ରେଙ୍ଗାଲପାଲି ମଣ୍ଡି ଉଦ୍ଘାଟିତ: ପ୍ରଥମ ଦିନରେ ୪୮୩ କ୍ଵିଣ୍ଟାଲ ଧାନ କ୍ରୟ

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକରେ ଚଳିତ ଖରିଫ ଋତୁ ୨୦୨୫ ରେ ବିଭିନ୍ନ ସ୍ଥାନରେ ଧାନ ମଣ୍ଡି ରେ ଧାନ କ୍ରୟ ଆରମ୍ଭ ହୋଇଥିବା ବେଳେ ଆଜି ବଡ ପୁଝାରୀଗୁଡା ପେକ୍ସ ଅଧିନସ୍ଥ ରେଙ୍ଗାଲପାଲି ଧାନ ମଣ୍ଡି ଉଦ୍ଘାଟିତ ହୋଇଯାଇଅଛି। ଏ ନେଇ ଆୟୋଜିତ କାର୍ଯ୍ୟକ୍ରମରେ ଜୟପାଟଣା ବ୍ଲକ ପୂର୍ବତନ ଅଧ୍ୟକ୍ଷ ତଥା ବରିଷ୍ଠ ସମାଜ ସେବୀ ବ୍ରଜେନ୍ଦ୍ର କୁମାର ପଟ୍ଟଯୋଷୀ ଯୋଗଦେଇ ଶୁଭ ଉଦ୍ଘାଟନ କରିଥିଲେ। ଏହି ପରିପ୍ରେକ୍ଷୀରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ତଥା ତହସିଲଦାର ଧର୍ମରାଜ ମାଝୀ ସୁପରଭାଇଜିଙ୍ଗ ଅଧିକାରୀ ରୂପେ ଯୋଗଦେଇଥିବା ବେଳେ ବଡପୁଝାରୀ ଗୁଡା ସମବାୟ ସମିତିର ସଭାପତି ଲଲିତ କୁମାର ନାଏକ, ଜୟପାଟଣା ବ୍ଲକ ଅଧ୍ୟକ୍ଷ ଥବିର ବାଗ, ରେଙ୍ଗାଲପାଲି ସରପଞ୍ଚ ଐଶ୍ୱର୍ଯ୍ୟ କୁମାର ଦାସ, ସମବାୟ ସମିତି ଡାଇରେକ୍ଟର ଧନେଶ୍ଵର ପୁଞ୍ଜି, ରତନ ନାଏକ, ଜୟପାଟଣା ବ୍ଲକ ଉପାଧ୍ୟକ୍ଷା ପ୍ରତିନିଧି ଲାବଣ୍ୟ ବାଣୁଆ, ଦିପଚନ୍ଦ ସାହୁ, ଧନସିଙ୍ଗ ଶବର, ବିଭିନ୍ନ ରାଇସ୍ ମିଲ୍ ରୁ ଆସିଥିବା ମିଲର୍ସ ପ୍ରତିନିଧି ଯୋଗଦେଇଥିଲେ। ଏହି ପରିପ୍ରେକ୍ଷୀରେ ପୂର୍ବତନ ବ୍ଳକ ଅଧ୍ୟକ୍ଷ ଶ୍ରୀ ପଟ୍ଟଯୋଷୀ ରେଙ୍ଗାଲ ପାଲି ମଣ୍ଡି କିଭଳି ଶୃଙ୍ଖଳିତ ଓ ସୁରୁଖୁରୁରେ ଚାଳିବ ସେଥିପ୍ରତି ହେବା ବୋଲି ଉପସ୍ଥିତ ଚାଷୀ ଏବଂ ପଦାଧିକାରୀ ମାନଙ୍କୁ ଅନୁରୋଧ କରିଥିଲେ। ବଡ ପୁଝାରୀ ଗୁଡା ସମବାୟ ସମିତି ର ସମ୍ପାଦକ ଯଶୋବନ୍ତ ନାଗ ଏହି କାର୍ଯ୍ୟକ୍ରମ ଟିକୁ ପରିଚାଳନା କରିଥିବା ବେଳେ ଆର୍ ଏମ୍ ସି କର୍ମଚାରୀ ଓ ପ୍ବାକ୍ସ କର୍ମକର୍ତ୍ତା ସହଯୋଗ କରିଥିଲେ। ଉଦ୍ଘାଟନୀ ଦିବସର ପ୍ରଥମ ଦିନରେ ବିଭିନ୍ନ ଚାଷୀ ଠାରୁ ୪୮୩ କ୍ଵିଣ୍ଟାଲ ଧାନ ଗଜ ଲକ୍ଷ୍ମୀ ରାଇସ୍ ମିଲ,ଏମ୍ ବି ଆର୍ ଏମ୍, ବି ଏଲ୍ ପି ଏ ପ୍ରମୁଖ ରାଇସ୍ ମିଲ ଧାନ ଉଠାଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.