ବଜ୍ରପାତର କହର : ଜୁନାଗଡ଼ରେ ମହିଳା ମୃତ, ୩ ଗୁରୁତର

ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ବଳଦିଆମାଲ ଗ୍ରାମରୁ ରବିବାର ମଧ୍ୟାହ୍ନରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଚାଷ ଜମିରୁ କାମ କରି ଫେରୁଥିବା ସମୟରେ ହଟାତ ବଜ୍ରପାତ ହେବାରୁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୩ ମହିଳା ଗୁରୁତର ହୋଇଛନ୍ତି। ମୃତ ମହିଳାଙ୍କ ନାମ ସଞ୍ଚିତା ବିଶ୍ୱାଳ ବୋଲି ଜଣାପଡିଛି। ସେହିପରି ଗୁରୁତର ମହିଳା ମାନେ ହେଲେ ଖୀରଦେଇ ପ୍ରଧାନୀ,ସଂଯୁକ୍ତା ଲହଜଳ ଓ ଭୂମିସୁତା ଲହଜଳ। ସମସ୍ତଙ୍କୁ ଜୁନାଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି ଜଣାପଡିଛି। ଜୁନାଗଡ଼ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.