ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲା ମ.ରାମପୁର ଠାରେ ଶ୍ରୀ ଶ୍ରୀ ରାମ ଜୀଉ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ପ୍ରସିଦ୍ଧ ରାମ ଲୀଳାର ଅଯୋଧ୍ୟା କାଣ୍ଡ ମଞ୍ଚସ୍ଥ ହେବା ସହ ନାଟକର ଶେଷ ଦୃଶ୍ୟ ଯାଏଁ ଦର୍ଶକ ଙ୍କୁ ବାନ୍ଧି ରଖିଥିଲା । ସଭାପତି ଜୀବେଶ୍ କୁମାର ପଣ୍ଡା ଙ୍କ ପରିଚାଳନା ରେ ଆୟୋଜିତ କର୍ଯ୍ୟକ୍ରମ ର ଶୁଭ ଉଦ୍ଘାଟନ ଉତ୍ସବ ରେ ମୁଖ୍ୟ ଅତିଥି ସମାଜସେବୀ ଚିତ୍ତ ରଞ୍ଜନ ମଣ୍ଡଳ, ସମ୍ମାନୀତ ଅତିଥି ନାଟ୍ୟକାର ଡ଼ ଉମେଶ ଚନ୍ଦ୍ର ଶତପଥୀ, ନାଟ୍ୟକାର ପରମେଶ୍ଵର ମୁଣ୍ଡ ବରିଷ୍ଠ ସଦସ୍ୟ ଚିତ୍ତ ରଞ୍ଜନ ବାଗ, ଅତିଥି ମାନଙ୍କ ସହ ଉପସ୍ଥିତ ଥିଲେ। ମୁଖ୍ୟ ଅତିଥି ରାମଲୀଳା କୁ ଏକ ପରମ୍ପରା ଭାବରେ ପାଳନ କରି ଆସିବା ଆମ ପାଇଁ ଗର୍ବ ର କଥା ବୋଲି କହିଥିଲେ । ଏହି ଅବସର ରେ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ଶେରଗଡ଼ ଗ୍ରାମ ପଞ୍ଚାୟତ ର କଳାକାର କୁନୁ ଭୋଇ ଙ୍କୁ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ । ମାନପତ୍ର ପଠନ କରିଥିଲେ ଅଧ୍ୟାପିକା ଲିପ୍ସା ମୟୀ ଦୁବେ । ମଞ୍ଚ ପରିଚାଳନା କରିଥିଲେ ହେମନ୍ତ ସାହୁ । ସମ୍ବର୍ଦ୍ଧନା ପ୍ରଦାନ ରେ ସହଯୋଗ କରିଥିଲେ ଅନୁଷ୍ଠାନ ର ବରିଷ୍ଠ ସଦସ୍ୟ ନାରାୟଣ ମହାଳିକ । ମଞ୍ଚ ପୂଜନ ଓ ଉଦ୍ଘାଟନ ପରେ ସ୍ବର୍ଗତ ଗୁରୁ ଶୈଳେନ୍ଦ୍ର ପ୍ରସାଦ ଆଚାର୍ଯ୍ୟ ଙ୍କ ଦ୍ଵାରା ରଚିତ ଓ ସମ୍ପାଦକ ବୀରେନ୍ଦ୍ର ରଥ ଙ୍କ ନିର୍ଦ୍ଦେଶନା ରେ ରାମ ଲୀଳା ର ଅଯୋଧ୍ୟା କାଣ୍ଡ ମଞ୍ଚସ୍ଥ ହେଇଥିଲା ।
ଏଥିରେ ଦଶରଥ: ବିକାଶ ଆଚାର୍ଯ୍ୟ
କୌଶଲ୍ୟା, ଅହଲ୍ୟା: କେଶବ ଦଣ୍ଡିଆ
କୈକେୟୀ :ମଣ୍ଟୁ ବାରିକ
ରାମ: ଅମନ ରାୟଗୁରୁ
ଲକ୍ଷ୍ମଣ : ଶାଶ୍ଵତ ଦାଣ୍ଡିଆ
ସୀତା: ବିପ୍ର ମାଝୀ, ଭରତ: ଅରୁଣ ହାତୀ ଶତ୍ରୁଘ୍ନ /ଜନକ: ସୁରସେନ୍ ମହାରଣା, ନାବିକ ମନ୍ଥରା ଦିଲ୍ଲୀପ ତ୍ରିପାଠୀ ବିଶ୍ଵାମିତ୍ର ବିଶେଶ୍ୱର ମହାନ୍ତି
ବଶିଷ୍ଠ ଡମ୍ବରୁଧର ଭୋଇ
ପର୍ଶୁରାମ ମହେନ୍ଦ୍ର ଭଏସାଲ
ତାଡକି ପପୁ ଅଗ୍ରୱାଲ
ମାରୀଚ ଅମରେଶ ଶତପଥୀ
ସୁବାହୁ ବିନୟ ମହାନ୍ତି
ସୁମନ୍ତ୍ର ଉପେନ୍ଦ୍ର ମହାଖୁଡ
ଗୌଣ ଚରିତ୍ର ରେ
ପ୍ରଦୀପ ସିଂହ, ଦେବେନ୍ଦ୍ର ମହାନ୍ତି, ସାହିଲ ,ନିପୁନ ନାୟକ,ମହାନ୍ ମହାନ୍ତି ଜୀବନ୍ତ ଅଭିନୟ କରିଥିଲେ ।

ସଙ୍ଗୀତ ନିର୍ଦ୍ଦେଶନା ମହେଶ୍ୱର ସାହୁ ( ଭୁବନେଶ୍ୱର) ଓ କଣ୍ଠ ଦାନ କରିଥିଲେ ସନ୍ତୋଷ କୁମାର ଦୂବେ,ସରସ୍ବତୀ,ଧୀରେନ୍ଦ୍ର ମହାନ୍ତି, ଜଗ ମୋହନ ସାହୁ, ସୌମ୍ୟ ରଞ୍ଜନ, ସ୍ମୃତି ରେଖା ବାଦ୍ୟ ଯନ୍ତ୍ର ରେ ଭାରତ ରାଉତ, ଯୁଧିଷ୍ଠିର ବେହେରା, ସୁନିଲ ବିଭାର,ପ୍ରଶାନ୍ତ ସାହୁ । ରୂପ ସଜ୍ଜା ଦୀନ ବନ୍ଧୁ ମହାରଣା କରିଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟ ରେ ଉପ ସଭାପତି ଲଳିତ ମହାଳିକ,ବରିଷ୍ଠ ସଦସ୍ୟ ମିହିର୍ କୁମାର ଦୁବେ, ଗଣେଶ ମହାରଣା ,କଳ୍ପତରୁ ନାୟକ ମାର୍ତ୍ତଣ୍ଡ ଧ ମାଝୀ,ଯଶୋବନ୍ତ ବିଶି,ନନ୍ଦ ମହାନ୍ତି,ଶରତ ଗହିର, ଜିତେନ୍ଦ୍ର ବାରିକ, ପିଙ୍କୁ ଧଙ୍ଗଡା ମାଝୀ, ଅଜିତ ଦେଓ,ସ୍ଵୟଂ ବିଶ୍ଵାଳ,ଭ୍ରମରବର ଧଙ୍ଗଡାମାଝି, ସହଯୋଗ କରିଥିଲେ । ଏହି ପ୍ରସିଦ୍ଧ ସମ୍ପୂର୍ଣ୍ଣ ରାମ ଲୀଳା ର ତୃତୀୟ ଦିନ ରେ ” ଆରଣ୍ୟକ କାଣ୍ଡ” ଅଭିନୀତ ହେବ ବୋଲି ସହ ସମ୍ପାଦକ ପ୍ରଦୀପ ସିଂହ ସୂଚନା ପ୍ରଦାନ କରିଛନ୍ତି ।





