ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ମାଣ୍ଡେଲ ସ୍ଥିତ ଯାଦବ ଭବନଠାରେ ରବିବାର ଦିନ ୯ମ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ଅଭ୍ୟର୍ଥନା କମିଟି ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଅଭ୍ୟର୍ଥନା କମିଟି ସଭାପତି ଗିରିଧାରୀ ଗଉଡଙ୍କ ଅଧ୍ୟକ୍ଷତାରେ ଏନେଇ ଆୟୋଜିତ ବୈଠକରେ ଗତ ମାର୍ଚ୍ଚ ୨୮ ଓ ୨୯ ତାରିଖରେ ଅନୁଷ୍ଠିତ ୯ମ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ସମ୍ବନ୍ଧୀୟ ଆଲୋଚନା ପର୍ଯ୍ୟାଲୋଚନା ହୋଇଥିଲା। ଅଭ୍ୟର୍ଥନା କମିଟି ସାଧାରଣ ସମ୍ପାଦକ ତଥା କଳାହାଣ୍ଡି ଜିଲ୍ଲା ଯାଦବ ମହାସଭାର ନବ ନିର୍ବାଚିତ ସାଧାରଣ ସମ୍ପାଦକ ତ୍ରିପୁରା ନାୟକ ଗତ ମହାସଭାର ଆୟ ବ୍ୟୟ ଉପସ୍ଥାପନା କରିଥିଲେ। ଏକତା ଓ ଅଖଣ୍ଡତା ବଜାୟ ରଖିବାକୁ ସଭାରେ ଗୁରୁତ୍ୱାରୋପ କରାଯାଇଥିଲା। ବୈଠକରେ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭାର ନବନିର୍ବାଚିତ ସଭାପତି ନୃପରାଜ ଯାଦବ, ଜିଲ୍ଲା ଅଭ୍ୟର୍ଥନା କମିଟି କୋଷାଧ୍ୟକ୍ଷ ରଘୁବୀର ନାଗ, କାର୍ଯ୍ୟକାରୀ କୋଷାଧ୍ୟକ୍ଷ ଗିରିଧାରୀ ଗଉଡ, ଜିଲ୍ଲା ଉପସଭାପତି ଯୁଧିଷ୍ଠିର ଗଉଡ, ଜଗଦୀଶ ଯାଦବ, କମଲ ବାଗ ଓ ଅଲେଖ ଚନ୍ଦ୍ର ଗୋପାଳ, ଯୁଗ୍ମ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ଗଉଡ, କୋଷାଧ୍ୟକ୍ଷ ଅର୍ଜୁନ ଭାଟି, ୮ମ ଯାଦବ ମହାସଭାର ଜିଲ୍ଲା ଯୁବ ଉପସଭାପତି ସୁନୀଲ ଧଙ୍ଗଡାମାଝୀ, ବରିଷ୍ଠ ଯାଦବ ନେତୃତ୍ୱ ପଙ୍କଜ ଗଉଡ, ଦୁଲ୍ଲଭ ମାହାର, ଲିଙ୍ଗରାଜ କରୁଆଁ, ମାର୍କଣ୍ଡ ଜାଲ, ଯୁବ ନେତୃତ୍ୱ ଡିଲେଶ କୁମାର ନାଗ, ପିତବାସ ବେହେରାଙ୍କ ସମେତ ସମେତ ଜିଲ୍ଲାର ସମସ୍ତ ବ୍ଲକ, ମ୍ୟୁନିସିପାଲଟି, ଏନଏସି ସଭାପତି, କର୍ମକର୍ତ୍ତା ଓ ବିଶିଷ୍ଟ ଯାଦବ ନେତୃବୃନ୍ଦ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।





