ଟିକ୍ରାପଡ଼ା ଶିଶୁ ସୈନିକ ସ୍କୁଲରେ ପ୍ରବେଶ ଉତ୍ସବ

ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁନ୍ତଳା ବ୍ଲକ ଟିକ୍ରାପଡ଼ା ଶିଶୁ ସୈନିକ ସ୍କୁଲରେ ଅଧ୍ୟକ୍ଷ ଚନ୍ଦ୍ରମଣି ରାଜପଲିଆଙ୍କ ଅଧ୍ୟକ୍ଷତା ଓ ଛାତ୍ରୀ ଆରୋହୀ ରାଜପଲିଆଙ୍କ ସଂଯୋଜନାରେ ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ନବାଗତ ଭାଇ ଭଉଣୀମାନଙ୍କୁ ଶିକ୍ଷୟିତ୍ରୀମାନେ ଫୁଲ, ଚନ୍ଦନ ଦେଇ ବନ୍ଦାପନା କରି ସ୍ୱାଗତ କରିଥିଲେ। ବୈଜୟନ୍ତୀ ମହାକୁର ସ୍ୱାଗତ ଭାଷଣ ଦେଇଥିଲେ। ସାମ୍ବାଦିକ ରମାକାନ୍ତ ରାଜପଲିଆ, ଶିକ୍ଷକ ମୁରଲୀ ହାତୀଖୁଜିଆ, ଶିକ୍ଷୟିତ୍ରୀ ଲକ୍ଷ୍ମୀ ନାଗ, ଭାର୍ଗବୀ ରାଜପଲିଆ, ବନ୍ଦନା ରଣା ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ଦେଇଥିଲେ। ଝରଣା ତାଣ୍ଡି, ତୃପ୍ତିମୟୀ ମେହେର, ଆରୋହୀ ରାଜପଲିଆ, ଚୁମକି ଦୀପ, ଖୁସି ରାଜପଲିଆ, ପ୍ରତୀକ୍ଷା ନାଗ, ହିମାଂଶୁ ପୁଟେଲ, ଯୁଗେନ୍ଦ୍ର ବୁଡ଼େକ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ। ଦୁର୍ବାଦଳ ସାହୁ, ଯୋଗମୟ ବାଗ, ମହେଶ ଖଣ୍ଡଗିରି, ବଙ୍କିମ ସାହୁ ଘୋଷ ବାଦ୍ୟ ବାଦନ କରିଥିଲେ। ପ୍ରହ୍ଲାଦ ସିନ୍ଧ୍ରୀଆ ଅତିଥି ପରିଚୟ ଓ ସଙ୍ଗୀତା ବାଗ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.