ଡିସେମ୍ବର ୨୦ ଓ ୨୧ ରେ ପାଳିତ ହେବ ସରିଆଁ ହାଇସ୍କୁଲର ରଜତ ଜୟନ୍ତୀ ସମାରୋହ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ସରିଆଁର ରଜତ ଜୟନ୍ତୀ ସମାରୋହ ଡିସେମ୍ବର ୨୦ ଓ ୨୧ ତାରିଖ ଦୁଇ ଦିନ ଧରି ପାଳିତ ହେବ। କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକ୍ ସରିଆଁ ସ୍ଥିତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ଏନେଇ ପ୍ରସ୍ତୁତି ଜୋରଦାର ହୋଇଥିବା ପୁରାତନ ଶିକ୍ଷାର୍ଥୀ ସଂସଦର ସଭାପତି ଓମପ୍ରକାଶ ଛତ୍ରିଆ ସୂଚନା ଦେଇଛନ୍ତି। ପ୍ରଥମ ଦିବସରେ ମଶାଲ ଯାତ୍ରା, ଉଦଘାଟନୀ ସମାରୋହ, ଗୁରୁ ପୂଜନ, ବନ୍ଧୁ ମିଳନ, ସାଂନ୍ଧ୍ୟ ଅଧିବେଶନ, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ସାମାଜିକ ନାଟକ ପରିବେଷିତ ହେବ। ସେହିପରି ଦ୍ବିତୀୟ ଦିବସରେ ସମ୍ବର୍ଦ୍ଧନା ପର୍ବ, ଆଲୋଚନା ଚକ୍ର, ଉଦଯାପନୀ ସମାରୋହ, ସାଂସ୍କୃତିକ କାର୍ଯ୍ୟକ୍ରମ, ଗୀତିନାଟ୍ୟ ଓ ସମ୍ବଲପୁରୀ ମେଲୋଡ଼ି ଆୟୋଜିତ ହେବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ଏକ ବିଶାଳ ରକ୍ତଦାନ ଶିବିର ଆୟୋଜିତ ହେବା ସହ ସ୍ମରଣୀକା ଉନ୍ମୋଚନ, ବହୁ ବିଶିଷ୍ଟ ବ୍ୟକ୍ତି ମାନଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି ପୁରାତନ ଶିକ୍ଷାର୍ଥୀ ସଂସଦର ସାଧାରଣ ସମ୍ପାଦକ ରମେଶ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି। ଏହି ସମାରୋହରେ ସମସ୍ତେ ଉପସ୍ଥିତ ରହିବାକୁ ଉପସଭାପତି ବିଜୟ ଧଙ୍ଗଡାମାଝୀ, ରଘୁନାଥ ଦୀପ, ମନୋଜ ପଟ୍ଟନାୟକଙ୍କ ସମେତ ସଂସଦର କାର୍ଯ୍ୟକର୍ତ୍ତାମାନେ ବିଶେଷ ଅନୁରୋଧ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.