ମନ୍ଦିର ଜମିରେ ମଣ୍ଡପ ଓ ଶୌଚାଳୟ ନିର୍ମାଣ ଯୋଗୁଁ ଅସନ୍ତୋଷ ଗ୍ରାମବାସୀ

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ଗ୍ରାମବାସୀଙ୍କ ବିନା ସ‌ହ‌ମତିରେ ତଥା ଦେବୋତ୍ତର ବିଭାଗର ବିନା ଅନୁମତିରେ ପୁରୁଷୋତ୍ତମପୁର ବ୍ଳକ ଟଙ୍କା ଛାଇ ପଞ୍ଚାୟତ ଅନ୍ତର୍ଗତ ଗୁଣ୍ଡୁରୀ ବାଡ଼ି ଗ୍ରାମରେଥିବା ଶ୍ରୀ ଶ୍ରୀ ଶ୍ରୀ ମୁକ୍ତେଶ୍ଵର ମହାଦେବ ଙ୍କ ନାମରେ ଥିବା ଜମିରେ ମଣ୍ଡପ ଓ ଶୌଚାଳୟ କାର୍ଯ୍ୟ କରଯାଇଥିବାର ଅଭିଯୋଗ ହୋଇଛି। ଘଟଣା ସମ୍ପର୍କରେ ଜଣାପଡିଛି ଯେ ଗୁଣ୍ଡୁରିବାଡି ମୌଜା, ପ୍ଲଟ ନମ୍ବର ୭୫୧,୭୫୨ ରେ ବେଆଇନ ଭାବେ ନିର୍ମାଣ କାର୍ଯ୍ୟ ହୋଇଥ‌ିବା ନେଇ ଗ୍ରାମବାସୀ ବିଡିଓ, ବିଭାଗୀୟଯେଇ, ଭୁବନେଶ୍ୱର ଦେବୋତ୍ତର କମିଶନର, ବ୍ରହ୍ମପୁର ସହକାରୀ ଦେବୋତ୍ତର କମିଶନର, ଜିଲ୍ଲାପାଳ, ଗଞ୍ଜାମ ଓ ତହସିଲଦାର, ପୁରୁଷୋତ୍ତମପୁରଙ୍କୁ ଲିଖୂତ ଅଭିଯୋଗ କରିଥିଲେ ମଧ୍ୟ କୌଣସି ତଦନ୍ତ କିମ୍ବା କାର୍ଯ୍ୟାନୁଷ୍ଠାନ ହୋଇ ନାହିଁ। ଯନ୍ତ୍ରୀ ଓ ସରପଞ୍ଚଙ୍କ ମନମୁଖୂ କାର୍ଯ୍ୟ ଯୋଗୁଁ ଜନ ଅସନ୍ତୋଷ ଦେଖା ଦେଇଛି। ଆବଶ୍ୟକ ପଡିଲେ ମାମଲା କୋର୍ଟ ରେ କରିବାକୁ ଗ୍ରାମବାସୀ ମାନେ ଚେତାବନୀ ଦେଇଛନ୍ତି | କେଉଁ ସ୍ୱାର୍ଥ ନେଇ ଯେଇ ଓ ସରପଞ୍ଚ ଏହାକୁ ବିଚାର ନକରି ମନ୍ଦିର ଜମିରେ ଏହି ମଣ୍ଡପ ଓ ଶୌଚାଳୟ ତିଆରି କରିଛନ୍ତି ତାହା କେତେଦୂର ଯୁକ୍ତି ଯୁକ୍ତ ତାହା ବିଚାର କରି ଛନ୍ତି କି ତେଣୁ ମନ୍ଦିର ଜମିରେ କିପରି ଏହିସବୁ ଜିନିଷ ତିଆରି କରିବାକୁ ନିର୍ଦେଶ ଦେଲେ ତାହାର ତଦନ୍ତ ଜିଲ୍ଲପାଳ ଓ ଦେବୋତ୍ତର ସହକାରୀ କମିଶନର କରିବାକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି | ଏହା ଉପରେ ଆମେ ପଞ୍ଚାୟତ ଯେଇ ଜାନକୀ ପାତ୍ର ଙ୍କ ସହ ଫୋନ କରିଥିଲୁ କିନ୍ତୁ ସେ ଫୋନ ଉଠାଇଲେ ନାହିଁ | ଏହାଉପରେ ତହସିଲଦାର ବିନୋଦ କୁମାର ବେହେରାଙ୍କ ସହ ଯୋଗାଯୋଗ କରିବାରୁ ମୁଁ ଏହା ଉପରେ ତଦନ୍ତ ପାଈଁ ବିଡ଼ିଓ ଙ୍କୁ ନିର୍ଦେଶ ଦେଇଛି ବୋଲି କହିଥିଲେ | ବିଡ଼ିଓ ଶରତ ଚନ୍ଦ୍ର ପାତ୍ର ଙ୍କ ସହ ଫୋନ ରେ କଥାହେବାରୁ ଯେହେତୁ ତାଙ୍କର ସହଧର୍ମିଣୀ ଙ୍କ ମୃତ୍ୟୁରେ ସେ ବ୍ୟସ୍ତ ରହିଥିଲେ ତେଣୁ ଏହି ବିଷୟ ରେ ସେ କିଛି ଜାଣି ନାହାନ୍ତି ଓ ଖୁବଶୀଘ୍ର ତଦନ୍ତ କରି କହିବି ବୋଲି କହିଛନ୍ତି | ତେବେ ଆଗକୁ ଗ୍ରାମବାସୀ ଙ୍କ ଦୁଃଖ କିଏ ବୁଝି ତାର ସମାଧାନ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.