ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ଅଁଳାଭଟ୍ଟା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ କର୍କଟ ରୋଗ ସମ୍ବନ୍ଧିତ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ପ୍ରଜ୍ଞାନ ମିଶନ ଜଗତପୁର କଟକ ଓ ଜ୍ଞାନ ପ୍ରଭା ମିଶନ ଭୁବନେଶ୍ୱର ତରଫରୁ ହରିହରାନନ୍ଦ ଧ୍ୟାନ ମନ୍ଦିର ପିପଲଗୁଡା ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମହିଳା ମାନଙ୍କୁ କର୍କଟ ରୋଗ ସମ୍ବନ୍ଧରେ ସଚେତନ କରିବା ସହିତ କିଭଳି କର୍କଟ ରୋଗ ନିରୁପଣ କରାଯାଇ ପାରିବ ଏବଂ ମହିଳା ମାନଙ୍କର ସ୍ବାସ୍ଥ୍ୟ ସମ୍ବନ୍ଧିତ ଆଲୋଚନା କରାଯାଇଥିଲା। ଏହି ସମାଜସେବୀ ଚୁଡ଼ାମଣି ନାଏକଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି ଶିବିରରେ ୯୦ ଜଣ ମହିଳା ଯୋଗଦାନ କରିଥିଲେ। ଆଗାମୀ ଦିନରେ ଏଭିଳି ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ କରିବା ପାଇଁ ଅଞ୍ଚଳରେ ଆଗ୍ରହ ପ୍ରକାଶ ପାଇଛି।