୪୮୮ ବର୍ଗ କଲେଜ ଅଧ୍ୟାପକ-କର୍ମଚାରୀ ସମନ୍ୱୟ ସମିତି ଜିଲ୍ଲା ସମ୍ପାଦକଙ୍କ ଅବସର କାଳୀନ ସଭା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ୪୮୮ ବର୍ଗ କଲେଜ ଅଧ୍ୟାପକ କର୍ମଚାରୀ ସମନ୍ୱୟ ସମିତି କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲା ଶାଖାର ସମ୍ପାଦକ ତଥା ସର୍ବମଙ୍ଗଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଓଡ଼ିଆ ବିଭାଗର ବରିଷ୍ଠ ଅଧ୍ୟାପକ ପ୍ରତାପ ଚନ୍ଦ୍ର ନାୟକ ଦୀର୍ଘ ତିନି ଦଶନ୍ଧିରୁ ଊର୍ଦ୍ଧ୍ବ ତାଙ୍କ ଅଧ୍ୟାପନାର ସମୟ ଅତ୍ଯନ୍ତ ନିଷ୍ଠାପର ଭାବେ ଅତିବାହିତ କରି ମାର୍ଚ୍ଚ ୩୧ ତାରିଖରେ ଅବସର ନେଇଛନ୍ତି। ଉକ୍ତ ଅବସରରେ ଆଜି ଭବାନୀପାଟଣା ସ୍ଥିତ ହୋଟେଲ ଭାଗିରଥୀ ଇନ୍ ର ସମ୍ମିଳନୀ କକ୍ଷ ରେ ଜିଲ୍ଲା ସଭାପତି ପ୍ରଦୀପ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲାର ସମସ୍ତ ମହାବିଦ୍ୟାଳୟ ର ଶିକ୍ଷକ-ଅଣଶିକ୍ଷକ କର୍ମଚାରୀଙ୍କ ଗହଣରେ ସଭା ଅନୁଷ୍ଠିତ ହୋଇ ତାଙ୍କର ଔପଚାରିକ ସମ୍ବର୍ଦ୍ଧନା ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ପର୍ଣ୍ଣ ହୋଇଯାଇଛି। ସଭାପତି ଶ୍ରୀ ମିଶ୍ର ତାଙ୍କର ନେତୃତ୍ୱ,ସାଂଗଠନିକ କାର୍ଯ୍ଯଦକ୍ଷତା , ଶିକ୍ଷାଦାନ ଶୈଳୀ,ନିଷ୍ଠାପର ସହଯୋଗିତା ସହିତ ସମୟାନୁବର୍ତ୍ତୀ ଗୁଣକୁ ପ୍ରଶଂସା କରିବା ସହ ରାଜ୍ୟ ସଂଘ ପ୍ରତି ତାଙ୍କର ଅଙ୍ଗୀକାରବଦ୍ଧତାର ଭୁୟସି ପ୍ରଶଂସା କରିଥିଲେ। ନିଜର ସାଂଗଠନିକ ଭୂମିକାକୁ ଚିହ୍ନିପାରି ତାକୁ ଚରିତାର୍ଥ କରିବାର କଳା ସମସ୍ତଙ୍କ ପାଖରେ ନଥାଏ,ଏହାକୁ ଆପଣାର ଓ ଆହରଣ କରିବାକୁ ପଡେ ବୋଲି ନିଜର ବକ୍ତବ୍ୟରେ ଅଧ୍ୟାପକ ଶ୍ରୀଯୁକ୍ତ ନାୟକ ପ୍ରକାଶ କରିଥିଲେ। ଜଣେ ଦରଦୀ ମଣିଷ ଭାବରେ ତାଙ୍କର ଅନୁପସ୍ଥିତି ଅନୁଭବ ହେବ ବୋଲି ଆୟୋଜିତ ଅବସର କାଳୀନ ସଭାରେ କର୍ମଚାରୀ ମାନେ ପ୍ରକାଶ କରିଥିଲେ। ବରିଷ୍ଠ ଅଧ୍ୟାପକ ସରୋଜ ମିଶ୍ର ଓ ପ୍ରସନ୍ନ କୁମାର ସାହୁ ଏହି ସଭାକାର୍ଯ୍ୟ ପରିଚାଳନା କରିଥିବା ବେଳେ ଅଧ୍ୟାପକ ଉପେନ୍ଦ୍ର କୁମାର ସାହୁ, ବିଜୟ ସାହୁ, ଘନଶ୍ୟାମ ଭାଟି, ସଂଘମିତ୍ରା ପଣ୍ଡା, ତ୍ରିନାଥ ପଟ୍ଟନାୟକ, ସଞ୍ଜୟ କୁମାର ପୁରୋହିତ ତଥା ବିଭୂତି ଭୂଷଣ ପଟ୍ଟନାୟକ, ପ୍ରସନ୍ନ କୁମାର ପ୍ରଧାନ, ପ୍ରିୟଦର୍ଶିନୀ ଏଲୋରିକା ପ୍ରମୁଖ ସଭାକାର୍ଯ୍ୟ ପରିଚଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.