ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ଅବକାରୀ ଥାନା ପକ୍ଷରୁ ଶୁକ୍ରବାର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ୭.୬ ଲିଟର ବିଦେଶୀ ମଦ ଓ ୬୦ ଲିଟର ତାରି ଜବତ କରାଯାଇଛି। ଏବଂ ଦୁଇ ଜଣକୁ ଗିରଫ କରାଯାଇଛି। ଚଢ଼ାଉ ସମୟରେ ଡାଲଗୁମାଠାରେ ଆନ୍ଧ୍ରପ୍ରଦେଶ ରାଜ୍ୟ ବାଲିସେଟ୍ଟି ଗୁଡେମ୍ ଗ୍ରାମର କୁମ୍ବମ୍ ରାଜବାବୁଙ୍କ ଠାରୁ ୬୦ ଲିଟର ତାରି ଜବତ ହୋଇଥିବାବେଳେ ମୁଷିପାଲିର ଚୌବନ ଦୁର୍ଗାଙ୍କ ଠାରୁ ୭.୬ ଲିଟର ବିଦେଶୀ ମଦ ଜବତ କରାଯାଇଛି। ଏହି ଘଟଣାରେ ଉଭୟଙ୍କୁ ଗିରଫ କରି ପଚରାଉଚରା ପରେ କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ଥାନା ପକ୍ଷରୁ ସୂଚନା ଦିଆଯାଇଛି। ଏହି ଚଢ଼ାଉ ସମୟରେ କୋକସରା ଅବକାରୀ ଥାନା ଓଆଇସି ଗୁପ୍ତେଶ୍ୱର ପୁଟେଲ, ଜୟପାଟଣା ଅବକାରୀ ଥାନା ଓଆଇସି ସୁରେଶ ଭୋଇଙ୍କ ସମେତ ମହାଦେବ ମାଝୀ, ଖୁସିଦେବ କଟା, ଅରୁଣାକ୍ଷ ଧଙ୍ଗଡାମାଝୀ, ଯଶୋବନ୍ତି ଭୋଇ, ସୁବଳ ମାଝୀ ପ୍ରମୁଖ ସାମିଲ ହୋଇଥିଲେ।





