ଓଡ଼ିଆ ବାର୍ତ୍ତା/ ସଇନ୍ତଲା (ଗୋକୁଳା ନନ୍ଦ ବଗର୍ତ୍ତୀ): ସଇନ୍ତଲା ବ୍ଲକ୍ ଗଣ୍ଡପତ୍ରାପାଲି ପଞ୍ଚାୟତ ଅନ୍ତର୍ଗତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ବଡ଼ମାଲ ଠାରେ ସପ୍ତ ଶକ୍ତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଆଚାର୍ଯ୍ୟା ସସ୍ମିତା ଭୋଇ ମଞ୍ଚ ପରିଚାଳନା କରିଥିବା ବେଳେ ସସ୍ମିତା ଚାନ୍ଦ ଅତିଥି ପରିଚୟ ଏବଂ ଗିରିବାଳା ଷାଣ୍ଢ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ବିଦ୍ୟାଳୟର ଉପଦେଷ୍ଟା ବବିତା ସାହୁ ମୁଖ୍ୟ ଅତିଥି ରୂପେ ଏବଂ ସସ୍ମିତା ସାଏ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ବି. ଏସ୍. ଏଫ୍ ଜବାନଙ୍କ ମାଆ ଶ୍ରୀମତୀ ପୋଢ଼ଙ୍କୁ ସମ୍ବର୍ଦ୍ଧିତ କରାଯାଇ ଥିଲା । ନମିତା ମାଝୀ ଶପଥ ପାଠ କରାଇଥିଲେ ଏବଂ ମିତା ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ମାଆମାନଙ୍କ ମଧ୍ୟରେ ବାଟି ଚାମଚ ଏବଂ ମ୍ୟୁଜିକ୍ ଚ଼େଆର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ଦଶମୀ ଭୋଇ ଏବଂ ପ୍ରତୀକ୍ଷା ମାଝୀ ସହଯୋଗ କରିଥିଲେ ।





