ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଇମ୍ମାନୁଏଲ ଚର୍ଚ୍ଚ (CNI), ମ. ରାମପୁର ପକ୍ଷରୁ ଆମ୍ବେଦକର ଛକ ସମ୍ମୁଖରେ ଥିବା ଖୋଲା ପଡ଼ିଆରେ ଇଷ୍ଟର କାଣ୍ଟାଟା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମଟି ସନ୍ଧ୍ୟା ୬ଟାରେ ଆଚାର୍ଯ୍ୟ ପ୍ରଭାତ ନନ୍ଦଙ୍କ ପ୍ରାର୍ଥନା ସହ ଆରମ୍ଭ ହୋଇଥିଲା। ପରେ ସ୍ୱାଗତ ସଂଗୀତ, ଉପାସନା ଓ ଧାର୍ମିକ ସନ୍ଦେଶ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶ୍ରୀ ପୁଷ୍ପେନ୍ଦ୍ର ସିଂଦେଓ, ଜିଲ୍ଲା ପରିଷଦ ଅଧ୍ୟକ୍ଷ କଳାହାଣ୍ଡି ଉପସ୍ଥିତ ଥିଲେ। ସେହିପରି ଶ୍ରୀ ପଦ୍ମଲୋଚନ ମିଶ୍ର (ଜିଲ୍ଲା ଉପାଧ୍ୟକ୍ଷ, ବିଜେପି), ଶ୍ରୀ ସତ୍ୟନାରାୟଣ ସାହୁ (ବ୍ଲକ୍ ଅଧ୍ୟକ୍ଷ, ବିଜେଡି), ଶ୍ରୀ ଚିତ୍ତରଞ୍ଜନ ବାଗ (ପୂର୍ବତନ ସରପଞ୍ଚ), ଶ୍ରୀ ରୁଦ୍ର ପ୍ରତାପ ସିଂହ (ବ୍ଲକ୍ ଅଧ୍ୟକ୍ଷ, କଂଗ୍ରେସ), ଶ୍ରୀ ନାରାୟଣ ପ୍ରସାଦ ଅଗ୍ରୱାଲ (ଯୁବ ନେତା, କଂଗ୍ରେସ), ଶ୍ରୀ ବୃନ୍ଦାବନ ନାଗ (ଜିଲ୍ଲା ଅଧ୍ୟକ୍ଷ, AOSCF), ଶ୍ରୀ ଦୟାଦାନ ନାଗ (ବ୍ଲକ୍ ଅଧ୍ୟକ୍ଷ, AOSCF) ଓ ଶ୍ରୀ ପ୍ରେମସାଗର ନାଏକ (ସଚିବ, AOSCF), ଶ୍ରୀ ଅଭିରାମ ନନ୍ଦ (ସମାଜସେବୀ ଏବଂ ସାମ୍ବାଦିକ), ଶ୍ରୀ ମଙ୍ଗଳଦାନ ସାହୁ (ପାଷ୍ଟୋରେଟ ସମ୍ପାଦକ), ଶ୍ରୀ ଏସୋ ନନ୍ଦ (ପାଷ୍ଟୋରେଟ କୋଷାଧକ୍ଷ), ଆଚାର୍ଯ୍ୟ ଏନ୍. ଆନନ୍ଦ (କାଣ୍ଟାଟା ନିର୍ଦ୍ଦେଶକ) ଗଣ୍ୟମାନ୍ୟ ଅତିଥି ଭାବେ ଉପସ୍ଥିତ ଥିଲେ। ଶ୍ରୀ ଅଭିନାଶ ନାଏକ (ସ୍ଥାନୀୟ ଚର୍ଚ୍ଚ ସମ୍ପାଦକ) ଓ ଶ୍ରୀ କୌତୁକ ନାଗ (ସ୍ଥାନୀୟ ଚର୍ଚ୍ଚ କୋଷାଧ୍ୟକ୍ଷ) ମଞ୍ଚ ପରିଚାଳନା କରିଥିଲେ। ମୁଖ୍ୟ ଆକର୍ଷଣ ଥିଲା ଇଷ୍ଟର କାଣ୍ଟାଟା ନାଟକ, ଯେଉଁଥିରେ ଯୀଶୁ ଖ୍ରୀଷ୍ଟଙ୍କ ବଳିଦାନ ଏବଂ ପୁନରୁତ୍ଥାନକୁ ସୁନ୍ଦର ଭାବରେ ଜୀବନ୍ତ ଅଭିନୟ ମାଧ୍ୟମରେ ପ୍ରଦର୍ଶନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସମ୍ପ୍ରଦାୟର ଲୋକମାନେ ବହୁ ସଂଖ୍ୟାରେ ଯୋଗଦେଇଥିଲେ। ଶେଷରେ ଧନ୍ୟବାଦ ଜଣାଇ କାର୍ଯ୍ୟକ୍ରମ ସମାପ୍ତ କରାଯାଇଥିଲା ଏବଂ ସ୍ଥାନୀୟ ଚର୍ଚ୍ଚ ପରିସରରେ ଭୋଜନ ପାନର ବ୍ୟବସ୍ଥା ମଧ୍ୟ ରହିଥିଲା।





