ଓଡ଼ିଆ ବାର୍ତ୍ତା/ ମୁରିବାହାଲ (ଅମରେଶ ମାଝୀ): ବଙ୍ଗୋମୁଣ୍ଡା ବ୍ଲକ୍ ବିରିପାଲି ପଞ୍ଚାୟତ ଠାରେ ଓଡିଶା ଜୀବିକା ମିଶନ ଆନୁକୁଲ୍ୟରେ ସମନ୍ୱିତ କୃଷି ସମୂହର ଏକ ଦିନିଆ କର୍ମଶାଳା ଓ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ମହିଳା ଚାଷୀ ମାନଙ୍କର ଜୀବିକା ସମୃଦ୍ଧ, ସୁଦୃଢ଼ୀକରଣ ଓ ସ୍ବାବଲମ୍ବୀ କରିବା ସହିତ ଜୀବନ ଜୀବିକାର ବିକାଶ। ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ବିଭାଗର ଅଧିକାରୀ ମାନେ ନିଜ ବିଭାଗର ଯୋଜନା ଉପରେ ଆଲୋକପାତ କରିଥିଲେ। ବ୍ଲକ୍ ପ୍ରକଳ୍ପ ପରିଚାଳକ ସତ୍ୟପ୍ରିୟ ବେହେରା ମଞ୍ଚ ପରିଚାଳନା କରିଥିଲେ। ମୁଖ୍ୟ ଅତିଥି ଭାବେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ବଲାଙ୍ଗିର ତରିଣୀସେନ ସୁନା, ବିଡ଼ିଓ ନିତୁଶ୍ରି ମେହେର ଜିଲ୍ଲା ପ୍ରକଳ୍ପ ପରିଚାଳକ ନିଳୀମା କୁଜୁର, ମନରେଗା ଏକ୍ସପର୍ଟ ଆଲୋକ ଜେନା, ସରପଞ୍ଚ ସୁରେଶ ବେହେରା, ସମିତି ସଭ୍ୟ ଯୋଗେଶ୍ୱର ବେହେରା, ସହ କୃଷି ଅଧିକାରୀ ସ୍ମାରକୀ ପଧାନ, ସହ ଉଦ୍ୟାନ ଅଧିକାରୀ ସୁନୀଲ ମାଝୀ, ଏପିଓ ଇନ୍ଦ୍ରମଣି ସୁନା, ଏପିସି ଗୁରୁଗୋବିନ୍ଦ ସିଂ, ତାଲିମଦାତା ବଡ଼ ନାଗ, ଚିନେଶ୍ୱର ପୁଟେଲ ବିରିପାଲି ପଞ୍ଚାୟତର ଏମବିକେ, ଗୋଷ୍ଠୀ ସହାୟିକା, କୃଷି ମିତ୍ର, ପ୍ରାଣୀ ମିତ୍ର, ମହିଳା ଚାଷୀ ଉପସ୍ଥିତ ଥିଲେ। ବ୍ଲକ ସଂଯୋଜକ ଜଗନ୍ନାଥ ପୁଟେଲ ଧନ୍ୟବାଦ ଅର୍ପଣ କରିଥିଲେ।





