ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ):
ସଇଁତଳା ବ୍ଲକ କରମତଲା ପଞ୍ଚାୟତ ଛନଛଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ସିଆରସିସି ପ୍ରମୋଦ କୁମାର ବୁଡ଼େକଙ୍କ ତତ୍ତ୍ୱାବଧାନରେ କ୍ଳଷ୍ଟରସ୍ତରୀୟ ଶିକ୍ଷା ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ସଭାରେ ସ୍ଥାନୀୟ ସରପଞ୍ଚ ତିଳୋତ୍ତମା ବାଗ ମୁଖ୍ୟ ଅତିଥି, କରମତଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଦ୍ବିତିକୃଷ୍ଣ ପଧାନ, ଛନଛଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଦୁର୍ଯ୍ୟୋଧନ ସେନାପତି, ପ୍ରଧାନ ଶିକ୍ଷକ ବସନ୍ତ କୁମାର ଭୋଇ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ | ଅଧାରୁ ପାଠ ଛାଡ଼ିଥିବା ଛାତ୍ରଛାତ୍ରୀଙ୍କ ନାମ ଲେଖା ସୁନିଶ୍ଚିତ କରାଯିବା ନେଇ ବକ୍ତାଗଣ ମତ ଦେଇଥିଲେ | ଝିମନପାଲି ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଜୀବର୍ଦ୍ଧନ ମେହେର ଧନ୍ୟବାଦ ଅର୍ପଣ କରିଥିଲେ | କ୍ଲଷ୍ଟର ଅଧିନ ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଅଭିଭାବକ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ |





