ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ଲଡୁଗାଁ ଏଚ୍ ଆର୍ ରାଇସ୍ ମିଲରେ ଥିବା ଟ୍ରାନ୍ସଫର୍ମରରେ ବୁଧବାର ନିଆଁ ଲାଗି ଯାଇଥିଲା। ଏନେଇ କୋକସରା ଅଗ୍ନିଶମ ବିଭାଗକୁ ଖବର ଦେବାପରେ ଅଗ୍ନିଶମ ବିଭାଗର ଓଆଇସି ପ୍ରଶାନ୍ତ କୁମାର ବାଘଙ୍କ ନେତୃତ୍ୱରେ ହାବିଲଦାର ସୁନୀଲ ରଞ୍ଜନ ବରାଲା, କର୍ମଚାରୀ ରାଧେଶ୍ୟାମ ପ୍ରଧାନୀ, ଲଳିତ ପୁଟେଲ, ଉମାଶଙ୍କର ନାଏକ, ଦେବାଶିଶି ମହାପାତ୍ର ପ୍ରମୁଖ ନିଆଁ କୁ ଆୟତ୍ତ କରିଥିଲେ। ତେବେ ସର୍ଟ ସର୍କିଟ ଯୋଗୁଁ ଟ୍ରାନ୍ସଫର୍ମରରେ ନିଆଁ ଲାଗିଥିବା ଜଣାପଡ଼ିଛି। ନିଆଁ ଲାଗିବା ଫଳରେ ଟ୍ରାନ୍ସଫର୍ମର କ୍ଷତି ହୋଇଥିବା ଜଣାପଡିଛି।





