ଜେସିବି ଲାଗାଇ ଗାଁ ରାସ୍ତା କାଟିଦେଲେ ଦୁଇ ପରିବାର: ବିଧାୟକ ଓ ପ୍ରଶାସନର ଦ୍ବାରସ୍ଥ ହେଲେ ଗ୍ରାମବାସୀ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ଗୋତମୁଣ୍ଡା ଗ୍ରାମ ପଞ୍ଚାୟତର ଚୋରଣୀଦୁଆର ଗାଁର ରାସ୍ତାକୁ ଗାଁର ଦୁଇ ପରିବାର ଜେସିବି ଲଗାଇ ଭାଙ୍ଗି ଦେଇଛନ୍ତି। ଯାହା ଫଳରେ ଗାଁ ଲୋକେ ଯିବାଆସିବା ସମୟରେ ବିପଦକୁ ସାମ୍ନା କରୁଛନ୍ତି। ଏନେଇ ଗୁରୁବାର ଗ୍ରାମବାସୀ ମାନେ ଏକତ୍ରିତ ହୋଇ ଧର୍ମଗଡ଼ ବିଧାୟକଙ୍କ ସମେତ, ଧର୍ମଗଡ଼ ଉପଜିଲ୍ଲାପାଳ, କୋକସରା ବିଡ଼ିଓ ଓ ତହସିଲଦାରଙ୍କ ନିକଟରେ ଫେରାଦ ହୋଇଛନ୍ତି। ଏବଂ ଏହାର ସମାଧାନ କରିବା ପାଇଁ ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି।

ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଶହ ଶହ ବର୍ଷରୁ ଗାଁର ମୂଖ୍ୟ ରାସ୍ତା ଥିବା ଓ ଦୀର୍ଘ ୧୫ ବର୍ଷରୁ ଉର୍ଦ୍ଧ୍ୱ ହେବ ଉକ୍ତ ରାସ୍ତାଟି ଗ୍ରାମ୍ୟଉନ୍ନୟନ ବିଭାଗକୁ ହସ୍ତାନ୍ତର ହୋଇ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ସାମିଲ ହୋଇଥିବା ସଡ଼କକୁ ଗ୍ରାମର ପୁରୁନ ଦୁର୍ଗା ଓ ଗଣେଶ ଦୁର୍ଗା ରାସ୍ତା ଯାଇଥିବା କିଛି ଅଂଶ କୁ ତାଙ୍କ ମାଲିକାନାରେ ଥିବା ଦର୍ଶାଇ ଆସୁଛନ୍ତି। ଏନେଇ ସେମାନେ କିଛିଦିନ ଆଗରୁ ରାସ୍ତା ଅବରୋଧ କରିଥିବାବେଳେ ପରବର୍ତ୍ତୀ ସମୟରେ ଜେସିବି ମେସିନ ଲଗାଇ ରାସ୍ତା ଭାଙ୍ଗୁଥିଲେ। ଏହାକୁ ଗାଁ ଲୋକେ ବିରୋଧ କରିବା ପରେ ମଧ୍ୟ ସେମାନେ କାହାରି କଥାକୁ ଖାତିର ନକରି ରାସ୍ତାକୁ ଭାଙ୍ଗି ଦେଇଛନ୍ତି। ଯାହା ଫଳରେ ସ୍କୁଲ ଛାତ୍ରଛାତ୍ରୀ ସମେତ ଗାଁ ଲୋକେ ବିଭିନ୍ନ କାମରେ ଏହି ରାସ୍ତା ଦେଇ ଯିବାଆସିବା କରିବା ସମୟରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଏହି ଘଟଣାକୁ ନେଇ ଗ୍ରାମର ହିମାଚଳ ପୁଝାରୀ, ରାମେଶ୍ୱର ପୋଟା, ଇଶରାମ ନାଏକ, ଭୁତେଶ୍ବର ସୁନା, ବିଭୂତି ପୋଟା, ଲିଙ୍ଗରାଜ ନାଏକ, ଲକ୍ଷ୍ମଣ ଗୋପାଳ, ଦ୍ରୋଣାଚାର୍ଯ୍ୟ ପୁଝାରୀ, ସୋଭା ମାଝୀ, ବାଲକୃଷ୍ଣ ସୁନା, ଗୌରାଙ୍ଗ ମାଝୀ, ଗୋରା ବିହାରୀ ପ୍ରମୁଖ ଶହ ଶହ ଗ୍ରାମବାସୀଙ୍କ ଦସ୍ତଖତ ସମ୍ବଳିତ ଦାବିପତ୍ର ଧର୍ମଗଡ଼ ବିଧାୟକ ସୁଧୀର ପାଟ୍ଟଯୋଷୀଙ୍କ ସମେତ, ଧର୍ମଗଡ଼ ଉପଜିଲ୍ଲାପାଳ, କୋକସରା ବିଡ଼ିଓ ଡ଼ଃ ହିମାଞ୍ଚଳ ମାଝୀ ଓ କୋକସରା ତହସିଲଦାର ଚୋଡ଼ଗଙ୍ଗ ପ୍ରଧାନଙ୍କୁ ପ୍ରଦାନ କରିଛନ୍ତି। ଏବଂ ଉକ୍ତ ଘଟଣାର ସମାଧାନ ପାଇଁ ଦାବି କରିଛନ୍ତି। ଅନ୍ୟପଟେ ଧର୍ମଗଡ଼ ବିଧାୟକ ସମେତ ପ୍ରଶାସନିକ ଅଧିକାରୀମାନେ ଏହାର ସମାଧାନ ପାଇଁ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିବା ଚୋରଣୀଦୁଆର ଗ୍ରାମବାସୀ ପ୍ରକାଶ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.