ଆଜି (୫ ଏପ୍ରିଲ ୨୦୨୬) ପାଳିତ ହେଉଛି ପବିତ୍ର ଇଷ୍ଟର ପର୍ବ। ଖ୍ରୀଷ୍ଟ ଧର୍ମାବଲମ୍ବୀ ମାନଙ୍କ ପ୍ରମୁଖ ପର୍ବ ମଧ୍ୟରୁ ଅନ୍ୟତମ ହେଉଛି ‘ଇଷ୍ଟର’। ଖ୍ରୀଷ୍ଟିଆନମାନେ ମହମବତୀ ଜାଳି ପବିତ୍ର ଗୀତ ଗାଆନ୍ତି। ଏଥିସହିତ ଇଷ୍ଟର ଦିନ ସୁନ୍ଦର ରଙ୍ଗରେ ଅଣ୍ଡା ସଜାଇବାର ପରମ୍ପରା ମଧ୍ୟ ଅଛି। ଏହି ଦିନ ଚର୍ଚ୍ଚଗୁଡ଼ିକରେ ସ୍ୱତନ୍ତ୍ର ପ୍ରାର୍ଥନା ଅନୁଷ୍ଠିତ ହୁଏ। ‘ଗୁଡ୍ ଫ୍ରାଇଡେ ଦିନ’ ଯୀଶୁ ଖ୍ରୀଷ୍ଟଙ୍କୁ ଶୁଳିରେ ଚଢାଯାଇଥିଲା। ଏହାର ତିନି ଦିନ ପରେ ପୁନର୍ଜୀବିତ ହୋଇଥିଲେ ଯୀଶୁ। ଯେଉଁଦିନ ଯୀଶୁ ଖ୍ରୀଷ୍ଟ ପୁନର୍ଜୀବିତ ହେଇଥିଲେ ସେ ଦିନଟି ମଧ୍ୟ ରବିବାର ଥିଲା, ତେଣୁ ଏହାକୁ ଇଷ୍ଟର ସଣ୍ଡେ କୁହାଯାଏ। ଖ୍ରୀଷ୍ଟିଆନମାନେ ଏହି ପର୍ବକୁ ଇଷ୍ଟର ଦିବସ, ଇଷ୍ଟର ରବିବାର କିମ୍ବା ଇଷ୍ଟର ସଣ୍ଡେ ଭାବରେ ପାଳନ କରନ୍ତି। ଏହି ଦିନ ଗରିବ ଏବଂ ଅସହାୟମାନଙ୍କୁ ଖାଦ୍ୟ ବଣ୍ଟନ କରିବା ସହ ଅନ୍ୟାନ୍ୟ ଆବଶ୍ୟକୀୟ ଜିନିଷ ମଧ୍ୟ ଦାନ କରିବାର ପରମ୍ପରା ରହିଛି। ଇଷ୍ଟର ଦିବସରେ ହଟ୍ କ୍ରସ୍ ବନ୍ ଏବଂ ସ୍ୱତନ୍ତ୍ର କେକ୍ ପ୍ରସ୍ତୁତ କରାଯାଏ। ବିଶ୍ୱର ବିଭିନ୍ନ ସ୍ଥାନରେ ଅନ୍ୟାନ୍ୟ ଆଞ୍ଚଳିକ ଖାଦ୍ୟ ମଧ୍ୟ ପ୍ରସ୍ତୁତ କରାଯାଏ। ପରମ୍ପରା ଅନୁସାରେ ଇଷ୍ଟରରେ ନୂତନ ପୋଷାକ ପିନ୍ଧିଥାନ୍ତି ଖ୍ରୀଷ୍ଟ ଧର୍ମାବଲମ୍ବୀ।





