ପରୋପକାରୀ ଯୁବକ କୁନା ବେହେରାଙ୍କ ଦେହାନ୍ତ: ଅଞ୍ଚଳରେ ଶୋକର ଛାୟା 

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ଲାଞ୍ଜିଗଡ ବ୍ଲକ ଗୋବର୍ଦ୍ଧ୍ୱନପୁର ପଞ୍ଚଯାତ ରାମଚନ୍ଦ୍ରପୁର ନିବାସୀ ମେଳାପୀ, ପରୋପକାରୀ ଯୁବକ କୁନା ବେହେରା (ପ୍ରଶାନ୍ତ) ଆଜି ସକାଳେ ଅକାଳରେ ମୃତ୍ୟୁ ବରଣ କରିଛନ୍ତି l ତାଙ୍କର ମୃତ୍ୟୁ ଖବର ପ୍ରସାରିତ ହେବାପରେ ନର୍ଲା ଓ ଲାଞ୍ଜିଗଡ ବ୍ଲକର ଅନେକ ଲୋକ ତାଙ୍କ ଗ୍ରାମ ରାମଚନ୍ଦ୍ରପୁର ସ୍ଥିତ ବାସଭବନରେ ପହଞ୍ଚି ତାଙ୍କ ପାର୍ଥିବ ଶରୀର ଦର୍ଶନ କରି ଥିଲେ l ମୃତ୍ୟୁ ବେଳକୁ ତାଙ୍କୁ ୪୬ ବର୍ଷ ହୋଇଥିଲା । ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ସ୍ତ୍ରୀ, ଦୁଇ ପୁଅ, ଭାଇ, ବୃଦ୍ଧ ବାପା ମା ଉପସ୍ଥିତ ଥିଲେ l ତାଙ୍କ ମୃତ୍ୟୁ ଖବର ପ୍ରସାରଣ ହେବାପରେ ନର୍ଲା ଅଂଚଳରୁ ଶିକ୍ଷାବିତ ବଦ୍ରିନାରାୟଣ ମିଶ୍ର, ଜିଲ୍ଲାପରିଷଦ ସଦସ୍ୟ ହରିଶଙ୍କର ମାଝୀ, ଆଇନଜିବୀ ବିଭୁତି ଭୂଷଣ ବହିଦାର, ନର୍ଲା ପଂଚାୟତ ସମିତି ହାଇସ୍କୁଲର ୧୯୯୫ ବ୍ୟାଚର ସାଙ୍ଗ ନର୍ଲା ସମିତିସଭ୍ୟ ସୁଦାମ ଚରଣ ଝଙ୍କାର, ପ୍ରକାଶ ଚନ୍ଦ୍ର ବେହେରା, ମନୋଜ ବେହେରା ପ୍ରମୁଖ ଉପସ୍ଥିତ ରହି ଶେଷ ଦର୍ଶନ କରିଥିବାବେଳେ ଅନ୍ୟସାଙ୍ଗମାନେ ଶୋକ ବ୍ୟକ୍ତ କରିଛନ୍ତି l ଏକ ଶୋକାକୁଳ ପରିବେଶ ମଧ୍ୟରେ  ନିଜ ବିଲରେ ଅନ୍ତିମ ସଂସ୍କାର କରାଯାଇଥିଲା l ବଡ଼ପୁଅ ଶୀରିତ ବେହେରା ମୁଖାଗ୍ନି ଦେଇଥିବାବେଳେ ସାନପୁଅ ପ୍ରୀତ, ଭାଇ ପ୍ରଦ୍ୟୁମ୍ନ ଉପସ୍ଥିତ ଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.