ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁତଳା ବ୍ଲକ ଝିଙ୍କିଡୁଙ୍ଗୁରି ପଞ୍ଚାୟତ କେନ୍ଦୁଉଡ଼ାର ଅଖିଳ ଭାରତୀୟ ଆଦିବାସୀ ଉଚ୍ଚ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସ୍ୱାଧୀନ ବୁଡ଼େକଙ୍କ ଅଧ୍ୟକ୍ଷତା ଓ ଶିକ୍ଷକ ସଞ୍ଜୟ ପଧାନଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଝିଙ୍କିଡୁଙ୍ଗୁରି ସିଆରସିସି ଜୟଶଙ୍କର ଶତପଥି ମୁଖ୍ୟ ଅତିଥି, ପୂର୍ବତନ ସିଆରସିସି ଯୁଗ ବଗର୍ତ୍ତୀ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ | କ୍ଲଷ୍ଟର ଅନ୍ତର୍ଗତ ୧୧ ବିଦ୍ୟାଳୟର ଛାତ୍ରଛାତ୍ରୀ ଡ୍ରଇଂ, ସୃଜନୀ ଲିଖନ, ଡିବେଟ, ପ୍ରବନ୍ଧ ଲିଖନ, ଗୀତ, ନୃତ୍ୟ ଆଦି ପ୍ରତିଯୋଗିତାରେ ଭାଗ ନେଇଥିଲେ | ୧୧ ଜଣ କୃତି ପ୍ରତିଯୋଗୀ ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ଅଂଶଗ୍ରହଣ ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ |ମୀନକେତନ କଲେତ, ବସନ୍ତ ସାମଲ, ପ୍ରବୀଣ ମଲ୍ଲିକ ବିଚାରକ ରହିଥିଲେ | ଲାଫେର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଜ୍ଞାନେଶ୍ଵର ପ୍ରଧାନୀ ଅତିଥି ପରିଚୟ ଓ ସୁଜିତ କୁମାର ବାଗ ଧନ୍ୟବାଦ ଅର୍ପଣ କରିଥିଲେ | ପିତାମ୍ବର ବାରିକ, ଗୋବିନ୍ଦ ମହାକୁର, ଜ୍ୟୋତ୍ସ୍ନାରାଣୀ ପାତ୍ର, କଲ୍ୟାଣୀ ମାଝୀ, ତ୍ରିଲୋଚନ ବେହେରା, ହରିଶ୍ଚନ୍ଦ୍ର ବଗର୍ତ୍ତୀ, ପ୍ରଭାତ ବେହେରା, କୁବେର ପ୍ରଧାନୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ |