ସର୍ଗିଗୁଡା ୨୪ ପ୍ରହର ନାମଯଜ୍ଞ ପାଇଁ ଶୁଭ ସ୍ତମ୍ଭ ସ୍ଥାପନ 

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ୍ ଅଧିନସ୍ଥ ସର୍ଗିଗୁଡାର ବହୁ ପ୍ରସିଦ୍ଧ ୨୪ ପ୍ରହର ନାମଯଜ୍ଞ ପାଇଁ ନାମଯଜ୍ଞ ମଣ୍ଡପ ସମ୍ମୁଖରେ ରବିବାର ସକାଳ ୭.୩୦ ଘଣ୍ଟା ସମୟରେ ଶୁଭସ୍ତମ୍ବ ସ୍ଥାପିତ ହୋଇଛି। ରବିବାର ସକାଳ ୭.୩୦ ଘଣ୍ଟା ସମୟରେ ଶୁଭଲଗ୍ନ ଅନୁଯାୟୀ ନାମଯଜ୍ଞର କର୍ତ୍ତା ଦମ୍ପତି ନୀରୁପମା ନାଏକ ଏବଂ ଜୟକୃଷ୍ଣ ନାଏକ ପୂଜାର୍ଚ୍ଚନା ପରେ ଏହି ଶୁଭସ୍ତମ୍ବ ସ୍ଥାପନା କରିଛନ୍ତି। ଏହି ଶୁଭ ମୁହୂର୍ତ୍ତରେ ନାମଯଜ୍ଞର ପରିଚାଳନା ସମିତିର ସଭାପତି ଅଜୟ କୁମାର ନାଏକ, ସଦସ୍ୟ କିଶୋର କୁମାର ନାଏକ, ସଞ୍ଜୟ ନାଏକ, ରଞ୍ଜନ ବିଶ୍ୱାଳ, ବରିଷ୍ଠ ସଦସ୍ୟ ଚକ୍ରଧର ସା, ଅର୍ଚ୍ଛୁତ ପଧାନ, ପଙ୍କଜ ପଧାନ, ମୋହନ ସାହୁ, ଶଶିଦେବ ନାଗ, ସୁବୋଧ ବିଶ୍ବାଳ, ସୁରେଶ ବିଶ୍ଵାଳ, ତ୍ରୀଲୋଚନ ନାଏକ, କୃଷ୍ଣଚନ୍ଦ୍ର ପୋଢ, ବିଦେଶୀ ବାଗ, ବିପ୍ର ବିଶ୍ୱାଳ, ପରମେଶ୍ୱର ବିଶ୍ୱାଳ. ଚୁଡାମଣି ଭୋଇ, ବୈଷ୍ଣବ ନାଏକ, କବିରାଜ କରୁଆଁ, ମାଝୀଗୌରୀ ପଣ୍ଡା, କୁଣ୍ଡଳ ନାଗ, ଫକୀର ନାଗ, ପ୍ରଫୁଲ୍ଲ ନାଗ, ପ୍ରମୁଖଙ୍କ ସମେତ ଗ୍ରାମର ଜନସାଧାରଣ ଓ ଯୁବ ଗୋଷ୍ଠୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ବ୍ରହ୍ମା ପୁରୋହିତ ଭାବରେ ପଣ୍ଡିତ ଦୁଃଖିଶ୍ୟାମ ମିଶ୍ର ପୂଜନ କାର୍ଯ୍ୟ ସମ୍ପାଦନ କରିଥିଲେ। ଶୁଭ ସ୍ତମ୍ବ ସ୍ଥାପନା ହୋଇସାରିଛି। ଚଳିତ ବର୍ଷ ନାମଯଜ୍ଞ ଆସନ୍ତା ତା.୨୭/୪ ଦିନ ଅପରାହ୍ନ ୫ ଘଣ୍ଟା ସମୟରେ କଳସ ଯାତ୍ରା ଓ ଅଧିବାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ରହିଥିବା ବେଳେ ତା.୨୮/୪ ସକାଳ ୮.୦୫ ସମୟରେ ମହାମନ୍ତ୍ର ନାମ ଆରମ୍ଭ ହେବ। ଏଥିପାଇଁ ସ୍ୱତନ୍ତ୍ର ଧରଣର ପ୍ରସ୍ତୁତି ଚାଲିଛି। ଏବେ ଏହି ଚବିଶ ପ୍ରହରୀ ନାମଯଜ୍ଞ ପାଇଁ ଛାମୁଡା ପ୍ରସ୍ତୁତି କାର୍ଯ୍ୟକ୍ରମ ପର୍ଯ୍ୟାୟ କ୍ରମେ ଚାଲିବ। ନାମଯଜ୍ଞ ପାଇଁ ଆୟୋଜକ ସର୍ଗିଗୁଡା ର ଦୁଇଗୋଟି ସଂକୀର୍ତ୍ତନ ମଣ୍ଡଳୀ ସମେତ ବାହାରୁ ୮ ଗୋଟି ଅତିଥି ସଂକୀର୍ତ୍ତନ ମଣ୍ଡଳୀକୁ ନିମନ୍ତ୍ରଣ କରାହୋଇ ସାରିଛି। ଆୟୋଜକ ସର୍ଗିଗୁଡା, ଏବଂ ସର୍ଗିଗୁଡାର ଆଉଏକ ସଂକୀର୍ତ୍ତନ ମଣ୍ଡଳୀ, ନର୍ଲା ବ୍ଲକ ଅଧିନସ୍ଥ ଉଲିକୁପା, ଲାଞ୍ଜିଗଡର ଗୋପୀନାଥପୁର, ରାୟଗଡା ଜିଲ୍ଲାର ପେଡିଗୁଡା, କଳାହାଣ୍ଡି ଜିଲ୍ଲାର ଅଁଳାଭଟା,ମହାଲିଙ୍ଗ ଓ ଖାସବାହାଲି, ବଲାଙ୍ଗୀର ଜିଲ୍ଲାର କଟାପାଲି, ଧୁମାଭଟା, ସାନବିଛିଲିବହାଲ, ଛତିଶଗଡ ରାଜ୍ୟରୁ ଫୁସଲଡା ଓ ଧର୍ଣ୍ଣିଧୋଡା ପ୍ରଭୃତି ନାମକରା ସଂକୀର୍ତ୍ତନ ମଣ୍ଡଳୀ ଯୋଗଦାନ କରିବେ ବୋଲି ସୂଚନା ମିଳିଛି। ତା.୦୧/୫ ବୈଶାଖ ପୂର୍ଣ୍ଣିମା ଦିନ ସକାଳ ୮.୦୫ ସମୟରେ ସର୍ଗିଗୁଡା ୨୪ ପ୍ରହର ନାମ ଯଜ୍ଞର ପୂର୍ଣ୍ଣାହୂତି ପଡିବ। ନଗର ପରିକ୍ରମା ସହ ଦଧି ହାଣ୍ଡି ଭଞ୍ଜନ ହେବ ବୋଲି ସଭାପତି ଶ୍ରୀ ନାଏକ ସୂଚନା ଦେଇଛନ୍ତି। ଅପ୍ରେଲ ମାସ ଶେଷ ସମୟରେ ସର୍ଗିଗୁଡା ୨୪ ପ୍ରହର ନାମଯଜ୍ଞ ଅନୁଷ୍ଠିତ ହେଉଥିବାରୁ ପ୍ରବଳ ଖରାକୁ ଦୃଷ୍ଟିରେ ରଖି ଥଣ୍ଡା ପାନୀୟ ଜଳର ସୁ ବନ୍ଦୋବସ୍ଥ କରା ଯାଇଥିବା ଓ ଶୃଙ୍ଖଳା ପାଇଁ ସ୍ଥାନୀୟ ପୋଲି ଅଧିକାରୀଙ୍କୁ ଲିଖିତ ଭାବରେ ଅନୁରୋଧ କରାଯାଇଥିବା ସଭାପତି ଶ୍ରୀ ନାଏକ କହିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.