ଓଡ଼ିଆ ବାର୍ତ୍ତା/ କଲମପୁର (ଭୋଜରାଜ ଛତ୍ରିଆ): କଳାହାଣ୍ଡି ଜିଲ୍ଲା କଲମପୁର ସ୍ଥିତ ଅମୋହମଣୀ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ ପରିସରରେ ତିନି ଦିନ ଧରି ଚାଲି ଚାଲିଥିବା ବାର୍ଷିକ କ୍ରିଡ଼ା ଉତ୍ସବ ଉଦଯାପି ହୋଇଯାଇଛି। ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ବିରଞ୍ଚି କୁମାର ମାଝୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵବଧାନରେ ଆୟୋଜିତ ଏହି କ୍ରିଡ଼ା ଉତ୍ସବର ଉଦ୍ଜାପନୀ ସଭାରେ ମୁଖ୍ୟବକ୍ତା ଭାବେ ପୂର୍ବତନ ଓଡ଼ିଆ ଅଧ୍ୟାପକ ବିବେକାନନ୍ଦ ଠାକୁର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟା ଜୋନ ୧ ଦୁହିତା ମାଝୀ, ଜୋନ ୨ ନିବେଦିତା ହଂସ, ଯୁକ୍ତ ତିନି କଲେଜର ଭୋଗୋଳ ଅଧ୍ୟାପକ ଧରଣୀଧର ପୁଝାରୀ, କ୍ରୀଡ଼ା ଶିକ୍ଷକ ସୁରେନ୍ଦ୍ର ବେହେରା ପ୍ରମୁଖ ମଞ୍ଚରେ ମଞ୍ଚାସିନ ରହିଥିଲେ । କ୍ରୀଡା ଉତ୍ସବର ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ମାନପତ୍ର ଓ ଟ୍ରଫି ପ୍ରଦାନ କରି ପୁରସ୍କୃତ କରାଯାଇଥିଲା। ବରିଷ୍ଠ ଅଧ୍ୟାପକ ବିଭୁତି ଭୂଷଣ ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିଲେ । ଏହି ଅବସରରେ କଲେଜର ପ୍ରଥମ ଓ ଦ୍ଵିତୀୟ ବର୍ଷର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏଥିରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିବା ବେଳେ ଅର୍ଥନୀତି ଅଧ୍ୟାପକ ମଳୟ ମହାକୁଡ଼, ରାଜନୀତି ବିଜ୍ଞାନ ଅଧ୍ୟାପିକା ମଧୁସ୍ମିତା ପ୍ରଧାନ, ଓଡ଼ିଆ ଅଧ୍ୟାପକ ଡୋଳେଶ୍ଵର ମାଝୀ, ଅତିଥି ଇଂରାଜୀ ଅଧ୍ୟାପିକା ଜସ୍ମିନ ପାଣିଗ୍ରାହୀ, ଭୂଗୋଳ ଅଧ୍ୟାପିକା ଦିବ୍ୟାଶ୍ରୀ ପଣ୍ଡାଙ୍କ ସମେତ ସମସ୍ତ କର୍ମଚାରୀ କ୍ରୀଡା ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ । ଚଳିତ ବର୍ଷ ୨୦୨୫-୨୬ ପାଇଁ ବାଳିକା ବିଭାଗରେ ଗୌରୀ ଓ ବାଳକ ବିଭାଗରେ ନକୁଲ ରାଉତ ଚମ୍ପିୟାନ ହୋଇଥିଲେ ।





