ନର୍ଲା ଡିଗ୍ରୀ କଲେଜରେ ଓଡିଆ ପକ୍ଷ ପାଳନ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ସାରା ରାଜ୍ୟରେ ଅପ୍ରେଲ ୧ ଉତ୍କଳ ଦିବସରୁ ଓଡିଆ ପକ୍ଷ ପାଳନ କରାଯାଉଛି। ଏହା ଅପ୍ରେଲ ୧୪ ଯାଏଁ ୧୫ ଦିନ ଧରି ପାଳିତ ହେବ। ଆମ ମାତୃଭାଷା ଓଡିଆ ଅସ୍ମିତା ସମସ୍ତଙ୍କ ମଧ୍ୟରେ ଜାଗୃତ କରିବା ପାଇଁ ରାଜ୍ୟ ସରକାରଙ୍କ ପ୍ରୟାସ ଜାରି ରହିଛି। ଓଡିଆ ଭାଷା ସାହିତ୍ୟ ପ୍ରତି ସମସ୍ତଙ୍କ ରୁଚି ବଢ଼ୁ। ଓଡିଆ ଭାଷା ସାହିତ୍ୟ ପ୍ରତି ସମସ୍ତଙ୍କ ଆଗ୍ରହ ସୃଷ୍ଚି ହେଉ। ଏହି କ୍ରମରେ ନର୍ଲା ଡିଗ୍ରୀ କଲେଜ ଅଧ୍ୟକ୍ଷ ନାରାୟଣ ନାୟକଙ୍କ ଅଧ୍ଯକ୍ଷତାରେ ପୂର୍ବାହ୍ନ ୧୦ ଘଣ୍ଟା ସମୟରେ କଲେଜ ପରିସରରେ ଛାତ୍ର ଛାତ୍ରୀ ମାନଙ୍କୁ ନେ଼ଇ ପାଳିତ ହୋଇ ଯାଇଛି ଓଡିଆ ପକ୍ଷ ୨୦୨୬। ଏଥିରେ କଲେଜର ଅଧ୍ୟାପିକା ବାସନ୍ତୀ ସାହୁ, ସଂଘମିତ୍ରା ପଣ୍ଡା, କୌଶଲ୍ୟା ଗଡବା, ଅଧ୍ୟାପକ ରମେଶ ଘଡେଇ, ପିଇଟି କ୍ଷୀତିଶ ବଗର୍ତ୍ତୀ ପ୍ରମୁଖ ମଞ୍ଚାସୀନ ହୋଇ ଓଡିଆ ଭାଷା ପ୍ରତି ଆଗ୍ରହ, ଏହା ପ୍ରତି ସମ୍ମାନ ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ। ଉପସ୍ଥିତ ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀ ମାନେ ହତରେ ଓଡ଼ିଆ ପୁସ୍ତକ ଧରି ଓଡିଆ ଭାଷାର ସୁରକ୍ଷା ପାଇଁ ଶପଥ ପାଠ କରିଥିଲେ। ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଓଡିଆ ଭାଷା ସାହିତ୍ୟ ଉପରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟ କ୍ରମକୁ ଓଡ଼ିଆ ଅଧ୍ୟାପକ ଶ୍ରୀ ସାହୁ ସଂଯୋଜନା କରିଥିଲେ। ଡିଗ୍ରୀ କଲେଜର କର୍ମଚାରୀ ପାର୍ବତୀ ଦାସ, ସନ୍ତୋଷ ନାଏକ, ରବିଚନ୍ଦ୍ର ଭୋଇ ପ୍ରମୁଖ କାର୍ଯ୍ଯକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ଓଡିଆ ଅଧ୍ୟାପକ ସୁଶାନ୍ତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.