ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): କଳାହାଣ୍ଡି ଜିଲ୍ଲା ଜୟପାଟଣା ଗୋଷ୍ଠୀ ଶିକ୍ଷା ଅନ୍ତର୍ଗତ ରେଙ୍ଗାଲପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଚଳିତ ୨୦୨୫-୨୬ ଶିକ୍ଷା ବର୍ଷ ରେ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି। ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଲଲିତ କୁମାର ନାଏକଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ୨୯୭ ଜଣ ଛାତ୍ରଛାତ୍ରୀଙ୍କୁ ପୋଷାକ ବିତରଣ କରାଯାଇଥିଲା। ବିଦ୍ୟାଳୟରେ ମୋଟ ଛାତ୍ର ୧୫୫ ଏବଂ ୧୪୩ ଜଣ ଛାତ୍ରୀ ଙ୍କୁ ମୋଟ ଟ ୧,୭୮,୬୦୦ ଙ୍କା ବ୍ୟୟ ଅଟକଳର ପୋଷାକ ବଂଶଲ ସେଲ୍ସ କର୍ପୋରେସନ ଜୟପାଟଣା ଦ୍ୱାରା ଯୋଗାଇ ଦିଆଯାଇଥିଲା। ଏ ନେଇ ଆୟୋଜିତ କାର୍ଯ୍ୟକ୍ରମରେ ରେଙ୍ଗାଲ ପାଲି ଗ୍ରାମ ପଞ୍ଚାୟତ ସରପଞ୍ଚ ଐଶ୍ୱର୍ଯ୍ୟ କୁମାର ଦାସ ଯୋଗଦେଇ ଥିବା ବେଳେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଉମାଶଙ୍କର ଦୀପ, ସଭ୍ୟ ସୁଶିଲ ସାହୁ, ସଭ୍ୟା ରୁକ୍ମିଣୀ ପୁଝାରୀ, ରହିଣୀ ପ୍ରଧାନୀ, ପାଚିକା ଫକିର ଦେଇ, ଅଭିଭାବକ ପ୍ରତିମା ନାଏକ, ଦୁଃଶିଲା ନାଏକ, ଶିକ୍ଷକ କୋଟେଶ୍ବର ରାଓ,ଶଶି ଦଳପତି ଉଦ୍ଧବ ବାଗ ପ୍ରମୁଖ ଉପସ୍ଥିତ ରହିଥିଲେ। ଅବଶିଷ୍ଟ ପୋଷାକ ବାଲ ବାଟିକା ଓ ହାଉସ୍ ଡ୍ରେସ୍ ନିର୍ଦ୍ଦେଶ ଅନୁସାରେ ପରବର୍ତ୍ତୀ ସମୟରେ ଛାତ୍ର ଛାତ୍ରୀଙ୍କୁ ଯୋଗାଇଦେବା ପାଇଁ ପ୍ରଧାନ ଶିକ୍ଷକ ମତବ୍ୟକ୍ତ କରିଥିଲେ।