ବାଲେଶ୍ୱର ମୁନିସିପାଲିଟି ସୀମା ନିର୍ଦ୍ଧାରଣ ବିଷୟରେ ସମୀକ୍ଷା ସଭା ଆୟୋଜିତ

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱର ଜିଲ୍ଲାପାଳଙ୍କ କନଫରେନ୍ସ ହଲ୍‌ରେ ବାଲେଶ୍ୱର ମୁନିସିପାଲିଟି ସୀମା ନିର୍ଦ୍ଧାରଣ (Delimitation) ବିଷୟରେ ଏକ ସମୀକ୍ଷା ସଭା ଆୟୋଜିତ ହୋଇଯାଇଛି। ଏଥିରେ ବାଲେଶ୍ଵର ଡିଆରଡିଏର ପ୍ରକଳ୍ପ ନିର୍ଦ୍ଦେଶକ ଅଧ୍ୟକ୍ଷତା କରିଥିଲେ। ଏହି ସଭାରେ ରେମୁଣା ଓ ବାଲେଶ୍ଵର ବିଧାୟକଙ୍କ ପ୍ରତନିଧି, ବାଲେଶ୍ଵର ସାଂସଦଙ୍କ ପ୍ରତିନିଧି, ବାଲେଶ୍ୱର ମୁନିସିପାଲିଟିର ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ, କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ସମ୍ବନ୍ଧିତ ଗ୍ରାମପଞ୍ଚାୟତ ଗୁଡ଼ିକର ସରପଞ୍ଚମାନେ ଉପସ୍ଥିତ ଥିଲେ।

Omkar Vasthu
Omkar Vasthu

ପୂର୍ବ ପ୍ରସ୍ତାବ ଅନୁସାରେ ବାଲେଶ୍ୱର ବ୍ଲକର ୨ଟି ଗ୍ରାମ ପଞ୍ଚାୟତ ଓ ରେମୁଣା ବ୍ଲକର ୭ଟି ଗ୍ରାମ ପଞ୍ଚାୟତକୁ ବାଲେଶ୍ୱର ମୁନିସିପାଲିଟି ସୀମା ଭିତରେ ଅନ୍ତର୍ଭୁକ୍ତ କରିବା ପାଇଁ ଆଲୋଚନା କରାଯାଇଥିଲା।

Pearl dental clinic
Near Ashish Medical Store, Bhawanipatna

ସଭାରେ ଅଧିକ ଗ୍ରାମ ପଞ୍ଚାୟତ ଓ ଅଞ୍ଚଳଗୁଡ଼ିକୁ ବାଲେଶ୍ୱର ମୁନିସିପାଲିଟି ସହ ଅନ୍ତର୍ଭୁକ୍ତ କରିବା ସମ୍ଭାବନା ବିଷୟରେ ଆଲୋଚନା କରାଗଲା। ଆଲୋଚନା ଅନୁସାରେ ନିମ୍ନଲିଖିତ ଗ୍ରାମପଞ୍ଚାୟତ ଓ ଅଞ୍ଚଳଗୁଡ଼ିକ ଉପରେ ବିଚାର କରାଗଲା। ସୀମା ଅନୁସାରେ ପ୍ରସ୍ତାବିତ ଗ୍ରାମ ପଞ୍ଚାୟତ/ଅଞ୍ଚଳଗୁଡ଼ିକ ହେଲା ସଦର ବ୍ଲକର ପାତ୍ରପଡା ଓ ସାରଗାଁ, ରେମୁଣା ବ୍ଲକର ହରିପୁର, ବାଲିଆ, ଭିମପୁରା, କରଞ୍ଜିଆ, କୁରୁଡା, ସରସ୍ୱତୀପୁର, ଦହାପଡା।

Udyog Nursery
Udyogi Nursery

ଅତିରିକ୍ତ ଆଲୋଚିତ ଅଞ୍ଚଳଗୁଡ଼ିକ ହେଲା ସମଗ୍ର ରେମୁଣା ଏନ.ଏ.ସି., ଆଳୁପୁର ଗ୍ରାମ ପଞ୍ଚାୟତ, ନାଗରାମ ଗ୍ରାମ ପଞ୍ଚାୟତ, ଗେଙ୍ଗୁଟି ଗ୍ରାମ ପଞ୍ଚାୟତ (ଅଂଶ), ହିଡିଗାଁ ଗ୍ରାମ ପଞ୍ଚାୟତ (ଅଂଶ) ଓ ରଣସାହି ଗ୍ରାମ ପଞ୍ଚାୟତ (ଅଂଶ) ।

ନୂତନ ପ୍ରସ୍ତାବ ତିଆରି ପୂର୍ବରୁ ସମ୍ପୂର୍ଣ୍ଣ ସର୍ଭେ ଓ ତଦନ୍ତ କରି ବିସ୍ତୃତ ତଥ୍ୟ ସଂଗ୍ରହ କରିବାକୁ ନିଷ୍ପତ୍ତି ନିଆଯାଇଛି। ସଭାରେ ସମସ୍ତ ଅଧିକାରୀ ଓ ଜନପ୍ରତିନିଧିମାନେ ଗୁରୁତ୍ୱପୂର୍ଣ୍ଣ ମତାମତ ରଖିଥିଲେ ଏବଂ ସୀମା ନିର୍ଦ୍ଧାରଣ ପ୍ରକ୍ରିୟାକୁ ଅଧିକ ସୁସଂଗଠିତ ଭାବେ ଆଗେଇ ନେବାକୁ ନିଷ୍ପତ୍ତି ନିଆଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.