ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପୁରୁଷୋତ୍ତମପୁର ବ୍ଳକ ତରଫରୁ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଏନଏସିର ଜଗନ୍ନାଥ ମନ୍ଦିର ପରିସର ରେ ବ୍ଲକ ଅଧକ୍ଷା ପିଙ୍କି ବେହେରା ଓ ବିଡ଼ିଓ ଶରତ ଚନ୍ଦ୍ର ପାତ୍ର ଙ୍କ ମିଳିତ ସଂଯୋଜନା ରେ ଅନୁଷ୍ଠିତ ହୋଇ ଯାଇଛି | ଏହି କାର୍ଯ୍ୟକ୍ରମ ରେ ବ୍ଲକର ୨୬ ଗୋଟି ପଞ୍ଚାୟତର ବହୁ ଭିନ୍ନକ୍ଷମ ବ୍ୟକ୍ତିଙ୍କ ସହିତ ସେମାନଙ୍କ କେୟାରଟେକର ବିଶେଷ କରି ବାପା, ମାଆ, ପୁଅ, ଝିଅ ମାନେ ସେମାନଙ୍କ ସାଙ୍ଗରେ ଆସିଥାନ୍ତି | ଅନଲାଇନରେ ଆବେଦନ କରିଥିବା ଫର୍ମ ଧରି ନୂତନ ଭାବେ ଏବଂ ନବୀକରଣ କରିବାକୁ ଥିବା ବ୍ୟକ୍ତି ମାନେ ପୂର୍ବର ରେଜିଷ୍ଟସନ ଫର୍ମଧାରୀ ସମସ୍ତେ ଆସି ପହଞ୍ଚିଥିଲେ |ଏଥିପାଇଁ ବ୍ରହ୍ମପୁରରୁ କିଛି ବିଭାଗର ଡାକ୍ତରମାନେ ମଧ୍ୟ ଉପସ୍ଥିତ ରହି ଏହି ଲୋକମାନଙ୍କୁ ସେବା ଓ ସହଯୋଗ କରିଥିଲେ | ତେବେ ଯେଉଁ ଭିନ୍ନକ୍ଷମଙ୍କ ଟ୍ରାଇ ସାଇକେଲ, ଶ୍ରବଣ ଯନ୍ତ୍ର, ଆଶା ବାଡ଼ି, ବେଟେରି ଚାଳିତ ଗାଡି, ପାଇଁ ମଧ୍ୟ ରେଜିଷ୍ଟ୍ରେସନ କରିଥିଲେ |
ଏହି କାର୍ଯ୍ୟକ୍ରମରେ ବ୍ଳକ ଅତିରିକ୍ତ ବିଡ଼ିଓ ନିରାକାର ଜେନା, ଜିପିଓ ମୀନକେତନ ବେହେରାଙ୍କ ସହିତ ପିଇଓ ମାନଙ୍କ ସଭାପତି ମନୋଜ କୁମାର ସାହୁ ଏବଂ ସମସ୍ତ ପିଇଓ ମାନେ ଜିଆର ଏସ ମାନେ, ଏବଂ ବ୍ଲକର ବିପିଏମ, ବିପିସି, ତହସିଲଦାର ଷ୍ଟାଫ ଏବଂ ବ୍ଲକର ମୁଖ୍ୟ ମହିଳା କିରାଣୀ ସସ୍ମିତା ମହାପାତ୍ର, ପୋଗ୍ରାମ ଅଫିସର ଙ୍କ ସହ ବ୍ଲକର ସମସ୍ତ ଷ୍ଟାଫ, କର୍ମଚାରୀ ଉପସ୍ଥିତ ଥିଲେ | ଏହାସହ ଏନଏସିର ସଙ୍ଘଠିକା ରଞ୍ଜିତା ପଣ୍ଡା, ସତୀଶ ପାତ୍ରଙ୍କ ସହ ତାରା ତାରିଣୀ ମହା ବିଦ୍ୟାଳୟର ଶିକ୍ଷୟତ୍ରୀ ମିନାକ୍ଷୀ ଦାଶଙ୍କ ସହିତ କଲେଜ ର ଛାତ୍ର, ଛାତ୍ରୀ ମାନେ ସ୍ବେଛାସେବୀ ରୂପେ ଭିନ୍ନକ୍ଷମ ବ୍ୟକ୍ତି ମାନଙ୍କୁ ବହୁତ ସାହାଯ୍ୟ କରିଥିଲେ | ଏହି ଶିବିର ରେ ମୋଟ ୨୭୮ ଜଣ ଭିନ୍ନକ୍ଷମଙ୍କ ସହ ସେମାନଙ୍କ କେୟାର ଟେକର ମିଶି ପାଞ୍ଚଶହ ରୁଅଧିକ ଜଣ ଉପସ୍ଥିତ ଥିଲେ | ଶେଷରେ ଭତା ବିଭାଗର କ୍ଲର୍କ ଜୟଶ୍ରୀ ଦୋରା ଶିବିରର ସବୁ ବିଭାଗ ର କାର୍ଯ୍ୟକ୍ରମ କୁ ଟିକିନିଖି ଦେଖା ରଖା କରୁଥିଲା ବେଳେ ସମାଜ ସେଵୀ ଜଗତ ବନ୍ଧୁ ପଣ୍ଡାଙ୍କ ସହ ବହୁ ସରପଞ୍ଚ, ସମିତି ସଭ୍ୟ, ମାନେ ଉପସ୍ଥିତ ରହି କାର୍ଯ୍ୟର ତଦାରଖ କରିଥିଲେ |ପୁରୁଷୋତ୍ତମପୁର ତହସିଲଦାର ବିନୋଦ କୁମାର ବେହେରା ଉପସ୍ଥିତ ରହି ଲୋକଙ୍କ ଭଲ, ମନ୍ଦ ବୁଝିଥିଲେ | ତେବେ ଆଜିର ଏହି କାର୍ଯ୍ୟକ୍ରମକୁ ବିଏସଏସଓ କାହ୍ନୁ ଚରଣ ସୋରେନଙ୍କ ପ୍ରତକ୍ଷ₊ ପରିଚାଳନାରେ ଅନୁଷ୍ଠିତ ହୋଇଥିଲା |