ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲା ମ,ରାମପୁର ଠାରେ ଶ୍ରୀ ଶ୍ରୀ ରାମ ଜୀଉ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ପ୍ରସିଦ୍ଧ ଶ୍ରୀ ରାମ ଲୀଳା ମହୋତ୍ସବ ର ପ୍ରଥମ ତଥା ଉଦଘାଟନୀ ରଜନୀ ରେ ଆଦ୍ୟ କାଣ୍ଡ ମଞ୍ଚସ୍ଥ ହେବା ସହ ନାଟକ ର ଶେଷ ପର୍ଯ୍ୟନ୍ତ ଦର୍ଶକ ଙ୍କୁ ବାନ୍ଧି ରଖିଥିଲା । ତ୍ରୟୋଦଶତମ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧକ୍ଷ ପୁଷ୍ପେନ୍ଦ୍ର ସିଂହ ଦେଓ ଯୋଗ ଦେଇଥିଲେ । ସଭାପତି ଜୀବେଶ୍ କୁମାର ପଣ୍ଡା ଙ୍କ ଅଧ୍ୟକ୍ଷତା ରେ ମଞ୍ଚ ମଞ୍ଚ ପୂଜନ ଓ ଉଦ୍ଘାଟନ କରିଥିଲେ ମୁଖ୍ୟ ଅତିଥି ଶ୍ରୀ ସିଂହ ଦେଓ । ଏହି ଅବସର ରେ କାନ୍ଦେଗାଁ ର ବରିଷ୍ଠ କଳାକାର କୁମନ ମାଝୀଙ୍କୁ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ । ମାନପତ୍ର ପଠନ କରିଥିଲେ ଅଧ୍ୟାପିକା ଲିପ୍ସା ମୟୀ ଦୁବେ । ମଞ୍ଚ ପରିଚାଳନା କରିଥିଲେ ହେମନ୍ତ ସାହୁ | ବରିଷ୍ଠ ସଦସ୍ୟ ନାରାୟନ ମାହାଲିକ ଅତିଥି ଙ୍କୁ ସ୍ୱାଗତ କରିଥିଲେ । ଗୁରୁମା ସସ୍ମିତା ଆଚାର୍ଯ୍ୟ ଆଦ୍ୟ କାଣ୍ଡ ରେ ଅଭିନୀତ ହେବାକୁ ଥିବା ଦୃଶ୍ୟ ମାନଙ୍କ ସମ୍ପର୍କ ରେ ସୂଚନା ପ୍ରଦାନ କରିଥିଲେ | ମଞ୍ଚ ଉଦ୍ଘାଟନ ପରେ ସ୍ବର୍ଗତ ପ୍ରାଧ୍ୟାପକ ଶୈଳେନ୍ଦ୍ର ପ୍ରସାଦ ଆଚାର୍ଯ୍ୟ ଙ୍କ ଦ୍ଵାରା ରଚିତ, ବୀରେନ୍ଦ୍ର ରଥ ଙ୍କ ସହ ନିର୍ଦେଶନା ଦାୟିତ୍ଵ ରେ ଏବଂ ଶ୍ରୀ ରାମ ଜୀଉ ସାଂସ୍କୃତିକ ଅନୁଷ୍ଠାନ ର ସଭାପତି ଜୀବେଶ କୁମାର ପଣ୍ଡା ଙ୍କ ନେତୃତ୍ୱ ରେ ରାମ ଲୀଳା ର ଆଦ୍ୟ କାଣ୍ଡ ମଞ୍ଚସ୍ଥ ହେଇଥିଲା । ବିଭିନ୍ନ ଭୂମିକା ଯଥା ନାରଦ/ନାବିକ/ ମନ୍ଥରା: ଦିଲିପ୍ ତ୍ରିପାଠୀ,ବ୍ରହ୍ମା: ଅରୁଣ ହାତୀ, ଶିବ: ଅଜିତ ସିଂ, ରତ୍ନାକର/ବାଲ୍ମୀକି: ସୁନୀଲ ବାରିକ , ଅନ୍ଧକ: ଶ୍ରୀପତି ପଟ୍ଟନାୟକ,ସତ୍ୟବତୀ: କେଶବ ଦାଣ୍ଡିଆ, ଶ୍ରବଣ କୁମାର : ପ୍ରଦୀପ ସିଂ,ବେଦମତୀ/ସୀତା: ବିପ୍ର ମାଝୀ,ରାବଣ: ସାଇ ପ୍ରସାଦ ମହାରଣା, ଦଶରଥ: ବିକାଶ ଆଚାର୍ଯ୍ୟ, ବଶିଷ୍ଠ: ଡମ୍ବରୁ ଧର ଭୋଇ, ବିଶ୍ଵାମିତ୍ର: ବିଶେଶ୍ୱର ମହାନ୍ତି, ରାମ: ଅମନ୍ ରାୟଗୁରୁ ,ଲକ୍ଷ୍ମଣ/ବିଷ୍ଣୁ: ଶାଶ୍ଵତ ଦଣ୍ଡିଆ, ଭରତ:ଅରୁଣ ହାତୀ,ଶତ୍ରୁଘ୍ନ: ଅକ୍ରୁର ମହାରଣା, ସୁମନ୍ତ୍ର=ଉପେନ୍ଦ୍ର ମହାଖୁଡ଼, ଇନ୍ଦ୍ର ଦେବେନ୍ଦ୍ର ମହାନ୍ତି, ଲୋମପାଦ ତନ୍ମୟ ପୁଝାରୀ, ବାମଦେବ ବସନ୍ତ ନାୟକ, ପଦ୍ମକର ମହେନ୍ଦ୍ର ଭାଏସାଲ,
ଓ ନୃତ୍ୟରେ ଆଦ୍ୟାଶା ପୁରୋହିତ, ଅଦ୍ୟାଶା ନାଥ, ଅପରାଜିତା ପାଣି ଜସ୍ମିନ ଜୀବନ୍ତ ଅଭିନୟ କରିଥିଲେ । ସଙ୍ଗୀତ ନିର୍ଦ୍ଦେଶନା ମହେଶ୍ୱର ସାହୁ ( ଭୁବନେଶ୍ୱର) ଓ କଣ୍ଠ ଦାନ କରିଥିଲେ ସନ୍ତୋଷ କୁମାର ଦୂବେ, ଧୀରେନ୍ଦ୍ର ମହାନ୍ତି, ଜଗ ମୋହନ ସାହୁ, ସ୍ମୃତିରେଖା ପାଢ଼ୀ, ଅନୁରାଗ, ମୁଷ୍କାନ ,ବାଦ୍ୟ ଯନ୍ତ୍ର ରେ ଭାରତ ରାଉତ, ଯୁଧିଷ୍ଠିର ବେହେରା, କାହ୍ନ୍ନା , ସୁନିଲ ବିଭାର,ପ୍ରଶାନ୍ତ ସାହୁ । ରୂପ ସଜ୍ଜା ଦୀନ ବନ୍ଧୁ ମହାରଣା କରିଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟ ରେ ଉପ ସଭାପତି ଲଳିତ ମହାଳିକ,ବରିଷ୍ଠ ସଦସ୍ୟ ମିହିର୍ କୁମାର ଦୁବେ, ଗଣେଶ ମହାରଣା,ଶରତ ଚନ୍ଦ୍ର ମହାରଣା, ଚିତ୍ତ ରଂଜନ ବାଗ, ସନାତନ ପଣ୍ଡା ,ଚିରାଗ ସିଂହଦେଓ ପ୍ରଦୀପ ସାହାଣୀ, କେଶବ ମାଝୀ, ଧିରେନ୍ ନାୟକ, ମଣ୍ଟ ଦୁବେ, କାଳୀ ନାୟକ, ପିଙ୍କୁ ଧଙ୍ଗଡ଼ାମାଝୀ ପ୍ରମୁଖ ସହଯୋଗ କରିଥିଲେ । ଏହି ପ୍ରସିଦ୍ଧ ସମ୍ପୂର୍ଣ୍ଣ ରାମ ଲୀଳା ଆସନ୍ତା ୮ ତାରିଖ ଯାଏଁ ଚାଲିବ ବୋଲି ସାଂସ୍କୃତିକ ସମ୍ପାଦକ ଜୟନ୍ତ କୁମାର ନାୟକ ସୂଚନା ଦେଇଛନ୍ତି ।





