ବ୍ରହ୍ମପୁର ଠାରେ ଆରମ୍ଭ ହୋଇଥିବା ସଂଗୀତ ପ୍ରତିଯୋଗିତାର ଗ୍ରାଣ୍ଡ ଫିନାଲେରେ ୧୦ ରୁ ୩ ମନୋନୀତ 

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ଅଦିତି, ସାଇ ମିଉଜିକ ପ୍ରଯୋଜନା ରେ ଏବଂ ରବିଶ ଗ୍ଲାମର ୱାରଲଡ ଆୟୋଜନା ରେ ଗ୍ରାଣ୍ଡ ଫିନାଲେକାର୍ଯ୍ୟକ୍ରମ ଗିରିମାର୍କେଟ ସ୍ଥିତ ପ୍ରକାଶ ମହଲ ହଲରେ ଅନୁଷ୍ଠିତ ହୋଇ ଯାଇଛି | ଏହି କାର୍ଯ୍ୟକ୍ରମ ରେଗଞ୍ଜାମ ଜିଲ୍ଲରେ ଲୁକାୟିତ ପ୍ରତିଭା ଙ୍କ ଟେଲେଣ୍ଟ ଙ୍କୁ ପ୍ରଚାରିତ କରିବା ନିମନ୍ତେ ମୋଟ 21 ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ ପ୍ରଥମ ରାଉଣ୍ଡ ରେ ଜଜ ଙ୍କ ଦ୍ୱାରା 10 ଜଣମନୋନୀତକରାଯାଇ ଥିଲା ବେଳେ 2ୟ ରାଉଣ୍ଡ ରେ 10ଜଣ ଙ୍କ ମଧ୍ୟରୁ ତିନି ଜଣ ପ୍ରଥମ, ଦୁତୀୟ ଓ ତୃତୀୟ ପ୍ରତିଯୋଗୀ ମନୋନୀତ ହୋଇ ଏହି ସଂଗୀତ ପ୍ରତିଯୋଗିତା ର ଟେକ ରଖି ଜିଲ୍ଳାର ଗର୍ବ ଗୌରବ ଅର୍ଜନ କରିଛନ୍ତି | ସେମାନେ ଆଦିତ, ସାଇ ମିଉଜିକ ର ମାଆ ତାରା ତାରିଣୀ ଙ୍କ ଭଜନ ଗାଈ ମନୋ ନିତ ହୋଇ ଥିବା କଳାକାର ମାନେ ହେଲେ ପ୍ରଥମ ନକ୍ଷତ୍ର ରାୟ,ଯାହାଙ୍କୁ ସିଲମାନପତ୍ର ସହ 10ହଜାର ଟଙ୍କାର ପୁରସ୍କାର,2ୟ ସ୍ୱୟଂ ଶ୍ରୀୟା ପଟନାୟକଙ୍କୁ ସିଲସହ ମାନପତ୍ରଓ 6000ଟଙ୍କାର ପୁରସ୍କାର , ଓ 3ୟ ମାନସ ହୋତାଙ୍କୁ ସିଲ, ମାନପତ୍ର, ସହ 3000 ଟଙ୍କାର ପୁରସ୍କାର ଅନୁଷ୍ଠାନ ତରଫରୁ ପ୍ରଦାନ କରାଯାଇଛି | ଏବଂ ଆଗାମୀ ଦିନରେ ଏହି ପ୍ରତିଯୋଗୀ ଙ୍କସହ ଯେଉଁମାନେ ଭଲ ଗୀତ ଗାଇଛନ୍ତି ସେମାନଙ୍କୁ ମଧ୍ୟ ସାଇ ଅଦିତି ମ୍ୟୁଜିକ ରେ ଗୀତ ଗାଇବାର ସୁଯୋଗ ଦିଆଯିବ ବୋଲି ଅନୁଷ୍ଠାନ ର ପ୍ରଯୋଜକ ଧ୍ରୁବ ଚରଣ ରଣାମତ ଦେଇଛନ୍ତି | ଗଞ୍ଜାମ ଜିଲ୍ଲାର ପୁରପଲି ରେ ଥିବା କଳା କାର ମାନଙ୍କୁ ଲୋକ ଲୋଚନକୁ ଆଣିବାର ଏହା ଗୋଟେସୁନ୍ଦର ପ୍ରୟାସ | ଯାହା ଯୋଗୁଁ ଆଜି ଜିଲ୍ଲରେ ସେମାନଙ୍କ ସଂଗୀତ ର ଯାଦୁ ର ମହକ ଖେଳାଇ ଯାଇଛି | ଏଥିରେ ଓଲିଉଡ଼ମିଉଜିକ ଡାଇରେକ୍ଟର ଓ ଗୀତିକାର ପ୍ରଶାନ୍ତ ପାଢ଼ୀ ଯୋଗ ଦେଉଥିଲା ବେଳେ ତାଙ୍କ ସହିତ ପ୍ରଭାତ ପାତ୍ର, ଗୁରୁ ଶିବରା଼ମ ରଣା,ଗୁରୁ ଗଣେଶ ପଟନାୟକ, 21 ଜଣ ପ୍ରତିଯୋଗୀ ଙ୍କୁ ନେଇ ଜର୍ଜ ମେଣ୍ଟ କରି ସେମଧ୍ୟରୁ ପ୍ରଥମେ 10ଜଣ ଓପରେ 3ଜଣ ଙ୍କୁ ତାଙ୍କର ଜର୍ଜ ମେଣ୍ଟ ମାଧ୍ୟମରେ ମନୋନୀତ କରି ଗଞ୍ଜାମ ଜିଲ୍ଳାରେ ସଂଗୀତଓ କଳା ସଂସ୍କୃତି ରେ ଭରପୁର ପ୍ରତିଯୋଗୀ ଅଛନ୍ତି ତାହା ସେମାନେ ପ୍ରମାଣିତ କରିଛନ୍ତି | ଏହାସହ ଅନୁଷ୍ଠାନ ତରଫରୁ ବହୁ ପ୍ରତିଭା ସମ୍ପର୍ଣ୍ଣ ବ୍ୟକ୍ରି ବିଶେସଙ୍କୁ ପୁଷ୍ପଗୁଛ, ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଛି |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.