ଓଡ଼ିଆ ବାର୍ତ୍ତା/ ମୁରିବାହାଲ (ଅମରେଶ ମାଝୀ): ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ଗୁଡିଘାଟ ପଞ୍ଚାୟତ ବାରବନ୍ଦ ଶିବମନ୍ଦିର ଠାରେ ଥିବା ନଳକୂପ ବହୁତ ଦିନ ଧରି ଅଚଳ ଅବସ୍ଥାରେ ପଡିରହିଛି | ଶିବରାତ୍ରି ଆଗ ସମୟରୁ ହାତୀ ଭାଙ୍ଗି ଦେଇଥିଲା l ଅଭିଯାଗ କରି ଆସୁଥିବା ସତ୍ତ୍ୱେ ନଳକୂପ ଆଜି ଯାଏ ଠିକ ହୋଇପାରିନାହିଁ । ମୁରିବାହାଲ ରୁ ଗୁଲମୀ ଦେଇ ଟିଟିଲାଗଡ଼ ରାସ୍ତା କୁ ଯିବା ଆସିବା କରୁଥିବା ଲୋକ ବହୁତ ଅସୁବିଧା ର ସମ୍ମୁଖୀନ ହୋଉଛନ୍ତି ଏହି ରାସ୍ତାରେ ୧୪ କି. ମି ମଧ୍ୟରେ ଗୋଟିଏ ମାତ୍ର ନଳକୂପ ଅଛି ଯାହା ଫଳରେ ଗ୍ରାମ ବାସୀ ଓ ଯାତାୟାତ କରୁଥିବା ଲୋକ ଅଭିଯୋଗ କରିଛନ୍ତି । ଗ୍ରୀଷ୍ମ ପାରଦ 40 ଡିଗ୍ରୀରୁ ଅଧିକ ରହୁଥିବା ବେଳେ ରାସ୍ତାରେ ଯାତାୟାତ କରୁଥିବା ଲୋକ ପାଣି ପାଇଁ ଅସୁବିଧା ଭୋଗୁଛନ୍ତି l ଖୁବ ଶୀଘ୍ର ଏହାର ସମାଧାନ କରିଲେ ବହୁତ ଭଲ ହେବ ବୋଲି ଗ୍ରାମ ବାସୀ ଏବଂ ଯାତାୟାତ କରୁଥିବା ଲୋକ ଅଭିଯୋଗ କରିଛନ୍ତି !





