ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପୁରୁଷୋତ୍ତମପୁର ସହର ସ୍ଥିତ ସ୍ଥାନୀୟ ସରସ୍ବତୀ ଶିଶୁ ମନ୍ଦିର ପରିସରରେ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ମହାସମାରୋହରେ ପାଳିତ ହୋଇଯାଇଛି |ଏହି ଉତ୍ସବ ରେ ଉପସଭାପତି ଶ୍ରୀଯୁକ୍ତ ହରିହର ପଣ୍ଡା ସମ୍ପାଦକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ବେହେରା ଓ ଯୁଗ୍ମ ସମ୍ପାଦକ ଶ୍ରୀଯୁକ୍ତ ଅକ୍ଷୟ କୁମାର ବେହେରା କୋଷାଧକ୍ଷ ଶ୍ରୀଯୁକ୍ତ ରାଜକିଶୋର ସାସମଲ ଙ୍କ ଉପସ୍ଥିତି ରେ ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ନିରଞ୍ଜନ ଡ଼ାକୁଆ ଙ୍କ ତତ୍ତ୍ବବଧାନ ରେ ଶ୍ରୀମତୀ ତ୍ରିପୁରାକୁମାରୀ ପାତ୍ର ପରିଚାଳନା କରିଥିଲେ | ସୁଚିତ୍ରା କୁମାରୀ ପଣ୍ଡା, ନିହାରିକା ଗୁରୁମା, ସଂଗୀତା ଗୁରୁମା ସ୍ବାଗତ କରିଥିଲେ | ଉକ୍ତ ଉତ୍ସବ କୁ ବେଦାନୁ ସ୍ବାମୀ ପରମ ପୂଜ୍ୟ ସୁଧାନନ୍ଦ ସରସ୍ବତୀ ପ୍ରଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ |ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ନିରଞ୍ଜନ ଡ଼ାକୁଆ ଆଜିର ଉତ୍ସବ ର ଆଭିମୁଖ୍ୟ ବର୍ଣ୍ଣନା କରିଥିଲେ |ତତପରେ ବୈଦିକ ଯଜ୍ଞ ଅନୁଷ୍ଠିତ ହୋଇଥୂଲା ହୋମ,ଯଜ୍ଞ ଶେଷରେ ସ୍ବାମୀଜୀ ଶିଶୁ ଭାଇ ଭଉଣୀ ଙ୍କୁ ଚରିତ୍ର ନିର୍ମାଣ ରେ ଅଭିଭାବକ ଙ୍କ ଦାୟିତ୍ବ ଓ କର୍ତ୍ତବ୍ୟ ବିଷୟରେ ବୌଦ୍ଧିକ ପ୍ରଦାନ କରିଥିଲେ ଶିଶୁ ଅରୁଣ ଠାରୁ ଦଶମଶ୍ରେଣୀ ପର୍ଯ୍ୟନ୍ତ ବିଭିନ୍ନ ପ୍ରତିଯୋଗିତା ରେ କୃତୀତ୍ବ ଅର୍ଜନ କରିଥିବା ଶିଶୁଙ୍କୁ ପୁରସ୍କାର ବିତରଣ କରାଯାଇଥିଲା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ପୁରସ୍କାର ବିତରଣରେ ସୁନାଗୁରୁମା, ସଂଗୀତା ଗୁରୁମା ସହଯୋଗ କରିଥିଲେ | ପ୍ରାର୍ଥନା ବିଭାଗ ରେ ଲକ୍ଷ୍ମୀ ଗୁରୁମା ଏବଂ କବିତା ଗୁରୁମା ସହଯୋଗ କରିଥିଲେ | ଏହି ଉତ୍ସବ ରେ ସମସ୍ତ ଗୁରୁଜୀ ଗୁରୁମା, ସେବକ ସେବିକା ସହଯୋଗ କରିଥିଲେ | ପରିଶେଷରେ ସମ୍ପାଦକ ଧନ୍ୟବାଦ ଅର୍ପଣ କରିଥିଲେ |





