ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଆଜକୁ ଦୀର୍ଘ ଶହେ ବର୍ଷ ରୁ ଊର୍ଦ୍ଧ୍ବ ସମୟ ହୋଇଗଲାଣି କଳାହାଣ୍ଡି ଜିଲ୍ଲାର ମଦନପୁର ରାମପୁର ଅଞ୍ଚଳ ରେ ଚାଲି ଆସିଛି କାମନା ଦଣ୍ଡ। ସ୍ବର୍ଗତ ଗୁରୁ ଦଣ୍ଡ ପାଣି ମାହାଖୁଡ ଙ୍କ ପ୍ରଚେଷ୍ଟା ଓ ତତ୍ କାଳୀନ ରାଜା ଦୁର୍ଗାମାଧବ ସିଂହ ଦେଓ ଙ୍କ ସହାୟତା ରେ ଗଞ୍ଜାମ ଜିଲ୍ଲାରୁ ଆସି ଏହି ଅଞ୍ଚଳ ରେ ଅଦ୍ୟାବଧି କାମନା ଦଣ୍ଡ ସଂସ୍କୃତି ନୀରବଚ୍ଛିନ୍ନ ଭାବରେ ଚାଲିଆସିଛି। ଆଜି ସକାଳୁ ମ.ରାମପୁର ଗାଁ ଦାଣ୍ଡ ଓ ପ୍ରତ୍ୟେକ ମନ୍ଦିର ଢୋଲ, ତାଳ ଏବଂ ଘଣ୍ଟ ନାଦ ରେ ପ୍ରକମ୍ପିତ ହୋଇ ଉଠିଛି। ତେର ଭୁକ୍ତା ଓ ମାନସିକ ଧାରି ମାନେ ବ୍ରତ ଧାରଣ କରି ଶିବ ମନ୍ଦିର ରୁ ହର ଗୌରୀ ଙ୍କୁ ଧରି “ଶ୍ରୀ କଳା ରୁଦ୍ର ମଣି ଙ୍କି ଭଜ ହେ” ଧ୍ଵନି କରି ତେର ଦିନ ବ୍ରତ ରେ କାଳୀ ଙ୍କ ପ୍ରଭା, ଛତ୍ର, ମୟୂର ପିଛ ଓ ବାନା ଧରି ବାହାରି ବାହାରିଛନ୍ତି। ମାନସିକ ଧାରୀ, ଭକ୍ତ ଓ ଶ୍ରଦ୍ଧାଳୁ ଙ୍କୁ ଦର୍ଶନ ଦେବା ସହିତ ଦେଶ , ରାଜ୍ୟ ଓ ଗ୍ରାମ ର ମଙ୍ଗଳ ପଇଁ ପାଇଁ ଶିବ ଶିବା ତଥା ଦଣ୍ଡ କାଳୀ ନିଜ ମନ୍ଦିର ରୁ ତେର ଦିନ ଯାତ୍ରା ରେ ବାହାରିଛନ୍ତି। ଅଞ୍ଚଳ ରେ ଏହି କାମନା ଦଣ୍ଡ ସଂସ୍କୃତି କୁ ଆଗେଇ ନେବା ପାଇଁ ୧୧ ଗୋଟି କାମନା ଦଣ୍ଡ ଦଳ କୁ ନେଇ ଆଞ୍ଚଳିକ କାମନା ଦଣ୍ଡ ସାଂସ୍କୃତିକ ପରିଷଦ ଗଠନ ହୋଇଛି। ପରିଷଦ ର ସମ୍ପାଦକ ପ୍ରକାଶ ଚନ୍ଦ୍ର ସାହୁ ଙ୍କ ସୂଚନା ଅନୁସାରେ ଆସନ୍ତା ତା ୧୧-୦୪-୨୦୨୬ ରିଖ ଶନିବାର ଦିନ ରାମପୁର ଗ୍ରାମ ପଞ୍ଚାୟତ ଅଫିସ୍ ନିକଟସ୍ଥ ସାପ୍ତାହିକ ବଜାର ପଡିଆ ରେ ନବ ଶମ୍ଭୁ ମିଳନ ସମାରୋହ ଅନୁଷ୍ଠିତ ହେବ। ସମସ୍ତ ଙ୍କ ସହଯୋଗ ଓ ସକ୍ରିୟ ଯୋଗଦାନ ପାଇଁ କମିଟି ତରଫରୁ ଅନୁରୋଧ କରାଯାଇଛି।





