ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ସ୍ଥାନୀୟ ରେମୁଣା ପରିଧି ଭବନରେ ସାମାଜିକ ଅନୁଷ୍ଠାନ ‘ଆମ ସ୍ଵର’ର ଦ୍ଵିତୀୟ ସ୍ଵନକ୍ଷତ୍ର ଦିବସ ପାଳିତ ହେଇ ଯାଇଛି। ଏହି ଅବସରରେ ‘ଆଜିର ଏହି ପରିଵର୍ତ୍ତିତ ସମାଜକୁ ଆଖି ଆଗରେ ରଖି ପିତା ମାତାଙ୍କ ମତକୁ ଅଗ୍ରାଧିକାର ଦେବେ ନା ନିଜେ ଵାଛିଵା ଉଚିତ ହେବ ଯୁଗ ଉପଯୋଗୀ କ୍ୟାରିୟର’ ଶୀର୍ଷକ ଏକ ବିତର୍କ ଅନୁଷ୍ଠିତ ହୋଇଥିଲା ଏବଂ ଏଥିରେ କ୍ୟାରିୟର ଚୟନ ପାଇଁ ପ୍ରସ୍ତୁତ ହେଉଥିବା ପିଲାମାନେ ଅଂଶ ଗ୍ରହଣ କରିଥିଲେ। ବିଭିନ୍ନ ଅଞ୍ଚଳରୁ ୧୦ ଜଣ ପ୍ରତିଯୋଗୀ ଏହି ବିତର୍କରେ ଭାଗ ନେଇଥିଲେ। ସେମାନେ ହେଲେ ସ୍ୱାତୀ ସୋନାଲି ପରିଡା, ଭାଗ୍ୟଶ୍ରୀ ପାଢ଼ୀ, ଓଁକାର ସ, ରାଜଲକ୍ଷ୍ମୀ ନାୟକ, ଧାର୍ମିକା ତୁଳସୀ ରଣା, ଜୟସ୍ମିତା ପରିଡା, ଅଭିଜିତ ବିଶ୍ୱାଳ, ନିତ୍ୟାନନ୍ଦ ପ୍ରଧାନ, ପ୍ରିୟଦର୍ଶିନୀ ମହାନ୍ତି, ମାନସୁମା ଖାତୁନ ପ୍ରମୁଖ। ‘ଆମ ସ୍ୱର’ ଅନୁଷ୍ଠାନର ସଂଯୋଜିକା ତଥା ପ୍ରାକ୍ତନ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶୈଳବାଳା ବେହେରା ପ୍ରଥମେ ପ୍ରାକ୍ କଥନ ରଖିଥିବା ବେଳେ ବିଚାରକ ଭାବେ ଅନୁଷ୍ଠାନର ସଂଚାଳିକା ଆର୍କିଟେକ୍ଟ ପ୍ରତ୍ୟାଶା ପାତ୍ର, କୁନ୍ତଳା କୁମାରୀ ସାବତ ମହିଳା ମହାବିଦ୍ୟାଳୟର ବରିଷ୍ଠ ମନସ୍ତତ୍ତ୍ଵ ବିଭାଗର ଅଧ୍ୟାପିକା ଡକ୍ଟର ମୋନାଲିକା ରଥ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଡକ୍ଟର ମୋନାଲିକା ରଥ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପିଲାମାନଙ୍କ ପାଇଁ ଆଜିକା ସମୟରେ ମାନସିକ ସ୍ୱାସ୍ଥ୍ୟର ଉପଯୋଗୀତା ଉପରେ ନିଜର ବକ୍ତବ୍ୟ ରଖିଥିଲେ। ଏଲିଜା ପାତ୍ର ଓ ସ୍ନିଗ୍ଧା ରାଣୀ ଦାସ ମଞ୍ଚ ପରିଚାଳନା କରିଥିବା ବେଳେ ସ୍ମୃତିପ୍ରଜ୍ଞା ଦାସ ସ୍ୱାଗତ ନୃତ୍ୟ ପରିବେଷଣ କରିଥିଲେ।
ଏହି କାର୍ଯ୍ୟକ୍ରମରେ ପ୍ରାୟ ୭୦ରୁ ଅଧିକ ଛାତ୍ରଛାତ୍ରୀ ଓ ଅଭିଭାବକ ଅଂଶଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରୁ ମାନସୁମା ଖାତୁନ ପ୍ରଥମ, ସ୍ୱାତୀ ସୋନାଲି ପରିଡା ଦ୍ଵିତୀୟ, ରାଜଲକ୍ଷ୍ମୀ ନାୟକ ତୃତୀୟ ସ୍ଥାନ ଗ୍ରହଣ କରିଥିଲେ। ‘ଆମ ସ୍ୱର’ ପରିବାରର ରଜନିମଣି ବେହେରା, ଯୋଗେଶ ଚନ୍ଦ୍ର ଦାସ, ଭବେନ୍ଦ୍ର କୁମାର ଦେ, ଗଣେଶ ଚନ୍ଦ୍ର କମିଳା, ନମିତା ପଣ୍ଡା, ଡ଼କ୍ଟର ଯସ୍ମୀନ ଦେ, ଡକ୍ଟର ଯଶସ୍ୱୀ ମହାପାତ୍ର, ଡକ୍ଟର ମାନସ ଦେ, ପ୍ରେମରଞ୍ଜନ ପାତ୍ର,ବିରେନ୍ଦ୍ର ପଣ୍ଡା, ଅକ୍ଷୟ ଜେନା, କୃପାସିନ୍ଧୁ ସାନ୍ତରା ପ୍ରମୁଖ ପରିଚାଳନାରେ ସକ୍ରିୟ ଭାଗ ନେଇଥିଲେ।





