ଓଡ଼ିଆ ବାର୍ତ୍ତା/ ମୁରିବାହାଲ (ଅମରେଶ ମାଝୀ): କଣ୍ଟାବାଞ୍ଜିର ବିଧାୟକ ଶ୍ରୀ ଲକ୍ଷ୍ମଣ ବାଗଙ୍କୁ ବଲାଙ୍ଗିର ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଭାବେ ରାଜ୍ୟ ସରକାର ତରଫରୁ ନିଯୁକ୍ତି ଦିଆଯାଇଛି। ଏହି ନିଯୁକ୍ତି ପାଇବା ଅବସରରେ ତାଙ୍କୁ ଭବ୍ୟ ସ୍ୱାଗତ ସହ ନାଗରିକ ସମ୍ମାନ ଜଣାଯାଇଥିଲା। ଏହି ସମ୍ମାନ ସମାରୋହରେ ବହୁତ ଉତ୍ସାହ ଦେଖିବାକୁ ମିଳିଥିଲା। ଏହି ଅବସରରେ ଅଗ୍ରୱାଲ ସଭାର ନବନିର୍ବାଚିତ ଅଧ୍ୟକ୍ଷ ଶ୍ରୀ ଅଶୋକ ଛାପଡ଼ିଆ, ସଚିବ ଶ୍ରୀ ଲଲିତ ଅଗ୍ରୱାଲ, ବିକାଶ ଶାଖାର ନବନିର୍ବାଚିତ ଅଧ୍ୟକ୍ଷ ଶ୍ରୀ ମହେଶ ଅଗ୍ରୱାଲ, ସଚିବ ଶ୍ରୀ ଅଭିଷେକ ଅଗ୍ରୱାଲ, ଜାଗୃତି ଶାଖାର ଅଧ୍ୟକ୍ଷ ଶ୍ରୀମତୀ ଅଙ୍କିତା ଜୈନଓ ସଚିବ ଶ୍ରୀମତୀ ରେଖା ଜୈନମଞ୍ଚରେ ଉପସ୍ଥିତ ଥିଲେ। ମଞ୍ଚ ସଞ୍ଚାଳନ ପୂର୍ବତନ ଶାଖା ଅଧ୍ୟକ୍ଷ ମନୀଷ ଜୈନ କରିଥିଲେ। କାର୍ଯ୍ୟକ୍ରମରେ ବିକାଶ ଶାଖା ଓ ଜାଗୃତି ଶାଖାର ସମସ୍ତ ସଦସ୍ୟ ବୃହତ୍ ସଂଖ୍ୟାରେ ଉପସ୍ଥିତ ଥିଲେ। ଏହା ୨୦୨୬-୨୭ ବର୍ଷ ପାଇଁ ଶାଖାର ପ୍ରଥମ କାର୍ଯ୍ୟକ୍ରମ ଥିଲା। ଏହି ଅବସରରେ ବିଧାୟକ ଶ୍ରୀ ଲକ୍ଷ୍ମଣ ବାଗ ଶାଖା ଦ୍ୱାରା ନିସ୍ଵାର୍ଥଭାବରେ କରାଯାଉଥିବା ସମାଜସେବାମୂଳକ କାର୍ଯ୍ୟର ପ୍ରଶଂସା କରିଥିଲେ ଏବଂ କଣ୍ଟାବାଞ୍ଜିର ସମଗ୍ର ଉନ୍ନତି ପାଇଁ ସେ ସଦା ନିସ୍ଵାର୍ଥଭାବରେ କାମ କରିବାକୁ ପ୍ରତିବଦ୍ଧ ରହିବେ ବୋଲି କହିଥିଲେ। ଏହି ସମୟରେ ବିକାଶ ଶାଖାର ଆଶୀଷ ଖେତାନ, ନିଖିଲ ଅଗ୍ରୱାଲ, ନବନୀତ ଅଗ୍ରୱାଲ, ମୟଙ୍କ ଜୈନ, ଅନୂପ ଜୈନ, ବଜରଙ୍ଗ ଜିନ୍ଦଲ, ସୁଭାଷ ଅଗ୍ରୱାଲ, ସୁମିତ ଜୈନ, ଶଶାଙ୍କ ଜୈନ, ଆଦେଶ ଜୈନ, କୈଳାଶ ଜୈନ, କମଲ ଅଗ୍ରୱାଲ, ମୌଜି ରାମ ଅଗ୍ରୱାଲ, ଅଙ୍କିତ ଜୈନ, ସଞ୍ଜୟ ଶର୍ମା, ନାରାୟଣ ଜିନ୍ଦଲ, ଆଦିତ୍ୟ ଅଗ୍ରୱାଲ, କେଶବ ଝରବଲିଆ ସହିତ ଅନ୍ୟାନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ l





