ଜୟ ପ୍ରକାଶ ସାନ୍ଧ୍ୟ ଡିଗ୍ରୀ ମହାବିଦ୍ୟାଳୟରେ ଆତ୍ମ ନିର୍ଭର ଭାରତ ସଂକଳ୍ପ ପାଠ

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା (ଅଲତାଫ ଅଲ୍ଲୀ ଖାଁ):  ଜୟ ପ୍ରକାଶ ସାନ୍ଧ୍ୟ ଡିଗ୍ରୀ ମହାବିଦ୍ୟାଳୟ ଭବାନୀପାଟଣାରେ ଆତ୍ମ ନିର୍ଭର ଭାରତ ସ୍ୱଦେଶୀ ଯାତ୍ରା ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ଦ୍ୱାରା ପ୍ରେରିତ କାର୍ଯ୍ୟକ୍ରମ ଡିସେମ୍ବର ୧୫ ରୁ ୧୭ ତାରିଖ ମଧ୍ୟରେ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଯୁବକ ମାନଙ୍କୁ ଆତ୍ମ ନିର୍ଭର ଭାରତ ସ୍ୱଦେଶୀ ଯାତ୍ରାର ଆଭିମୁଖ୍ୟ ବିଷୟରେ ସଚେତନ କରାଯିବା ସହ ବିକଶିତ ଭାରତ ପଥରେ ଏହାର ଆବଶ୍ୟକତା ରହିଛି ବୋଲି ମହାବିଦ୍ୟାଳୟର ଅଧ୍ୟକ୍ଷ ପରମେଶ୍ୱର ମୁଣ୍ଡ ମତବ୍ୟକ୍ତ କରିଛନ୍ତି। ସ୍ୱଦେଶି ଦ୍ରବ୍ୟର ବହୁଳ ବ୍ୟବହାର ଏବଂ ପାରମ୍ପରିକ ସାମଗ୍ରୀର ପୁନଃ ବ୍ୟବହାର ସଂରକ୍ଷଣକୁ ଅତ୍ୟଧିକ ଗୁରୁତ୍ୱ ଦିଆଯାଇଛି। ଏହି ସଚେତନତା ବାର୍ତ୍ତାରେ ଆତ୍ମ ନିର୍ଭର ଭାରତ ସଂକଳ୍ପ ପତ୍ର ପାଠ କରାଯିବା ସହ ସେମାନଙ୍କ ମଧ୍ୟରେ ଦକ୍ଷତା ବୃଦ୍ଧି ପାଇଁ ଏକ ରିଲ୍ସ ନିର୍ମାଣ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଅଧ୍ୟାପକ ପ୍ରତାପ ଚନ୍ଦ୍ର ଦାଶ, ଶୁଭେନ୍ଧୁ କୁମାର ପାଢୀ, ସୁଶାନ୍ତ କୁମାର ଦାଶ ପ୍ରମୁଖ ଏହାର ପରିଚାଳନା କରିଥିଲେ। ଏଥିରେ ସର୍ବମୋଟ ୧୧୫ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.