ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ଝରିଆଗୁଡା ଗ୍ରାମ ଠାରେ ଆଞ୍ଚଲିକ କରଣ ସମାଜର ସଭାପତି ଶ୍ରୀ ସହଦେଵ ପଟ୍ଟନାୟକଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଯାଇଅଛି l ପ୍ରଥମେ କରଣ ସମାଜର ଇଷ୍ଟ ଦେବତା ଶ୍ରୀ ଶ୍ରୀ ଚିତ୍ରଗୁପ୍ତ ଦେବଙ୍କ ଫୋଟୋ ଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ କରି ପୂଜାର୍ଚନା କରାଯଇଥିଲା l ପରେ ସଭା କାର୍ଯ୍ୟ ଆରମ୍ଭ ହୋଇ ସମାଜର ବିଭିନ୍ନ ବିଷୟକୁ ନେଇ ଆଲୋଚନା ହୋଇ ଆସନ୍ତା ୧୦ ମଇ ୨୦୨୬ ରିବାରଦିନକୁ କୋକସରା ଠାରେ ଏକ ମହା ସଭା ହେବା ପାଇଁ ସ୍ଥିର କରାଯଇଥିଲା ଏଥିରେ ଅଞ୍ଚଲିକ କରଣ ସମାଜର ସମ୍ପାଦକ ନାରାୟଣ ପଟ୍ଟନାୟକ, ଯତୀନ୍ଦ୍ର ପଟ୍ଟନାୟକ, ପଙ୍କଜ ପଟ୍ଟନାୟକ, ପିତାମ୍ବର ପଟ୍ଟନାୟକ, ଅଚୟୁତାନନ୍ଦ ପଟ୍ଟନାୟକ, ଅକ୍ଷୟ ପଟ୍ଟନାୟକ, ଭୂଷଣ ପଟ୍ଟନାୟକ, ମୁକୁନ୍ଦ ପଟ୍ଟନାୟକ, ଗିରିଧାରୀ ପଟ୍ଟନାୟକ,ଅଭିମନ୍ୟୁ ପଟ୍ଟନାୟକ, ଚିତ୍ତରଞ୍ଜନ ପଟ୍ଟନାୟକ, ଅରବିନ୍ଦ ପଟ୍ଟନାୟକ,ପୀତବାସ ପଟ୍ଟନାୟକ, ଅଶ୍ୱିନୀ ପଟ୍ଟନାୟକ, ସଂକୀର୍ତ୍ତନ ପଟ୍ଟନାୟକ, ମହେନ୍ଦ୍ର ପଟ୍ଟନାୟକ, କାଳ୍ପବଟ ପଟ୍ଟନାୟକ, ଘନଶ୍ୟାମ ପଟ୍ଟନାୟକ, ସନ୍ତୋଷ ମହାନ୍ତି, ନିଧି ମହାନ୍ତି, ବଂଶୀଧର ମହାନ୍ତି, ସେନାପତି ପଟ୍ଟନାୟକ, ଲୋକନାଥ ପଟ୍ଟନାୟକ ଓ ଧର୍ମଗଡ଼, ଜୟପାଟଣା ଏବଂ କୋକସରା ବ୍ଲକର ବିଭିନ୍ନ ଗ୍ରାମମାନଙ୍କରୁ ଆସିଥିବା କରଣ ସମାଜର ସଦସ୍ୟ ଉପସ୍ଥିତ ଥିଲେ l





