ମଣ୍ଟ ନାଗ, ମାନିକେରାର ବନବାସ ନାଗ ପ୍ରମୁଖ ଉପସ୍ଥିତ ରହିଥିଲେ। କଳାହାଣ୍ଡି ଜିଲ୍ଲା ଏଓଏସସିଏଫର ସହଯୋଗ କ୍ରମେ ଏହି କେନ୍ଦ୍ର ପରିଚାଳିତ ହେବ ବୋଲି ଜିଲ୍ଲା ସଭାପତି ବୃନ୍ଦାବନ ନାଗ ଉପସ୍ଥିତ ସମସ୍ତ ସଦସ୍ୟଙ୍କୁ ବୁଝାଇଥିଲେ। ଶେଷରେ ସମାଜସେବୀ ବେଣୁଧର ସୁନା ଧନ୍ୟବାଦ ଅର୍ପଣ କରିଥିଲେ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.