ମୁରିବାହାଲ ବ୍ଲକ ଅଞ୍ଚଳରେ କେବେ ଖୋଲିବ ଜଳଛତ୍ର

ଓଡ଼ିଆ ବାର୍ତ୍ତା/ ମୁରିବାହାଲ (ଅମରେଶ ମାଝୀ): ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ୨୨ଗୋଟି ଗ୍ରାମପଞ୍ଚାୟତ ରେ ପାରଦ ଉପର ମୁହାଁମୁହିଁ ହୋଇଛି। ଏପ୍ରିଲ ପ୍ରଥମେ ୪୦ ଡିଗ୍ରୀ ପାରଦ ରହିଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି।ସକାଳ ୧୦ଟା ହେଲେ ତାପମାତ୍ରା ଉପରମୁହାଁ ହୋଇ ୩୯ଡିଗ୍ରୀ ହେଉଛି।ପରେ ଦିନ ୧ଟା ବେଳକୁ ୪୦ରୁ୪୫ ଡିଗ୍ରୀ ରହୁଛି।ଏଭଲି ସ୍ଥିତିରେ ଲୋକେ ଘରୁ ବାହାରିବା କଷ୍ଟକର ହୋଇପଡୁଛି। କିଛି ଜରୁରି କାମ ନ ଥିଲେ ଲୋକେ ଘରୁ ବାହାରକୁ ବାହାରୁନଥିବା ଦେଖାଯାଉଛି। ଅନ୍ୟପକ୍ଷରେ ଏଯାଏ ଜଳଛତ୍ର ଖୋଲି ନଥିବାରୁ ପାଣି ଟିକକ ପାଇଁ ଲୋକେ ଡହକବିକଳ ହେଉଛନ୍ତି। ପ୍ରତିବର୍ଷ ମୁରିବାହାଲ ପଞ୍ଚାୟତ ସମିତି ପକ୍ଷରୁ ସାଧାରଣ ଲୋକଙ୍କ ପାଇଁ ଜଳଛତ୍ର ବ୍ୟବସ୍ଥା ହେଉଛି।ହେଲେ ଏ ବର୍ଷ ପ୍ରବଳ ଖରାତାତି ସୱ୍ତେ ଜଳଛତ୍ର ଖୋଲି ନଥିବାରୁ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି।ଏ ସମ୍ପର୍କରେ ବି,ଡି,ଓ,ମ୍ୟାଡମ ଙ୍କୁ ଫୋନ ମାଧ୍ୟମରେ ଯୋଗାଯୋଗ କରିଥିଲୁ ହେଲେ ଫୋନ ଉଠାଇ ନଥିଲେ , କିନ୍ତୁ ଏ ସମ୍ପର୍କରେ ଗ୍ରାମ ପଞ୍ଚାୟତ ଅଧିକାରୀ ପ୍ରସନ୍ନ ନାଗ ଙ୍କୁ ଫୋନ ମାଧ୍ୟମରେ ପଚାରି ବାରୁ। ପ୍ରସଶ୍ନ ନାଗ ଙ୍କ କହିବା ଅନୁସାରେ, ଚଳିତ ବର୍ଷ ଆମେ ଅନେକ ସ୍ଥାନରେ ଜଳଛତ୍ର ଖୋଲିବାକୁ ଯୋଜନା କରିଛୁ। କିନ୍ତୁ କୋୖଣସି ଗ୍ରାମପଞ୍ଚାୟତ ର କାର୍ଯ୍ୟନିର୍ବାହି ଅଧିକାରୀ ମାନେ ତଥ୍ୟ କିମ୍ବା ଛକ ମାନଙ୍କର ଫୋଟ ଉଠେଇ ପଠେଇ ନାହଁ।ସେହିପରି ଖରାକୁ ଦୁଷ୍ଟିରେ ରଖି ଡାକ୍ତରଖାନାରେ ଅଂଶୁଘାତ କକ୍ଷ ଖୋଲା ଯାଇଥିବା ମେଡିକାଲ ଅଫିସର ଡ଼ାଃ ଥବିର ମେହେର କହିଛନ୍ତି।ଏଥିସହ ପର୍ଯ୍ୟସ୍ତ ମାତ୍ରାରେ ଔଷଧ ମଧ୍ୟ ରହିଛି। ଡାକ୍ତରଖାନା ପକ୍ଷରୁ ଏଏନଏମ ଙ୍କୁ ତାଲିମ ଦିଆଯାଇଛି,ସେମାନେ ସଚେତନ କରିବେ ବୋଲିି ଡ଼ାଃ ଥବିର ମେହେର କହିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.