ଓଡ଼ିଆ ବାର୍ତ୍ତା/ ଧର୍ମଗଡ଼: ସ୍ଥାନୀୟ ମହିଳା ଡିଗ୍ରୀ ମହାବିଦ୍ୟାଳୟର ଯୁବ ରେଡକ୍ରସ ଓ ରେଡ୍ ରିବନ କ୍ଲବ୍ ଆନୁକୂଲ୍ୟରେ ଏଚ୍ ଆଇ ଭି ଏଡ଼ସ ନିରାକରଣ ଓ ସ୍ବେଛାକୃତ ରକ୍ତଦାନ ପ୍ରୋତ୍ସାହନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ ସଚେତନତା ସଭାରେ ମହାବିଦ୍ୟାଳୟର ଅଧ୍ୟକ୍ଷା ମୂର୍ତ୍ତି ମଞ୍ଜରୀ ପଣ୍ଡା ସଭାପତିତ୍ୱ କରି ଓଡ଼ିଆ ପକ୍ଷ ପାଳନ ଅବସରରେ ଆଗାମୀ ଏପ୍ରିଲ୍ ମାସ ଆଠ ତାରିଖରେ ଏହି ମହାବିଦ୍ୟାଳୟରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରିବା ପାଇଁ ଘୋଷଣା କରିଥିଲେ। ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ଯୁବ ରେଡକ୍ରସ୍ ତଥା ରେଡ୍ ରିବନ କ୍ଲବ୍ ସଂଯୋଜକ ଶାନ୍ତନୁ କୁମାର ପରିଡ଼ା, ସମ୍ମାନୀତ ଅତିଥି ଭାବେ ଯୁବ ରେଡକ୍ରସ୍ ପରାମର୍ଶଦାତା କ୍ୟାପଟେନ୍ ଭବାନୀ ଶଙ୍କର ପଣ୍ଡା ଓ ମୋହନ ଚରଣ ବିଷି ଯୋଗ ଦେଇ ସମ୍ପ୍ରତି ଦେଖା ଦେଇଥିବା ରକ୍ତ ସଂକଟକୁ ଦୂର କରିବା ପାଇଁ ସ୍ବେଛାକୃତ ରକ୍ତଦାନ କରିବାକୁ ଆଗେଇ ଆସିବାକୁ ଛାତ୍ରୀ ମାନଙ୍କୁ ଆହ୍ଵାନ ଦେବା ସହ ରକ୍ତଦାନର ମହତ୍ତ୍ୱ ବିଷୟରେ ଆଲୋଚନା କରିଥିଲେ। ରକ୍ତଦାନ ପାଇଁ ଆଗ୍ରହୀ ଛାତ୍ରୀ ମାନଙ୍କର ଏକ ରକ୍ତଦାତା ତାଲିକା ପ୍ରସ୍ତୁତି କରାଯାଇଥିଲା। +୨ ମହିଳା ମହାବିଦ୍ୟାଳୟର ଯୁବ ରେଡକ୍ରସ୍ ପରାମର୍ଶଦାତା ସଂଜୀବ କୁମାର ମୁଣ୍ଡ୍ ସ୍ଵାଗତ ଅଭିଭାଷଣ ତଥା କାର୍ଯ୍ୟକ୍ରମ ସଂଯୋଜନା ପ୍ରଦାନ କରିଥିଲେ ଓ ମହିଳା ଡିଗ୍ରୀ ମହାବିଦ୍ୟାଳୟର ଯୁବ ରେଡକ୍ରସ୍ ପରାମର୍ଶଦାତା ଅଧ୍ୟାପିକା ପଦ୍ମାଳୟା ଦଣ୍ଡସେନା ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅଧ୍ୟାପିକା ଜୟନ୍ତୀ କୁମାରୀ ମୁଦୁଲି, ସୁଜାତା ମହାନ୍ତି, ଅଧ୍ୟାପକ ସରୋଜ କୁମାର ମେହେର, ଜୟଦ୍ରଥ ସୁନା, ରୋଜାଲିନ୍ ଚିନାରା, ଲୁସି ଗୌଡ଼, ଅର୍ଚ୍ଚନା ଗୁଚ୍ଛି, ଝରଣା ପ୍ରଧାନ, ସନ୍ଧ୍ୟା ବାରିକ, ସହକାରୀ ଗ୍ରନ୍ଥାଗାରିକ ଲକ୍ଷପତି ନାଏକ, ହିମାଂଶୁ ସା ପ୍ରମୁଖ କର୍ମଚାରୀ ତଥା ଯୁବ ରେଡକ୍ରସ୍ ଓ ରେଡ୍ ରିବନ କ୍ଳବ୍ ସ୍ୱେଚ୍ଛାସେବୀ ଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ।





