ଓଡ଼ିଆ ବାର୍ତ୍ତା/ ମୁରିବାହାଲ (ଅମରେଶ ମାଝୀ): ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ପଞ୍ଚାୟତରେ ଗୃହ ପାଲିତ ଜୀବ ଜନ୍ତୁ ମାନଙ୍କର ସେବା ଶୁଶ୍ରୁଷା ପାଇଁ ତଥା ହିତ ସାଧନ ପାଇଁ ପଶୁ ଚିକିତ୍ସା ସହାୟକ କେନ୍ଦ୍ର ନିର୍ମାଣ କରାଯାଇଛି। ସେମାନଙ୍କର ସେବା, ଚିକିତ୍ସାରେ କୋୖଣସି ଅସୁବିଧା ତଥା ସବୁ ଗୃହପାଳିତ ପଶୁମାନଙ୍କର ଠିକ ସମୟରେ ସେବା ଯୋଗାଇଦେବା ପାଇଁ ପ୍ରାଣୀ ଚିକିତ୍ସା ଉପକେନ୍ଦ୍ର ମାନ ନିର୍ମାଣ କରାଯାଇଛି। ଏଥିପାଇଁ ରାଜ୍ୟ ସରକାର ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ମଧ୍ୟ କହିଥାନ୍ତି। ତେବେ ସରକାରଙ୍କ ଏହି ଯୋଜନା ପ୍ରକୃତରେ କେତେ କାର୍ଯ୍ୟକାରି ହେଉଛି, ସେକଥା କେହି ଚିନ୍ତା କରୁନାହାନ୍ତି। ଯାହା ଫଳରେ ସରକାର କା ମାଲ୍ ଦରିଆ ମେ ଡାଲ୍ ନୀତିରେ ପଡିରହିଛି ଏହି ଯୋଜନା। ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ସଦର ଗ୍ରାମରେ ନିର୍ମାଣ ହୋଇଥିବା ଲକ୍ଷ ଲକ୍ଷ ଟଙ୍କାର ନିର୍ମିତ ହୋଇଥିବା ଏହି ପ୍ରାଣୀ ଚିକିତ୍ସା ଉପକେନ୍ଦ୍ର ଗତ ୪/୫ବର୍ଷ ହେବ ନିର୍ମାଣ ଦିନ ଠାରୁ ଆଜି ପର୍ଯ୍ୟନ୍ତ ଅଦରକାରୀ ଅବ୍ୟବହୃତ ହୋଇ ପଡ଼ିରହିଛି। ଫଳରେ ଗ୍ରାମରେ ତଥା ଆଖପାଖ ଅଞ୍ଚଳରେ ଥିବା ରୋଗିଣୀ ଗାଈ ଗୋରୁ ଛେଳି ମେଣ୍ଢା ମାନଙ୍କର ଚିକିତ୍ସା ଉଚିତ ସମୟରେ ହୋଇ ପାରୁନଥିବାରୁ ସେମାନଙ୍କର ମୃତ୍ୟୁ ହୋଇ ପଡ଼ୁଛି। କିନ୍ତୁ ବିଭାଗୀୟ ଅଧିକାରୀ ଏହି ପ୍ରାଣୀ ଚିକିତ୍ସା ଉପକେନ୍ଦ୍ରକୁ ଆଡ ଆଖିରେ ଚାହୁଁନଥିବା ଅଭିଯୋଗ ହେଉଛି। ଲକ୍ଷ ଲକ୍ଷ ଟଙ୍କାରେ ନିର୍ମିତ ଉକ୍ତ କେନ୍ଦ୍ର ଏବେ ଭୂତ କୋଠି ପାଲଟିଛି। ଅନା ବନା ଗଛଲତା ରେ ପରିପୂର୍ଣ ହୋଇ ସରୀସୃପ ମାନଙ୍କର ଆଶ୍ରୟସ୍ଥଳୀ ରେ ପରିଣତ ହୋଇଛି ପ୍ରାଣୀ ଚିକିତ୍ସା କେନ୍ଦ୍ର। ଫଳରେ କିଛି କାମରେ ଆସୁନଥିବା ତଥ ଏହି କେନ୍ଦ୍ରଟି କାର୍ଯ୍ୟ ଆରମ୍ଭରୁ ବ୍ୟବହାର ହୋଇନଥିଲେ ମଧ୍ୟ ପ୍ରତି ବର୍ଷ ଏହି କେନ୍ଦ୍ରର ମରାମତି ପାଇଁ ଖର୍ଚ୍ଚ ହେଉଛି ଲକ୍ଷ ଲକ୍ଷ ଟଙ୍କା। ତେବେ ବିଭିଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବାକୁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି।





