ଓଡ଼ିଆ ବାର୍ତ୍ତା/ ଗଜପତି (ଗଣେଶ କୁମାର ରାଜୁ): ଓଡ଼ିଶା ରାଜ୍ୟ ସରକାର,’ଙ୍କ ଓଡ଼ିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଚଳିତ ମାସ ଏପ୍ରିଲ ୧ ରୁ ୧୪ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ପାଳିତ ହେଉଛି ଓଡ଼ିଆ ପକ୍ଷ-୨୦୨୬ । ଏହି ଓଡ଼ିଆ ପକ୍ଷ ପାଳନର ନବମ ଦିନରେ ଆଜି ଗଜପତି ଜିଲ୍ଲା ପାରଳାଖେୁମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପାଳନ ହୋଇଥିଲା “ଆସ ବହିଟିଏ କିଣିବା ଅଭିଯାନ” କାର୍ଯ୍ୟକ୍ରମ ।
ଭାଷା ସାହିତ୍ୟର ଉନ୍ନତି ଏବଂ ତାର ପ୍ରଚାର ପ୍ରସାର ବୃଦ୍ଧି କରିବା ଏହି ଅଭିଯାନ କାର୍ଯ୍ୟକ୍ରମର ମୂଳ ଆଭିମୁଖ୍ୟ । ଏହି ଅଭିଯାନ କର୍ଯ୍ୟକ୍ରମ ପାଳନ ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏକ ପୁସ୍ତକ ବିକ୍ରୟ କେନ୍ଦ୍ର ଖୋଲା ଯାଇଥିଲା । ଏହି ପୁସ୍ତକ ବିକ୍ରୟ କେନ୍ଦ୍ରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମୁନୀନ୍ଦ୍ର ହୋନନାଗା ଏବଂ ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା ମଙ୍ଗରାଜ ଉପସ୍ଥିତ ରହି ବହିଟିଏ କିଣିବା ପରେ କାର୍ଯ୍ୟକ୍ରମରେ ଶୁଭାରମ୍ଭ ହୋଇଥିଲା ।
ପାରଳାଖେମୁଣ୍ଡି ସହରର ୧୫ ରୁ ଉର୍ଦ୍ଧ୍ବ ଲେଖକ ଲେଖିକା ଙ୍କ ଲେଖିଥିବା ମୁଦ୍ରଣ ବହି ଗୁଡ଼ାକ ପୁସ୍ତକ ବିକ୍ରୟ କେନ୍ଦ୍ରରେ ବିକ୍ରି କରା ଯାଇଥିଲା । ସହରର ଏହି ପ୍ରତିଷ୍ଠିତ ଲେଖକ ଲେଖିକା ଙ୍କ ଉପାଦେୟ ବହି ଗୁଡ଼ାକ ବିକ୍ରି କରା ଯାଇଥିଲା । ପାଠକ ପାଠିକାଙ୍କ ଠାରେ ବହି କିଣିବା ଦିଗରେ ଏହା ବେଶ୍ ଆଦୃତ ହୋଇଥିଲା । ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ମୁନିନ୍ଦ୍ର ହୋନନାଗା ଏବଂ ଜିଲ୍ଲା ସଂସ୍କୃତି ଅଧିକାରୀ ଅର୍ଚ୍ଚନା ମଙ୍ଗରାଜ କହିଥିଲେ ଯେ, ଭାଷାକୁ ଜାଣିବା ସହ ଆମ ଭାଷାରେ ଲେଖିବା ଏବଂ ବହି ପଢି ଆମେ ଜ୍ଞାନ ବଢ଼ାଇବା । ଓଡ଼ିଆ ଭାଷାର ଉନ୍ନତି ଓ ପ୍ରଚାର ପ୍ରସାର କିଭଳି ହେବ ଏବଂ ଲେଖକ ଲେଖିକା ଓ ପାଠକ ପାଠିକା ଙ୍କ ସଂଖ୍ୟା କିଭଳି ଅଧିକ ହେବ, ଯାହାଦ୍ଵାରା ଭାଷା, ସାହିତ୍ୟ, ସଂସ୍କୃତି, ପରମ୍ପରା ଓ ସ୍ବାଭିମାନ ବଞ୍ଚିରହିବ, ତାହା ହେଉଛି ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ । ସମସ୍ତଙ୍କୁ ଅନୁରୋଧ କରି କହିଥିଲେ ଯେ ଆସ ବହିଟିଏ କିଣିବା ସହ ଆମ ମାତୃଭାଷା ଓ ସ୍ବାଭିମାନ ବଳବତ୍ତର ରଖି ଓଡ଼ିଆ ଲେଖକ ଲେଖିକା, କବି କବୟିତ୍ରୀ ଓ ପ୍ରାବନ୍ଧିକ ମାନଙ୍କୁ ଉତ୍ସାହିତ କରି ନୂତନ ପାଠକ ପାଠିକା ସୃଷ୍ଟି କରିବାରେ ସହାୟକ । ହେବାକୁ କହିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅବକାରୀ ଅଧ୍ୟିକ୍ଷକ ଶ୍ରୀ ପ୍ରଦୀପ କୁମାର ସାହୁ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ମନୋରମା ଦେବୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ପ୍ରଦୀପ୍ତ ଗୁ ପ୍ରମୁଖ ପୁସ୍ତକ କିଣିବା ସହ ଉପସ୍ଥିତ ସମସ୍ତଙ୍କୁ ପୁସ୍ତକ କିଣିବା ପାଇଁ ଉତ୍ସାହିତ କରିଥିଲେ ।





