ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅନ୍ତର୍ଗତ ଦେହେଲି ଗ୍ରାମର ଜ୍ୟୋତିଷଜ୍ଞ ଭାବରେ ଅଞ୍ଚଳରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ତଥା ନର୍ଲା ଅଞ୍ଚଳ ବାସୀଙ୍କ ଅତି ଶ୍ରଦ୍ଧାର କୁମୁଦ ଭାଇ ଆଉ ନାହାନ୍ତି। ରବିବାର ରାତି ୭.୩୦ ରେ ୭୪ ବର୍ଷ ବୟସରେ ଆଖି ବୁଜିଛନ୍ତି କୁମୁଦ ପଟ୍ଟନାୟକ। ସେ ଦୀର୍ଘ ଦିନରୁ ଶ୍ୱାସ ରୋଗରେ ଆକ୍ରାନ୍ତ ଥିଲେ। ଘର ଦେହେଲିରେ ତାଙ୍କର ଚିକିତ୍ସା ଚାଲିଥିଲା। ତାଙ୍କର ଶେଷ ସମୟରେ ତାଙ୍କ ଶଯ୍ୟା ନିକଟରେ ତାଙ୍କର ଭାଇ ବୋହୁ, ଦୁଇ ପୁଅ, ବଡ ଭଉଣୀ, ଭଣଜା ଭାଣିଜୀ, ନାତି ନାତୁଣୀ ସମସ୍ତେ ଉପସ୍ଥିତ ଥିଲେ। ସେ ବିଭିନ୍ନ ଧାର୍ମିକ ଅନୁଷ୍ଠାନ ସହିତ ଜଡିତ ଥିଲେ। ନର୍ଲା ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ଉପ ସଭାପତି ଥିଲେ। ସେ ଜଣେ ଧର୍ମ ପରାୟଣ ବ୍ୟକ୍ତି ଥିଲେ। ସୋମବାର ସକାଳ ୭ ଘଣ୍ଟା ସମୟରେ ଗାଁ ମଶାଣୀରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହେବ ବୋଲି ସୂଚନା ମିଳିଛି।





