ରାୟଗଡ଼ା ଜିଲ୍ଲାରେ ରେକର୍ଡ ସୃଷ୍ଟି: ରାଷ୍ଟ୍ରୀୟ ଲୋକଅଦାଲତରେ ୨୦୮୨୮ ମାମଲାର ଫଇସଲା, ୮୦ ଲକ୍ଷରୁ ଅଧିକ ଟଙ୍କା ସେଟେଲମେଣ୍ଟ

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ରାୟଗଡ଼ାରେ ରାଷ୍ଟ୍ରୀୟ ଲୋକ ଅଦାଲତ ଯୋଗୁଁ ୨୦,୮୨୮ ଟି ମାମଲା ଫଇସଲା ହୋଇପାରି ସେଟେଲମେଣ୍ଟ ବାବଦକୁ ୮୦,୩୭,୯୦୨ ଟଙ୍କା ଆଦାୟ ହୋଇପାରିଛି | ଜିଲ୍ଲା ଆଇନ ସେବା ପ୍ରାଧିକରଣ ରାୟଗଡ଼ା ତତ୍ତ୍ୱାବଧାନରେ ରାୟଗଡ଼ା ଜିଲ୍ଲା ସିଭିଲକୋର୍ଟ ପରିସରରେ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି l ଏହି ଲୋକ ଅଦାଲତରେ ରାୟଗଡଡ଼ା ଜିଲ୍ଲା ଅଦାଲତ ସମେତ କାଶିପୁର, ପଦ୍ମପୁର, ବିଷମକଟକ ଓ ମୁନିଗୁଡା ଅଦାଲତରେ ଦୀର୍ଘ ଦିନ ଧରି ପଡ଼ି ରହିଥିବା ୧୯୧ ଟି ମାମଲାର ଫଇସଲା ହୋଇ,ସମୁଦାୟ ୬୬,୦୧,୮୪୩.୯୮/-(ଛଅଷଠି ଲକ୍ଷ ଏକ ହଜାର ଆଠ ସହ ତେୟାଳିଶ ଟଙ୍କା ଅଠାନବେ ପଇସା) ଟଙ୍କା ର ସେଟେଲମେଣ୍ଟ କରାଯାଇଅଛି l ସେହିପରି ରାଜସ୍ୱ ସମ୍ବନ୍ଧିତ ୨୦,୫୮୫ ଟି ମାମଲା ଫଇସଲା ହୋଇଅଛି ଓ ପ୍ରିଲିଟିଗେସନ ସମ୍ବନ୍ଧିତ ୫୨ ଟି ମାମଲାର ଫଇସଲା ହୋଇ ସମୁଦାୟ ୧୪,୩୬, ୦୫୮/-(ଚଉଦ ଲକ୍ଷ ଛତିସ୍ ହଜାର ଅଠାବନ) ଟଙ୍କା ର ସେଟେଲମେଣ୍ଟ କରାଯାଇଛି l ଏହି ଲୋକ ଅଦାଲତ ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରା ଜଜ୍ ଶ୍ରୀ ସତ୍ୟନାରାୟଣ ଷଡଙ୍ଗୀ ଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ଏହି ଅଦାଲତ କୁ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀ ସୁବ୍ରତ ଆଚାର୍ଯ୍ୟ ପରିଚାଳନା କରିଥିଲେ Iଏଥିରେ ପରିବାର ଅଦାଲତ ର ବିଚାରପତି ଶ୍ରୀ ସଞ୍ଜିତ କୁମାର ବେହେରା, ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ଶ୍ରୀମତି ଅଳ୍ପନା ସ୍ୱାଇଁ, ମୂଖ୍ୟ ବିଚାର ବିଭାଗୀୟ ଦଣ୍ଡାଧିକାରୀ ଶ୍ରୀମତି ଅପର୍ନା ମହାପାତ୍ର, ମହିଳା କୋର୍ଟ ର ବିଚାରପତି ଶ୍ରୀମତି ସସ୍ମିତା ମିଶ୍ର,ବରିଷ୍ଟ ଦେୱାନି ବିଚାରପତି ଶ୍ରୀ ଆଶିସ ପଟ୍ଟନାଏକ,ରେଜିଷ୍ଟ୍ରାର ଶ୍ରୀ ରାଣା ଘୋସ୍,ଉପଖଣ୍ଡିୟ ବିଚାର ବିଭାଗୀୟ ଅଧିକାରୀ ଶ୍ରୀମତୀ ବର୍ଷା ଦାସ,ଗ୍ରାମ ନ୍ୟାୟଧିକାରୀ ଶ୍ରୀମତି ଜ୍ୟୋତିରମୟୀ ଷଡଙ୍ଗୀ, ଜେ.ଏମ୍.ଏଫ୍.ସି.ଏସ୍.ଆର ତୋସାଲି ଏବଂ ରାୟଗଡା ବାର ଆସୋସିଏସନର ଆଇନଜୀବି ଶ୍ରୀ ମଦନ ମୋହନ ପାଢୀ, ଶ୍ରୀ କିଶୋର କୁମାର ସାହୁ, ଶ୍ରୀ ନବ କୁମାର କାଣ୍ଟା, ଶ୍ରୀ ବିଶ୍ୱନାଥ ଗନ୍ତାୟତ, ଶ୍ରୀ ମଙ୍ଗଳ ମୂର୍ତ୍ତୀ ବେଉରିଆ, ଶ୍ରୀ ଦେବରାଜ ନାଏକ, ଶ୍ରୀମତି ଭାରତି ତ୍ରିପାଠି ଓ ଶ୍ରୀ ଭି.ଅବତାର ପ୍ରମୁଖ ବିଭିନ୍ନ ଅଦାଲତ ପରିସରରେ ଅନୁଷ୍ଠିତ ହେଇଥିବା ବେଞ୍ଛରେ ଯୋଗ ଦେଇଥିଲେ l ଏହି ଲୋକ ଅଦାଲତ ଟିକୁ ସଫଳ କରିଥିବାରୁ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀ ଆଚାର୍ଯ୍ୟ ଜିଲ୍ଳାର ଜନସାଧାରଣ ତଥା ଆଇନଜୀବି ଓ ରାଜସ୍ୱ ବିଭାଗ ଓ ସରକାରୀ ଅଧିକାରୀ, ବ୍ୟାଙ୍କ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.