ହର୍ଷ ଉଲ୍ଲାସରେ ସମ୍ପନ୍ନ ହେଲା ମ.ରାମପୁରରେ ନବ ଶମ୍ଭୁ ମିଳନ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ପ୍ରତି ବର୍ଷ ଭଳି ଚଳିତ ବର୍ଷ ୧୧-୦୪-୨୦୨୬ ତାରିଖ ଶନିବାର ଦିନ ଆଞ୍ଚଳିକ କାମନା ଦଣ୍ଡ ସାଂସ୍କୃତିକ ପରିଷଦ ମ.ରାମପୁର ତରଫ ରୁ ସର୍ବସାଧାରଣ ଙ୍କ ସହଯୋଗ ରେ ନବ ଶମ୍ଭୁ ମିଳନ ଅନୁଷ୍ଠିତ ହୋଇଯାଇଛି। ପରିଷଦ ର ସଭାପତି ରୁଦ୍ର ପ୍ରତାପ ସିଂହ ଓ ସମ୍ପାଦକ ପ୍ରକାଶ ଚନ୍ଦ୍ର ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନ ରେ ସକାଳ ୭ ଘ ରୁ କ୍ରମାନୟ ରେ ୯ ଗୋଟି କାମନା ଦଣ୍ଡ ଦଳ ଙ୍କୁ ବାଟ ବରଣ କରାଯାଇଥିଲା। ସକାଳ ୯ ଘଣ୍ଟା ରୁ ପୀଠ ରେ ଶିବ ଓ ମା କାଳୀ ଙ୍କ ଶୋଢ଼ଶ ଉପଚାର ପୂଜା ଆରମ୍ଭ ହୋଇଥିଲା। ଆଞ୍ଚଳିକ କାମନା ଦଣ୍ଡ ସାଂସ୍କୃତିକ ପରିଷଦ ତରଫ ରୁ ଶ୍ରୀ ପ୍ରକାଶ ଚନ୍ଦ୍ର ସାହୁ କର୍ତ୍ତା ଥିବା ବେଳେ ପୂଜକ ଭାବେ ସୁଦୂର ମୋହନ ଗିରି ରୁ ଆଗତ ପଣ୍ଡିତ ଶ୍ରୀ ବିଷ୍ଣୁ ମହାପାତ୍ର ନିୟୋଜିତ ଥିଲେ। ନିର୍ଦ୍ଧାରିତ ସ୍ଥାନ ମାନଙ୍କରେ ନଅ ଗୋଟି କାମନା ଦଣ୍ଡ ଦଳ ଧୂଳି ଦଣ୍ଡ ସାରି କ୍ରମାନ୍ୱୟରେ ଯାଇ ଜଳ ଘାଟ ରେ ପାଣି ଦଣ୍ଡ ଭାଙ୍ଗି ଓ ଘାଟ ପୂଜା ସାରି କ୍ରମାନ୍ୱୟରେ ବସଷ୍ଟାଣ୍ଡ ରେ ଥିବା ପୀଠ ଅଭିମୁଖେ ପ୍ରତ୍ୟାବର୍ତ୍ତନ କରି ପୀଠରେ ଝୁଣା ଖେଳିଥିଲେ। ପୂଜାର୍ଚ୍ଚନା ପରେ ପରେ ମିଳନ ପର୍ବ ଆରମ୍ଭ ହୋଇ ଥିଲା। ଉକ୍ତ ମିଳନ କୁ ଅନୁଷ୍ଠାନ ର ସଭାପତି ଶ୍ରୀ ରୁଦ୍ର ପ୍ରତାପ ସିଂହ ଓ ସମ୍ପାଦକ ଶ୍ରୀ ପ୍ରକାଶ ଚନ୍ଦ୍ର ସାହୁ, ପ୍ରଶାନ୍ତ ସାମନ୍ତରା, ସତ୍ୟ ସାହୁ, କୃଷ୍ଣ ଚନ୍ଦ୍ର ସାହୁ, ହେମନ୍ତ କୁମାର ସାହୁ ପ୍ରମୁଖ ଶାନ୍ତି ଶୃଙ୍ଖଳା ର ସହିତ ସମ୍ପାଦନ କରିଥିଲେ। ପ୍ରଥମେ ହରଗୌରୀ ଙ୍କ ମିଳନ ତା ପରେ ମା କାଳୀ ଙ୍କ ପ୍ରଭା ମିଳନ, ଢୋଲ ମିଳନ ଓ ଶେଷ ରେ ଦଣ୍ଡ ମିଳନ ହୋଇ ଥିଲା। ଆଳତି, ଚାମର ସେବା ପରେ ପୁଷ୍ପାଞ୍ଜଳି ଦେଇ କ୍ରମାନ୍ଵୟ ରେ ମଟୋଗଣ୍ଡା ସ୍ଥିତ ରାମେଶ୍ବର ଶିବ ମନ୍ଦିର ଝୁଣାଖେଳି ଶ୍ରୀ କଳାରୁଦ୍ର ମଣି କି ଭଜ ହେ ଧ୍ଵନି ଦେଇ ଶୋଭାଯାତ୍ରା ରେ ଯାଇ ଦଣ୍ଡ ଲିଭେଇ ପଣା ପାଣି ସାରିଥିଲେ। ସନ୍ଧ୍ୟା ୬.୩୦ ମି. ରେ ସନ୍ଧ୍ୟା ଆଳତି ସାରି ଅନ୍ନ ଭୋଗ ଅର୍ପଣ କରି ପ୍ରସାଦ ସାରି ୮.୪୫ ମିି ରେ ଶିବ ମନ୍ଦିର ରୁ ଚରିଛକ ରୁ ଅଗ୍ନି ଦଣ୍ଡ ଲଗେଇ କ୍ରମାନ୍ୱୟରେ ମୁଖ୍ୟ ପୀଠ ଅଭିମୁଖେ ଶୋଭା ଯାତ୍ରା ରେ ଝୁଣା ଖେଳି ଖେଳି ପୀଠ କୁ ଆସିଥିଲେ। ରାତ୍ରି ପୂଜା ପୀଠରେ ସାରି ନିଜ ନିଜ ସ୍ଥାନ କୁ ଆସି ପୂଜାର୍ଚ୍ଚନା କରି ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ପ୍ରକାଶ ଥାଉ କି ପୀଠରେ ମଧ୍ୟ ଅଖଣ୍ଡ ଜାଳି ପୂଜାର୍ଚ୍ଚନା ରାତିତମାମ ଚାଲିଥିଲା। ଆର ଦିନ ପ୍ରତ୍ୟେକ ଦଣ୍ଡ ଦଳ କୁ ପୀଠ ରୁ ବିଦାକି ପ୍ରଦାନ କରି ମେଲାଣି ଦିଆଯିବ ବୋଲି ଆୟୋଜକ ଅନୁଷ୍ଠାନ ର ସମ୍ପାଦକ ଶ୍ରୀ ପ୍ରକାଶ ଚନ୍ଦ୍ର ସାହୁ ସୂଚନା ଦେବା ସହିତ ଶାନ୍ତି ଶୃଙ୍ଖଳା ସହିତ ସମାପନ ହୋଇ ଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ଅଞ୍ଚଳ ର ପ୍ରତ୍ୟେକ ଜନ ସାଧାରଣ ସକ୍ରିୟ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.