ମାଣ୍ଡେଲ ମଣ୍ଡି ଉଦ୍ଘାଟିତ: ପ୍ରଥମ ଦିନରେ ଉଠିଲା ୫ ଚାଷୀଙ୍କ ୩୦୦ କ୍ଵିଣ୍ଟାଲ ଧାନ 

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଶୁକ୍ରବାର ନର୍ଲା ପ୍ୟାକ୍ସ ଅଧିନସ୍ଥ ମାଣ୍ଡେଲ ଧାନ ମଣ୍ଡି ଉଦ୍ଘାଟିତ ହୋଇଛି। ନର୍ଲା ପ୍ୟାକ୍ସ ସଭାପତି ମଞ୍ଜୁଲତା ଗୌଡ଼ଙ୍କ ନେତୃତ୍ୱରେ ଶୁକ୍ରବାର ପୂର୍ବାହ୍ନ ୧୦.୩୦ ସମୟରେ ମାଣ୍ଡେଲ ହାଇସ୍କୁଲ ପାର୍ଶ୍ୱସ୍ଥ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ପରିସରରେ ଏହା ଉଦ୍ଘାଟିତ ହୋଇଯାଇଅଛି। ଏଥିରେ ମୁଖ୍ୟ ଅତିଥି ଭାବରେ ମାଣ୍ଡେଲର ଭାରପ୍ରାପ୍ତ ସରପଞ୍ଚ ସୁଧା ନାଏକ ଯୋଗଦାନ କରି ମା ମହାଲକ୍ଷ୍ମୀ ଫଟୋ, ଓଜନ ମେସିନ, ଆଦ୍ରତା ପରିମାପକ ଯନ୍ତ୍ର ଓ ଧାନ ବସ୍ତାକୁ ପୂଜା କରିଥିଲେ ମଣ୍ଡି ଉଦ୍ଘାଟନ କରିଥିଲ। ଅନ୍ୟ ମାନଙ୍କ ମଧ୍ୟରେ ନର୍ଲା ଯୋଗାଣ ଅଧିକାରୀ ପ୍ରଶାନ୍ତ ଶ୍ରୀ ଚନ୍ଦନ, ପ୍ୟାକ୍ସ ଡାଇରେକ୍ଟର ଅଭୟ ଚାନ୍ଦ, ଧନୁର୍ଦ୍ଧର ସେନାପତି, ବୁଢୀପଦର ରାମାନୁଜ ଏଗ୍ରୋ ରାଇସ ମିଲର ପ୍ରତିନିଧି ବଣ୍ଟି ଖେତାନ, ବିଶିଷ୍ଟ ଚାଷୀ ତ୍ରିଲୋଚନ ପଧାନ, ମିଥିଲା ପଧାନ, ଜଗଦୀଶ ଗହୀର, ତପନ ପଧାନ, ସୁକା ରଣା, ଶଙ୍କର ରଣା, ଅକ୍ଷୟ ନାଏକଙ୍କ ସମେତ ୨୦ ରୁ ଉର୍ଦ୍ଧ୍ବ ଚାଷୀ ଉପସ୍ଥିତ ଥିଲେ। ନର୍ଲା ପ୍ୟାକ୍ସ ସମ୍ପାଦକ ଲବକାନ୍ତ ସା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସମବାୟ ସମିତିର ଡିଇଓ କେତନ ବଗର୍ତ୍ତୀ, ଆରଏମସି କର୍ମଚାରୀ ଜ୍ୟୋତିପ୍ରଭା ସା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ପ୍ରଥମ ଦିନରେ ୫ ଜଣ ଚାଷୀଙ୍କ ୩୦୦ କ୍ଵିଣ୍ଟାଲ ଧାନ ଉଠିଥିବା ଜଣାପଡିଛି। କାର୍ଯ୍ୟକ୍ରମ ଶେଷରେ ପ୍ୟାକ୍ସ ସଭାନେତ୍ରୀ ଶ୍ରୀମତୀ ଗଉଡ଼ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.