ଭଜନଲାଲ ମାଝୀ ନେଲେ ଜିଲ୍ଲା ଶିକ୍ଷାଧିକାରୀ ଦାଇତ୍ଵ

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ଭଜନଲାଲ ମାଝୀଙ୍କୁ ରାୟଗଡ଼ା ଜିଲ୍ଲା ଶିକ୍ଷାଧିକାରୀ ଦାଇତ୍ଵ ପ୍ରଦାନ କରାଯାଇଅଛି | ଓଡିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଶ୍ରୀଯୁକ୍ତ ମାଝୀଙ୍କୁ ଆର୍ଥିକ କ୍ଷମତା ସହ ରାୟଗଡ଼ା ଜିଲ୍ଲା ଶିକ୍ଷାଧିକାରୀ ଦାଇତ୍ଵ ପ୍ରଦାନ କରିଛନ୍ତି | ଶ୍ରୀଯୁକ୍ତ ମାଝୀ  ଜିଲ୍ଲାପାଳ ଶ୍ରୀଯୁକ୍ତ ଆଶୁତୋଷ କୁଲକର୍ଣ୍ଣିଙ୍କୁ ଭେଟି ଜିଲ୍ଲା ଶିକ୍ଷାଧିକାରୀ ରୂପେ ନିଜର ଆନୁଷ୍ଠାନିକ ଦାଇତ୍ଵ ଗ୍ରହଣ କରିଥିଲେ |ଏଥି ପୂର୍ବରୁ ରାମଚନ୍ଦ୍ର ନାହାକ ରାୟଗଡ଼ା ଜିଲ୍ଲା ଶିକ୍ଷାଧିକାରୀ ରୂପେ କାର୍ଯ୍ୟକରି ଗତ ମାର୍ଚ୍ଚ ୩୧ ତାରିଖରେ ଅବସରଗ୍ରହଣ କରିଥିଲେ | ଶ୍ରୀଯୁକ୍ତ ଭଜନଲାଲ ମାଝୀ ଜିଲ୍ଲାରେ ଶିକ୍ଷା କ୍ଷେତ୍ରରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟକରି ଅନେକ ପ୍ରସଂଶା ସାଉଁଟିଛନ୍ତି | ଦାଇତ୍ଵ ଗ୍ରହଣପରେ ସମଗ୍ର ଶିକ୍ଷା ଓ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ସମସ୍ତ କର୍ମକର୍ତ୍ତା, ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ନୀଳାଞ୍ଚଳ ମିଶ୍ର, ନରେଶ ସିଂ, ଦୀପକ କୁମାର ରାଉତ, ସରୋଜ କୁମାର ପତ୍ରୀ, ବିଜୟ କୁମାର ପଣ୍ଡା, ଉମାକାନ୍ତ ପଣ୍ଡା, ସଦାନନ୍ଦ ନାୟକ ସମେତ ରାୟଗଡ଼ା ବ୍ଳକ ସମସ୍ତ କ୍ଲଷ୍ଟର ସଂଯୋଜକ, ରାୟଗଡ଼ା ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ଛବିଲାଲ ସିଂ ପ୍ରମୁଖ ଉପସ୍ଥିତ ରହି ଶ୍ରୀଯୁକ୍ତ ମାଝୀଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ଵାଗତ କରିବା ସହ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ | ଜଣେ ଦକ୍ଷ ଜିଲ୍ଲାପାଳଙ୍କ ନେତୃତ୍ଵରେ ବଣ ପାହାଡ଼ ଘେରା ଅନୁସୁଚିତ ଜାତି ଓ ଜନଜାତି ଅଧ୍ୟୁଷିତ ରାୟଗଡ଼ା ଜିଲ୍ଲାରେ ଶିକ୍ଷାର ଗୁଣାତ୍ମକ ବିକାଶ ଓ ଅଗ୍ରଗତି ନିମନ୍ତେ ଅନେକ ସମ୍ଭାବନା ରହିଛି | ଚଳିତ ଏପ୍ରିଲରୁ ନୂତନ ଶିକ୍ଷାବର୍ଷ ଆରମ୍ଭ ହୋଇଥିବାରୁ ପରିବର୍ତ୍ତିତ ପାଠ୍ୟକ୍ରମ ଅନୁଯାୟୀ ପାଠ୍ୟପୁସ୍ତକ ଯେପରି ସମସ୍ତ ବିଦ୍ୟାଳୟରେ ପହଁଞ୍ଚିବ, ତାହାକୁ ବର୍ତ୍ତମାନ ପ୍ରାଥମିକତା ଦିଆଯିବ ବୋଲି ଶ୍ରୀଯୁକ୍ତ ମାଝୀ ପ୍ରକାଶ କହିଛନ୍ତି |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.