ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଗୋଷ୍ଠୀ ଶିକ୍ଷା ବିଭାଗ ଆନୁକୂଲ୍ୟରେ ରେଙ୍ଗାଲ ପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣରେ ବ୍ଲକ ସ୍ତରୀୟ ପ୍ରବେଶ ଉତ୍ସବ ତଥା ଖଡ଼ି ଛୁଆଁ କାର୍ଯ୍ୟକ୍ରମ ୨୦୨୬ ମହାସମାରୋହରେ ପାଳିତ ହୋଇଯାଇଅଛି। ନୂତନ ଶିକ୍ଷା ବର୍ଷ ର ଶୁଭାରମ୍ଭ ଅବସରରେ ଶିଶୁ ମାନଙ୍କୁ ବିଦ୍ୟାଳୟ ପ୍ରତି ଆକୃଷ୍ଟ କରିବା ଏହି କାର୍ଯ୍ୟକ୍ରମ ର ମୁଖ୍ୟ ଉଦ୍ଦେଶ୍ୟ ହୋଇଥିଲା । ଜୟପାଟଣା ବ୍ଲକ ସହ ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପଣ୍ଡା ଙ୍କ ସଭାପତିତ୍ବ ରେ ଆୟୋଜିତ କାର୍ଯ୍ୟକ୍ରମରେ ଜୟପାଟଣା ବ୍ଲକ ଉପାଧ୍ୟକ୍ଷା ଜାନକୀ ବାଣୁଆ ଯୋଗଦେଇ ଶୁଭ ଉଦ୍ଘାଟନ କରିଥିଲେ। ଜୟପାଟଣା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଧର୍ମରଜ ମାଝୀ ମୁଖ୍ୟ ବକ୍ତା ଭାବରେ ଯୋଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ମହେଶ କୁମାର ଭାଟି, ବରିଷ୍ଠ ସମାଜସେବୀ ବ୍ରଜେନ୍ଦ୍ର କୁମାର ପଟ୍ଟଯୋଶୀ, ବରିଷ୍ଠ ସାମ୍ବାଦିକ ଅର୍ଜୁନ ପଟ୍ଟନାୟକ ,ଅସରଫ ଅଲ୍ଲୀ, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବେଦବର ନିଆଲ ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ଉମାଶଙ୍କର ଦୀପ ପ୍ରମୁଖ ମଞ୍ଚାସୀନ ରହିଥିଲେ। ଏହି କାର୍ଯ୍ୟକ୍ରମ ରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଏବଂ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଲଲିତ କୁମାର ନାଏକ ଙ୍କ ଉପସ୍ଥିତି ରେ ୧୫ ଜଣ ଶିଶୁ ଙ୍କୁ ବିଧିବଦ୍ଧ ”ଖଡ଼ି ଛୁଆଁ ” କରାଯାଇ ବାଳବାଟୀକା ରେ ପ୍ରବେଶ କରାଯାଇଥିଲା।ଏହା ସହ ଶିଶୁ ଙ୍କୁ ନୂତନ ବିଦ୍ୟାଳୟ ବ୍ୟାଗ ଓ ବାଳବାଟୀକା କିଟ୍ ପ୍ରଦାନ କରାଯାଇଥିଲା। ବଡ଼ କର୍ଲାକୋଟ ସାଧନ କେନ୍ଦ୍ର ସଂଯୋଜକ ସିଦ୍ଧାର୍ଥ ମିଶ୍ର ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଅତିଥି ମାନଙ୍କ ଦ୍ଵାରା “ବ୍ଳକ ଶିକ୍ଷା ରଥ” ର ଶୁଭାରମ୍ଭ କରାଯାଇ ଥିଲା। ଏହି ରଥ ବ୍ଳକ ର ବିଭିନ୍ନ ଗ୍ରାମ ପରିକ୍ରମା ଶିକ୍ଷା ର ପ୍ରସାର ଓ ସଚେତନତା ସୃଷ୍ଟି କରିବ ବୋଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ସୂଚନା ଦେଇଥିଲେ। ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଲଲିତ କୁମାର ନାଏକ ଆବାହନ ଭାବେ ସମସ୍ତ ଦାୟିତ୍ବ ନିର୍ବାହ କରିଥିବା ବେଳେ ବ୍ଳକ ର ୧୨ ଜଣ ସି ଆର୍ ସି ସି ପ୍ରମୁଖ ଭୁମିକା ଗ୍ରହଣ କରି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ। ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟ ତରଫରୁ ନବୋଦୟ ପ୍ରବେଶିକା ପରୀକ୍ଷା ରେ ସଫଳ ଛାତ୍ର ରେଶନ ବାଗ ତଥା ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ସମ୍ମାନୀତ କରାଯାଇଥିଲା।ଚା ଗାଁ ସାଧନ କେନ୍ଦ୍ର ସଂଯୋଜକ ଅନନ୍ତ ନାରାୟଣ ପଣ୍ଡା ମଞ୍ଚ ପରିଚାଳନା କରିଥିବା ବେଳେ ରେଙ୍ଗାଲ ପାଲି ସାଧନ କେନ୍ଦ୍ର ସଂଯୋଜକ ବେଦବର ନିଆଲ ଧନ୍ୟବାଦ ଅର୍ପଣ କରିଥିଲେ।





