ବାୟୁ ସେନା ସଂଗଠନର ବାଲେଶ୍ୱର ଜିଲ୍ଲା ଶାଖା ତରଫରୁ ପାଳିତ ହେଲା ଉତ୍କଳ ଦିବସ

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ବାୟୁସେନା ସଂଗଠନର ବାଲେଶ୍ୱର ଜିଲ୍ଲା ଶାଖା ତରଫରୁ ଗତକାଲି ଉତ୍କଳ ଦିବସ ଜଗନ୍ନାଥ କଲ୍ୟାଣ ମଣ୍ଡପ ଠାରେ ପାଳିତ ହୋଇ ଯାଇଛି। ଏହି ଉତ୍ସବରେ ସଂଘର ସଭାପତି ଶିବଦାସ କୁଣ୍ଡୁ ପୌରୋହିତ୍ୟ କରିଥିଲେ। ମଞ୍ଚାସୀନ ସଦସ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସଦସ୍ୟ ବଂଶୀଧର ସାହୁ, ଅଶ୍ଵିନୀ କୁମାର ବର୍ଦ୍ଧନ, ଅଶୋକ କୁମାର ଦାଶ ଓ ସଂପାଦକ ମହେଶ୍ୱର ବେହେରା ଉପସ୍ଥିତ ରହି ଓଡ଼ିଆ ଭାଷା ପ୍ରୟୋଗ, ପ୍ରଚାର ଓ ପ୍ରସାର କ୍ଷେତ୍ରରେ ଗୁରୁତ୍ବ ଆରୋପ କରିଥିଲେ। ଓଡ଼ିଆ ଭାଷା ଆନ୍ଦୋଳନର ସଂକ୍ଷିପ୍ତ ଇତିହାସ, ବରେଣ୍ୟ କବି, ଲେଖକ, ସାହିତ୍ୟିକ ମାନଙ୍କର ଭାଷା ପ୍ରତି ଥିବା ସଂଘର୍ଷ ଓ ସେବା ଉପରେ ଆଲୋକ ପାତ କରିଥିଲେ। ଓଡ଼ିଆ ଭାଷାକୁ ରକ୍ଷା କରିବା ଏବଂ ଓଡିଶା ଏକ ସ୍ୱତନ୍ତ୍ର ପ୍ରଦେଶ ଗଠନ ପାଇଁ ହୋଇଥିବା ଆନ୍ଦୋଲନ ଉପରେ ଆଲୋଚନା କରାଯାଇଥିଲା। ବାୟୁସେନାରେ ଭାରତର ବିଭିନ୍ନ ରାଜ୍ୟରେ ଚାକିରି କରିଥିବା ସମୟରେ ଓଡ଼ିଆ ଭାଷାର ପ୍ରୟୋଗ, ପ୍ରଚାର ଓ ପ୍ରସାର ଦିଗରେ ସଦସ୍ୟ ମାନଙ୍କର ଯେଉଁ ଅବଦାନ ଥିଲା, ସେଥିପାଇଁ ସମସ୍ତେ ଧନ୍ୟବାଦର ପାତ୍ର ବୋଲି ସମସ୍ତେ ସ୍ଵୀକାର କରିଥିଲେ। ଏହି ଶୁଭ ଅବସରରେ ଆମ ବାୟୁସେନାର ମହିଳା ସଂଗଠନ ‘ସଙ୍ଗିନୀ’ ତରଫରୁ ଏକ ସୁନ୍ଦର ସାଂସ୍କୃତିକ କାର୍ଯକ୍ରମ ଆୟୋଜନ କରାଯାଇଥିଲା।

ଏଥିରେ ସର୍ବଶ୍ରୀ ମିନତି ସାହୁ, ଅନିମା ନାୟକ, ବେବି ପତି, ଅନୁପମା ଜେନା, ଅନ୍ନପୂର୍ଣ୍ଣା ସ୍ୱାଇଁ, ମାଳତୀ ମିସ୍ତ୍ରୀ, ବୈଜୟନ୍ତୀ ଦେ, ଅନୁପମା ଜେନା, ପୁଷ୍ପା ମହନ୍ତ, ଅପର୍ଣ୍ଣା ବେହେରା, ଜ୍ୟୋତ୍ସ୍ନା ମହାପାତ୍ର ଓ ତାଙ୍କ ସହିତ ସଦସ୍ୟ ମାନଙ୍କ ମଧ୍ୟରୁ ବିଷ୍ଣୁ ଚରଣ ମହାପାତ୍ର, ରାଜେଶ ସାହୁ, ଅଶୋକ କୁମାର ଦାଶ, ଦେବେନ୍ଦ୍ର କୁମାର ସ୍ୱାଇଁ, ଶ୍ୟାମସୁନ୍ଦର ମିସ୍ତ୍ରୀ, ନବ କିଶୋର ମହାରଣା, ଉମାକାନ୍ତ ମହାପାତ୍ର, ପଦ୍ମଲୋଚନ ବେହେରା, ସ୍ଵପ୍ନା କୁଣ୍ଡୁ ଆଦି ଭାଗ ନେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ସଦସ୍ୟ ବାସୁଦେବ ନାୟକଙ୍କ ସୁପୁତ୍ରୀ ବିଦିଶା ନାୟକଙ୍କ ଦ୍ଵାରା ପରିବେଷିତ ଓଡ଼ିଶୀ ନୃତ୍ୟକୁ ସମସ୍ତେ ପ୍ରଶଂସା କରିଥିଲେ। ସଦସ୍ୟ ଓ ସଦସ୍ୟାମାନେ ପରିବେଷଣ କରିଥିବା ସମବେତ ନୃତ୍ୟ, ସମବେତ ସଙ୍ଗୀତ ଖୁବ୍ ଆକର୍ଷଣୀୟ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ସଫଳ ଭାବେ ଆୟୋଜନ କରିବାରେ ବରିଷ୍ଠ ସଦସ୍ୟ ରାଜ କିଶୋର ଜେନା, ରଘୁନାଥ ପଣ୍ଡା, ଅଶୋକ କୁମାର ଦାଶ, ବିସ୍ମୟ କୁମାର ଦେ, ରାଜେଶ ସାହୁ ଆଦି ମୁଖ୍ୟ ଭୂମିକା ନିଭାଇଥିଲେ।

ଆମର ସଦସ୍ୟା ମୁକ୍ତି ଦାସ ସୁନ୍ଦର ଭାବରେ ସୁମଧୁର ଭାଷାରେ ମଞ୍ଚ ପରିଚାଳନା କରିଥିଲେ। ସବୁଠାରୁ ଗୁରୁତ୍ବ ପୂର୍ଣ୍ଣ କଥା ହେଲା ସବୁ କାର୍ଯକ୍ରମ ଓଡ଼ିଆ ଭାଷାରେ ଅୟୋଜନ କରାଯାଇଥିଲା ଏବଂ ସବୁ ସଦସ୍ୟ ଓ ସଦସ୍ୟା ମାନେ ଓଡ଼ିଆ ଭାଷାରେ କଥୋପକଥନ କରିଥିଲେ। ଶେଷରେ ସଭାରେ ଉପସ୍ଥିତ ସମସ୍ତ ବାୟୁସେନା ସଂଗଠନ ର ସଦସ୍ୟ ଓ ସଦସ୍ୟା ମାନେ ନିଜ ମାତୃଭାଷାକୁ ଅଧିକ ରୁ ଅଧିକ ଗୁରୁତ୍ୱ ଦେବାକୁ ପଣ କରିଥିଲେ ଓ ସଭା ସମାପ୍ତ ହୋଇଥିଲା। ଏହି ଉତ୍ସବରେ ପ୍ରଶାନ୍ତ କୁମାର ଜେନା ଓ ତାଙ୍କ ସହଧର୍ମିଣୀ, ଏଵଂ ପ୍ରହଲ୍ଲାଦ ମହାନ୍ତି ଓ ତାଂକ ସହଧର୍ମିଣୀ ଚନ୍ଦନା ମହାନ୍ତି, ସୁମଧୁର ସ୍ଵରରେ ଗୀତ ପରିବେଷଣ କରି ଅତିଥି ମାନଙ୍କୁ ଆପ୍ୟାୟିତ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.