ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ସାମ୍ବିଧାନିକ ପ୍ରକ୍ରିୟା ହିସାବରେ ସରକାରୀ ଅଫିସ ମାନଙ୍କରେ ଗୋଟିଏ ଚାକିରିଆ ଗୋଟିଏ କାର୍ଯ୍ୟାଳୟରେ ତିନି ବର୍ଷରୁ ଅଧିକ ସମୟ ରହିପାରିବେ ନାହିଁ। କିନ୍ତୁ ଦେଖିବାକୁ ମିଳିଛି ଅନେକ ବିଭାଗରେ ଅନେକ ପ୍ରଭାବଶାଳୀ ସରକାରୀ କର୍ମଚାରିମାନେ ଗୋଟିଏ କାର୍ଯ୍ୟଳୟରେ ବର୍ଷ ବର୍ଷ ଧରି ଚାକିରି କରି ଆସୁଛନ୍ତି। କିଛି ବିଭାଗରେ ଜଣେ ଜଣେ ଚାକିରିଆ ପନ୍ଦର କୋଡ଼ିଏ ବର୍ଷ ଲେଖାଏଁ ଚାକିରି କରିବା ନଜିର ଅଛି। ମୂଖ୍ୟତଃ ଶିକ୍ଷା ଓ ସ୍ଵାସ୍ଥ୍ୟ ବିଭାଗରେ ପ୍ରଭାବଶାଳୀ ଚାକିରିଆ ମାନେ ନିଜ ଇଚ୍ଛା ମୁତାବକ ନିଜ ସୁବିଧା ଜାଗାରେ ବର୍ଷ ବର୍ଷ ରହି ଚାକିରି କରୁଥିବା ବେଳେ ସରଳ ନୀରିହ ଚାକିରିଆ ମାନେ ଥୁଆମୂଳ ରାମପୁର ଲାଞ୍ଜିଗଡ଼ ବ୍ଲକ ଭଳି ଦୁର୍ଗମ ଅଞ୍ଚଳରେ ଅନିଚ୍ଛା ସ୍ୱତେ ବାଧ୍ୟ ହୋଇ ବର୍ଷ ବର୍ଷ ଧରି କାର୍ଯ୍ୟ କରି ଆସୁଛନ୍ତି। ଏହି ସବୁ ସମସ୍ୟାକୁ ଦୃଷ୍ଟିରେ ରଖି ସାମ୍ବିଧାନିକ ପ୍ରକ୍ରିୟାରେ ସମସ୍ତ ଚାକିରିଆ ମାନଙ୍କୁ ସମ ଦୃଷ୍ଟିରେ ସମାନ ସୁବିଧା ସୁଯୋଗ ଦେବା ପାଇଁ ଆଜି ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନ ରାଜ୍ଯ ସଭାପତି ଧନଞ୍ଜୟ ଦୀପ୍ ଙ୍କ ନେତୃତ୍ଵରେ କଳାହାଣ୍ଡି ଜିଲ୍ଲାପାଳଙ୍କ ଜରିଆରେ ମାନ୍ୟବର ମୁଖ୍ଯମନ୍ତ୍ରୀ ଓ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ଦିଆଯାଇଛି। ଦାବୀପତ୍ର ପ୍ରଦାନ ସମୟରେ ଉପସ୍ଥିତି ଥିଲେ କଳାହାଣ୍ଡି ଜିଲ୍ଲା ସଭାପତି ବୃନ୍ଦାବନ ନାଗ, କାର୍ଯ୍ୟକାରୀ ସଭାପତି ତେଜରାଜ ବେହେରା, ସାଧାରଣ ସମ୍ପାଦକ ଶତ୍ରୁଘ୍ନ ନାଏକ, ନର୍ଲା ସଭାପତି ରଘୁନାଥ ଦୀପ୍, କେସିଙ୍ଗା କାର୍ଯ୍ୟକାରୀ ସଭାପତି ବିକ୍ରମ ହରପାଲ, ଉପସଭାପତି ଡମ୍ବୁରୁଧର କରୁଆଁଙ୍କ ସମେତ ଅନେକ ସଦସ୍ୟ।





