ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବ୍ଲକ ସ୍ତରୀୟ ଖଡ଼ିଛୁଆଁ ଓ ପ୍ରବେଶ ଉତ୍ସବ କାର୍ଯ୍ୟକ୍ରମ ସରକାରୀ କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟ ତୁଳାପଡ଼ା ଠାରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ନର୍ଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିପିନ୍ ବିହାରୀ ଦୀପ ଯୋଗଦାନ କରି ସ୍ୱହସ୍ତରେ ପିଲାଙ୍କ ଖଡ଼ିଛୁଆଁ କାର୍ଯ୍ୟ ଏବଂ ଶିକ୍ଷାରଥ ଉଦ୍ଘାଟନ କରିଥିଲେ।
ସହ-ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୋବର୍ଦ୍ଧନ ମାଝୀଙ୍କ ସଭାପତିତ୍ୱରେ ସମଗ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ତୁଳାପଡ଼ାର ସମାଜସେବୀ ମନମୋହନ ନାୟକ, ତୁଳାପଡ଼ା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉପେନ୍ଦ୍ର ସୁନାନି, ସ୍ଥାନୀୟ ସି.ଆର.ସି.ସି ନୀଳମଣି ସାହୁ ତଥା ବ୍ଲକର ୧୬ ଜଣ ସି.ଆର.ସି.ସି ଉପସ୍ଥିତ ଥିଲେ। ଅବସରପ୍ରାପ୍ତ ଶିକ୍ଷକ ଲକ୍ଷ୍ମଣ ଷଡ଼ଙ୍ଗୀ ପୁରୋହିତ ଦାୟିତ୍ୱ ସମ୍ପାଦନ କରିଥିବା ବେଳେ ୧୮ ଜଣ ପିଲାଙ୍କର ଖଡ଼ିଛୁଆଁ ହୋଇଥିଲା। ସି.ଆର.ସି.ସି ଫିରୋଜ ପଧାନ ମଞ୍ଚ ପରିଚାଳନା କରିଥିବା ବେଳେ ପ୍ରଧାନ ଶିକ୍ଷିକା ମୀନା କୁମାରୀ ଷଡ଼ଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ।





