ସରିଆଁ ହାଇସ୍କୁଲର ରଜତ ଜୟନ୍ତୀ ସମାରୋହ ପାଇଁ ପ୍ରସ୍ତୁତି ବୈଠକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଆସନ୍ତା ଡ଼ିସେମ୍ବର ୨୦ ଓ ୨୧ ଦୁଇ ଦିନ ଧରି ସରିଆଁ ହାଇସ୍କୁଲରେ ରଜତ ଜୟନ୍ତୀ ପାଳିତ ହେବ। ରବିବାର ଏନେଇ ଚୁଡାନ୍ତ ପ୍ରସ୍ତୁତି ବୈଠକ ପୁରାତନ ଶିକ୍ଷାର୍ଥୀ ସଂସଦ ସଭାପତି ଓମପ୍ରକାଶ ଛତ୍ରିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଦୁଇଦିନ ଧରି ଆୟୋଜିତ ହେବାକୁ ଥିବା ଏହି ଭବ୍ୟ କାର୍ଯ୍ୟକ୍ରମ ବିଷୟରେ ବିଶଦ ଭାବେ ଆଲୋଚନା ପର୍ଯ୍ୟାଲୋଚନା କରାଯାଇଥିଲା। ଏଥିରେ ପୂର୍ବତନ ବିଧାୟକ କୁମରମଣୀ ଶବର, ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ସରିଆଁର ପ୍ରଧାନଶିକ୍ଷକ ସାଧୁରାମ ଭୋଇ, ଗଣିତ ଶିକ୍ଷକ ଗଙ୍ଗା ନାରାୟଣ ଦାଶ, ଇଂରାଜୀ ଶିକ୍ଷକ କୈଳାସ ଚନ୍ଦ୍ର ଭୋଇ, ପିଇଟି ଉମାକାନ୍ତ ଭୋଇ, ଅବସରପ୍ରାପ୍ତ ଶିକ୍ଷକ ଜଗୁଲାଲ ଭୋଇ ଓ ନିର୍ମଳ ଚନ୍ଦ୍ର ଭୋଇ, ଆଇନଜୀବୀ ସଞ୍ଜୟ ଧଙ୍ଗଡାମାଝୀ, ଅବସରପ୍ରାପ୍ତ କିରାଣୀ ପ୍ରମୋଦ ଚନ୍ଦ୍ର ଭୋଇ, ଅବସରପ୍ରାପ୍ତ ମୁଖ୍ୟ ସେବକ ଭୋଳାନାଥ ଧଙ୍ଗଡାମାଝୀ, ସରିଆଁ ସମିତି ସଭ୍ୟ ଭାସ୍କର ଭୋଇ, ପଞ୍ଚାୟତ ହାଇସ୍କୁଲ ସରିଆଁ ପୁରାତନ ଛାତ୍ର ସଂସଦ ଉପସଭାପତି ବିଜୟ ଧଙ୍ଗଡ଼ାମାଝୀ ଓ ରଘୁନାଥ ଦୀପ, ଉପଦେଷ୍ଟା ଜେମନ୍ତ ପୋଢ, ଯୁଗ୍ମ ସମ୍ପାଦକ ରୀନା ଭୋଇ ଓ ସୋମ୍ୟରଞ୍ଜନ ସା, କୋଷାଧ୍ୟକ୍ଷ ନରୋତ୍ତମ କରୁଆଁ, ସଦସ୍ୟ ଚନ୍ଦ୍ର ଶେଖର ସାହୁ, ହିମାଦ୍ରୀ ଭୋଇଙ୍କ ସମେତ ସଂସଦର କାର୍ଯ୍ୟକର୍ତ୍ତା ଓ ପୁରାତନ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ। ପୁରାତନ ଛାତ୍ର ସଂସଦ ସାଧାରଣ ସମ୍ପାଦକ ରମେଶ ଚନ୍ଦ୍ର ସାହୁ ଓ ଯୁଗ୍ମ ସମ୍ପାଦକ ଅଚ୍ୟୁତାନନ୍ଦ ଭୋଇ ସଭା ସଂଯୋଜନା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.